ଝାରସୁଗୁଡ଼ାରେ ରେଳ ଧାରଣାରୁ ମିଳିଲା ଯୁବକ ଓ ଯୁବତୀଙ୍କ ମୃତ ଦେହ; ଆତ୍ମହତ୍ୟା ସନ୍ଦେହ

ଟ୍ରେନର ଲୋକୋ ପାଇଲଟ୍ ଇମର୍ଜେନ୍ସି ବ୍ରେକ୍ ଲଗାଇ ଗାଡ଼ି ଅଟକେଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଟ୍ରେନ୍ ସେତେବେଳକୁ ଆଗକୁ ବଢ଼ିଯାଇଥିଲା ବୋଲି ସେ କହିଛନ୍ତି । ସନ୍ଦିଗ୍ଧ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପଢ଼ନ୍ତୁ ପୂରା ଖବର ।

ଝାରସୁଗୁଡ଼ାରେ ରେଳ ଧାରଣାରୁ ମିଳିଲା ଯୁବକ ଓ ଯୁବତୀଙ୍କ ମୃତ ଦେହ; ଆତ୍ମହତ୍ୟା ସନ୍ଦେହ
ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି GRPର ଏକ ଟିମ୍ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଝାରସୁଗୁଡ଼ା: ଜିଲ୍ଲାର ବେଲପାହାଡ଼ ରେଳ ଷ୍ଟେସନରୁ ଦେଢ଼ କିଲୋମିଟର ଦୂରରେ ରେଳ ଧାରଣା ମଝିରେ ଜଣେ ଯୁବକ ଓ ଯୁବତୀଙ୍କ ମୃତ ଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି । ସରକାରୀ ରେଳ ପୋଲିସର ପ୍ରାଥମିକ ତଦନ୍ତରୁ ଉଭୟେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ମୃତ ଯୁବକ ଓ ଯୁବତୀଙ୍କ ମୃତ ଦେହ ପଡ଼ି ରହିଥିବା ସୂଚନା ପୋଲିସକୁ ସକାଳ ୭ଟା ବେଳେ ମିଳିଥିଲା । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ମୃତ ବ୍ୟକ୍ତି ଦୁଇ ଜଣ ବେଲପାହାଡ଼ ସହରରେ ମାଲିପଡାରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ଉଭୟ ଯୁବକ ଓ ମହିଳା ଗୋଟିଏ ଘରେ ରହୁଥିବା ବେଳେ ସେମାନେ ବିବାହିତ ଥିଲେ କି ନାହିଁ ଓ ସେମାନଙ୍କର ପିଲାପିଲି ଅଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ ।

ବେଲପାହାଡ଼ରୁ ନୂଆଡେରା ମଧ୍ୟରେ ରେଳ ଧାରଣାର ମଝିରେ ଶବ ଦୁଇଟି ପରସ୍ପର ଠାରୁ ପାଖାପାଖି ତିନି ମିଟର ଦୂରରେ ପଡ଼ିଥିବା ଦେଖାଯାଇଥିଲା । ଖବର ପାଇ ଜିଆରପିର ଏକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଭୋର୍‌ ସାଢ଼େ ୪ଟାରୁ ୫ଟା ଭିତରେ ହୋଇଥିବା ଜଣାପଡ଼ିଛି ।

ଝାରସୁଗୁଡ଼ା ଜିଆରପିର ଏସ୍.ଡି.ପି.ଓ. ରମାକାନ୍ତ ସାହୁ


ଏହା ଏକ ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି କହିଛନ୍ତି ଘଟଣା ସ୍ଥଳ ପରିଦର୍ଶନ କରିଥିବା ଜଣେ ପୋଲିସ ଅଧିକାରୀ । ଯେଉଁ ଟ୍ରେନ ଧକ୍କାରେ ଏହି ଦୁଇଟି ମୃତ୍ୟୁ ଘଟିଛି ସେହି ଟ୍ରେନର ପାଇଲଟଙ୍କ ସହ କଥାବାର୍ତ୍ତାରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଥିବା କହିଛନ୍ତି ଅଧିକାରୀ ଜଣକ । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ଏହା ବି ପଢ଼ନ୍ତୁ: ବିକାଶ ଦୁବେର ପୋଷ୍ଟ ମର୍ଟମ ରିପୋର୍ଟ: ତାକୁ ୬ ଥର ଗୁଳି କରାଯାଇଥିଲା; ୩ଟି ଗୁଳି ଦେହରେ ପଶିଥିଲା

ଦେଖନ୍ତୁ ଫଟୋ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ

‘‘ପ୍ରାଥମିକ ତଦନ୍ତ ଓ ପାରିପାର୍ଶ୍ୱିକ ସୂଚନାରୁ ଏହି ଦୁଇଟି ମୃତ୍ୟୁ ଆତ୍ମହତ୍ୟା ବୋଲି ଜଣାପଡ଼ିଛି । ସେମାନେ ଜାଣିଶୁଣି ଆତ୍ମହତ୍ୟା କରିଛନ୍ତି ଚଳନ୍ତା ଟ୍ରେନ୍‌ ଆଗରେ । ସେହି ଟ୍ରେନର ଲୋକୋ ପାଇଲଟ୍‌ ଇମର୍ଜେନ୍ସି ବ୍ରେକ୍‌ ଲଗାଇ ଗାଡ଼ି ଅଟକେଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଟ୍ରେନ୍‌ ସେତେବେଳକୁ ଆଗକୁ ବଢ଼ିଯାଇଥିଲା । ହେଇପାରିଲାନି ବୋଲି ସେ କହିଛନ୍ତି । ସେ ଦୃଷ୍ଟିକୋଣରୁ ଆମେ ନିଶ୍ଚିତ ଯେ ଏଇଟା ଆତ୍ମହତ୍ୟା ମାମଲା,’’ କହିଛନ୍ତି ଝାରସୁଗୁଡ଼ା ଜିଆରପିର ଏସ୍‌.ଡି.ପି.ଓ. ରମାକାନ୍ତ ସାହୁ ।
Published by: Anand Shankar Thankur Das
First published: July 20, 2020, 7:17 PM IST
corona virus btn
corona virus btn
Loading