ଭୁବନେଶ୍ୱରରେ ନବବିବାହିତ ଦମ୍ପତି ଆତ୍ମହତ୍ୟା କଲେ; ଘର ଭିତରୁ ମିଳିଲା ଦୁହିଁଙ୍କ ମୃତ ଦେହ

Newly-wed couple commits suicide in Bhubaneswar, Odisha | ମାତ୍ର ତିନି ମାସ ତଳେ ମୀନାକ୍ଷୀଙ୍କ ସହ ରାକେଶଙ୍କ ବିବାହ ହୋଇଥିଲା । ଘର କାନ୍ଥରୁ ବିବାହ ଉପଲକ୍ଷେ ଲେଖାଯାଇଥିବା ରଙ୍ଗୀନ ଘୋଷଣା ଓ ଛବି ଏ ଯାଏଁ ଲିଭି ନ ଥିଲା, ହେଲେ ନବ ଦମ୍ପତି ଦୁନିଆ ଛାଡ଼ି ଚାଲିଗଲେ ।

ଭୁବନେଶ୍ୱରରେ ନବବିବାହିତ ଦମ୍ପତି ଆତ୍ମହତ୍ୟା କଲେ; ଘର ଭିତରୁ ମିଳିଲା ଦୁହିଁଙ୍କ ମୃତ ଦେହ
ରାକେଶ ଓ ମୀନାକ୍ଷୀଙ୍କ ଘର କାନ୍ଥରେ ଲେଖାଥିବା ବିବାହ ଘୋଷଣା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଏକ ଘରୁ ଆଜି ସକାଳେ ଦୁଇଟି ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଦୁଇ ଜଣ ପତି ପତ୍ନୀ ଥିଲେ ଓ ମାତ୍ର ତିନି ମାସ ତଳେ ବିବାହ କରିଥିଲେ । ଏହା ଏକ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଛି ।

ମୃତ ଦେହ ଯୋଡ଼ିକ ଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ବର କୁମ୍ଭାରସାହିରେ ଗୋଟିଏ ଘରୁ ଉଦ୍ଧାର କରାଯାଇଛି । ମୃତକ ଦୁଇ ଜଣ ହେଉଛନ୍ତି ରାକେଶ ରାଉତ (୩୨ ବର୍ଷ) ଓ ତାଙ୍କ ପତ୍ନୀ ମୀନାକ୍ଷୀ ରାଉତ (୨୬ ବର୍ଷ) । ଦୁଇଟି ମୃତ ଦେହ ଗୋଟିଏ ବେଡରୁ ଶୋଇଥିବା ଅବସ୍ଥାରେ ମିଳିଛି ।

ଦୁହେଁ ଆଜି ସକାଳେ ବହୁ ସମୟ ପର୍ଯ୍ୟନ୍ତ ନ ଉଠିବାରୁ ତାଙ୍କ ପରିବାର ଓ ପଡ଼ୋଶୀମାନେ କବାଟ ବାଡ଼େଇ ଡାକିଥିଲେ । ହେଲେ ଭିତରୁ କୌଣସି ଉତ୍ତର ନ ଆସିବାରୁ ସେମାନେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ ଓ ସ୍ୱାମୀ-ସ୍ତ୍ରୀଙ୍କ ମୃତ ଦେହ ବିଛଣାରେ ପଡ଼ିଥିବା ଦେଖିଥିଲେ ।

ରାକେଶ ରାଉତ ଜଣେ ଖବରକାଗଜ ହକର୍‌ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ମାତ୍ର ତିନି ମାସ ତଳେ ମୀନାକ୍ଷୀଙ୍କ ସହ ବିବାହ ହୋଇଥିଲା । ଘର କାନ୍ଥରୁ ଦୁଇ ଜଣଙ୍କ ବିବାହ ଉପଲକ୍ଷେ ଲେଖାଯାଇଥିବା ରଙ୍ଗୀନ ସାମାଜିକ ଘୋଷଣା ଓ ଛବି ବି ଏ ଯାଏଁ ଲିଭି ନ ଥିଲା, ହେଲେ ବିବାହିତ ନବ ଦମ୍ପତି ଦୁନିଆ ଛାଡ଼ି ଚାଲିଗଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତା’ ସହିତ ରାକେଶ ଓ ମୀନାକ୍ଷୀଙ୍କ ପରିବାର ଲୋକଙ୍କ ସହିତ କଥା ହୋଇ ଏହି ଦୁଇ ମୃତ୍ୟୁର କାରଣ ଜାଣିବାକୁ ଉଦ୍ୟମ କରୁଛି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 29, 2020, 2:34 PM IST
corona virus btn
corona virus btn
Loading