News18 Odia Digital
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର ଝାଙ୍କରାଣୀ ପୀଠ ଠାରେ ଗାଧୋଉ ଥିବା ସମୟରେ ବୁଡ଼ି ଯାଇଥିବା ଏମସିଏଲର ଦୁଇ ଅଧିକାରୀଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ।
ମୃତକ ଦୁଇ ଜଣଙ୍କ ନାମ ହେଲା ଅଭିଷେକ କୁମାର ଓ ମହେଶ ଚିତୋରି। ଉଭୟ ଏମସିଏଲ ମୁଖ୍ୟାଳୟ ବୁର୍ଲାରେ ମ୍ୟାନେଜର ରାଙ୍କର ଅଧିକାରୀ ଥିଲେ।
ରବିବାର ଦିନ ବୁର୍ଲା ସ୍ଥିତ ଏମସିଏଲ ମୁଖ୍ୟାଳୟର ପାଞ୍ଚ ଜଣ ଅଧିକାରୀ ବଣଭୋଜି କରିବାକୁ ହୀରାକୁଦ ଡ୍ୟାମର ଝାଙ୍କରାଣୀ ପୀଠ ଜଳଭଣ୍ଡାର ନିକଟକୁ ଯାଇଥିଲେ। ସେହି ସମୟରେ ତିନି ଜଣ ଅଧିକାରୀ ଗାଧୋଇବାକୁ ଜଳଭଣ୍ଡାରକୁ ପ୍ରବେଶ କରିଥିଲେ। ହେଲେ ତିନି ଜଣଙ୍କ ଗୋଡ଼ ଖସି ଯିବାରୁ ଗଭୀର ଜଳ ଭିତରକୁ ଚାଲି ଯାଇଥିଲେ। ତେବେ ସେଠାରେ ଥିବା ୱାଟର ସ୍ପେର୍ଟରର କର୍ମଚାରୀମାନେ ତତ୍ପରତା ଦେଖାଇ ରିଂ ପକେଇବାରୁ ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ।
ହେଲେ ବାକି ଦୁଇ ଜଣ ଗଭୀର ଜଳରେ ନିଖୋଜ ହୋଇ ଯାଇଥିଲେ। ସକାଳୁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ବହୁ ସମୟ ଧରି ପାଣ ଭିତରେ ଖୋଜିବା ପରେ ପ୍ରଥମେ ଅଭିଷେକ କୁମାରଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା। ଏହାର କିଛି ସମୟ ପରେ ମହେଶ ଚିତୋରିଙ୍କ ମୃତଦେହକୁ ଜଳ ଭଣ୍ଡାର ଭିତରୁ ଉଦ୍ଧାର କରାଯାଇଥିଲା।
ଅଭିଷେକ କୁମାର ଏସ୍କାଭେସନ ମ୍ୟାନେଜର ପଦରେ ଏମସିଏଲ ମୁଖ୍ୟାଳୟରେ ଅବସ୍ଥାପିତ ଥିବା ବେଳେ ମହେଶ ଚିତୋରି ମାଇନିଙ୍ଗ ମ୍ୟାନେଜର ଭାବେ ଏମସିଏଲ ମୁଖ୍ୟାଳୟ ବୁର୍ଲାରେ କାର୍ଯ୍ୟାରତ ଥିଲେ।
ଅଭିଷେକ କୁମାରଙ୍କ ଘର ଉତ୍ତରପ୍ରଦେଶ ରାଜ୍ୟର ଗାଜିଆବାଦରେ ହୋଇଥିବା ବେଳେ ମହେଶ ଚିତୋରିଙ୍କ ଘର ଦୁର୍ଗ ଛତିଶଗଡର ହୋଇଥିବା ଜଣାପଡ଼ିଛି।
ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମର ମିଳି ଉଦ୍ୟମରେ ହୀରକୁଦ ଡ୍ୟାମରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହା ପରେ ଆମ ଦୁଣ ଜଣଙ୍କ ଶବ ଉଦ୍ଧାର କରିଥିଲୁ ବୋଲି ବୁର୍ଲା ଏସଡ଼ିପିଓ ସତ୍ୟବ୍ରତ ଦାଶ କହିଛନ୍ତି।
ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଲୋକ ମୃତ୍ୟୁ ବରଣ କରୁଥିବାରୁ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ପାଇଁ ସାଧରଣରେ ଦାବି ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।