ନୂଆପଡ଼ାରେ ମିଳିଲା ଅଷ୍ଟମ ଶ୍ରେଣୀର ଛାତ୍ରୀ ଓ ଦଶମ ଶ୍ରେଣୀର ଛାତ୍ରଙ୍କ ଝୁଲନ୍ତା ମୃତ ଦେହ

ବାଳିକା ଜଣକ ଏକ ଦଳିତ ପରିବାରର ହୋଇଥିବା ବେଳେ ବାଳକ ତାଙ୍କ ଠାରୁ ଉଚ୍ଚ ଜାତିର ଥିଲେ ଓ ଉଭୟ ପରସ୍ପରକୁ ଭଲ ପାଉଥିଲେ ବି ସେମାନଙ୍କ ପରିବାର ଏହାକୁ ସ୍ବୀକୃତି ଦେଉ ନ ଥିବାରୁ ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

ନୂଆପଡ଼ାରେ ମିଳିଲା ଅଷ୍ଟମ ଶ୍ରେଣୀର ଛାତ୍ରୀ ଓ ଦଶମ ଶ୍ରେଣୀର ଛାତ୍ରଙ୍କ ଝୁଲନ୍ତା ମୃତ ଦେହ
ଦୁଇଟି ଝୁଲନ୍ତା ମୃତ ଦେହ ପାଖରେ ଜମାହୋଇଥିଲା ବଡ଼ ଭୀଡ଼ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର କୁକୁରମୁଣ୍ଡି ଗାଁରେ ଏକ ବୃକ୍ଷରୁ ଜଣେ  ନାବାଳକ ଛାତ୍ର ଓ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ସେ ଦୁହେଁ ପରସ୍ପରକୁ ପ୍ରେମ କରୁଥିଲେ ଓ ସେମାନଙ୍କ ପରିବାର ଏହାକୁ ସ୍ବୀକୃତି ନ ଦେବାରୁ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମୃତ ବାଳିକା ଜଣଙ୍କ କୁକୁରମୁଣ୍ଡି ସେବାଶ୍ରମ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ମୃତ ବାଳକ ଜୀବନ ଲାଲ ମାଝି ଦଶମ ଶ୍ରେଣୀରେ ପଢୁଥିବା ସୂଚନା ମିଳିଛି । ଉଭୟ କୁକୁରମୁଣ୍ଡି ଗ୍ରାମର ବାସିନ୍ଦା ଥିଲେ । ଧରମବନ୍ଧା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ହସପିଟାଲକୁ ପଠାଇଥିବା ସୂଚନା ମିଳିଛି ।

ବାସ୍ତବରେ ସେମାନେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ମାରି ଗଛରେ ଟାଙ୍ଗି ଦିଆଯାଇଛି ତାହା ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଯଦି ସେମାନେ ଆତ୍ମହତ୍ୟା କରିଛନ୍ତି ତେବେ କେଉଁ ପରିସ୍ଥିତିରେ ତାହା କରିଛନ୍ତି ଓ ସେଥିପାଇଁ କେଉଁ ସୂତ୍ରରୁ ଓ କଣ କାରକ ଥିଲା ତାହା ଜାଣିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି ।

ବାଳିକାଙ୍କ ପରିବାର ଲୋକ ଏହି ଘଟଣା ପାଇଁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଦାୟୀ କରିଛନ୍ତି । ବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଛାତ୍ରୀ ଜଣକ ଗତ ଶନିବା (ଫେବୃଆରୀ ୨୯) ସନ୍ଧ୍ୟାରେ ସ୍କୁଲରୁ ପଳାଇ ଯାଇଥିଲେ ମଧ୍ୟ ପ୍ରଧାନ ଶିକ୍ଷୟତ୍ରୀ ବା ସ୍କୁଲର ଅନ୍ୟ କୌଣସି କର୍ମଚ଼ାରୀଙ୍କ ତରଫରୁ ପରିବାରକୁ ଜଣାଯାଇ ନ ଥଲା ।

ମଳିଥିବା ସୂଚନା ଅନୁଯାୟୀ ରବିବାର ସକାଳେ ସେଠାରେ ଏକ ଗଛରେ ଉଭୟ ଏକ ଦଉଡିରେ ଝୁଲି ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତା’ ପରେ ଲୋକେ ପୋଲିସକୁ ଜଣାଇବାରୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବାଳିକା ଜଣକ ଏକ ଦଳିତ ଆଦିବାସୀ ପରିବାରର ହୋଇଥିବା ବେଳେ ବାଳକ ତାଙ୍କ ଠାରୁ ଉଚ୍ଚ ଜାତିର ଥିଲେ । ଉଭୟ ପରସ୍ପରକୁ ଭଲ ପାଉଥିଲେ ମଧ୍ୟ ତାଙ୍କ ପରିବାର ଲୋକ ଏହାକୁ ସ୍ବୀକୃତି ଦେଉ ନ ଥିବା ଯୋଗୁଁ ସେମାନେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
First published: March 1, 2020, 5:10 PM IST
corona virus btn
corona virus btn
Loading