ଡଙ୍ଗା ବୁଡ଼ି ଓ ସାମ୍ବାଦିକ ମୃତ୍ୟୁ: ବନ ବିଭାଗ ଉଚ୍ଚ ଅଧିକାରୀ କହିଲେ ‘ହାତୀକୁ ଘଉଡ଼ାଇବା ଦରକାର ନ ଥିଲା’

Probe begins into Odisha reporter Arindam Das death during elephant rescue in Mahanadi | ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ମୋ’ଟ ଆଠ ଜଣ ଥିବା ସେହି ବୋଟ୍‌ ଓଲଟିପଡ଼ିବାରୁ ଓଟିଭି ଚ୍ୟାନେଲର ଚିଫ୍ ରିପୋର୍ଟର୍ ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଥିଲା । ତାଙ୍କୁ ଏସ୍.ସି.ବି. ହସ୍ପିଟାଲରେ ଭର୍ତ୍ତି କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

ଦୁର୍ଘଟଣା ବେଳର ଏକ ଦୃଶ୍ୟ ଓ (ଡାହାଣ) ଅରିନ୍ଦମ ଦାସ (ଫାଇଲ୍ ଫଟୋ)

ଦୁର୍ଘଟଣା ବେଳର ଏକ ଦୃଶ୍ୟ ଓ (ଡାହାଣ) ଅରିନ୍ଦମ ଦାସ (ଫାଇଲ୍ ଫଟୋ)

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର/କଟକ: କଟକ ମୁଣ୍ଡଳୀ ବ୍ରିଜ୍‌ ନିକଟରେ ମହାନଦୀରେ ପାଣି ଘେରରେ ବିପଜ୍ଜନକ ପରିସ୍ଥିତିରେ ଫସି ରହିଥିବା ଏକ ହାତୀକୁ ଉଦ୍ଧାର କରିବା ବେଳେ ଓଡ୍ରାଫ ବୋଟ୍‌ ଓଲଟିବା ଓ ଓଟିଭି ଚ୍ୟାନେଲର ଯୁବ ସାମ୍ବାଦିକ ଅରିନ୍ଦମ୍‌ ଦାସଙ୍କ ମୃତ୍ୟୁ ଘଟିବା ଘଟଣା ପରେ ସେଠାରେ ଥିବା ସମ୍ପୂର୍ଣ୍ଣ ସ୍ଥିତିର ଅନୁଧ୍ୟାନ ଆରମ୍ଭ ହୋଇଛି । ରାଜ୍ୟ ପୋଲିସର ଆଇନ ଶୃଙ୍ଖଳା ଡିଜି ଆର୍‌.କେ.ଶର୍ମା ଓ ଟ୍ୱିନ୍‌ ସିଟି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଘଟଣା ସ୍ଥଳରେ ପହଞ୍ଚି କେଉଁ ପରିସ୍ଥିତିରେ ଓ କାହିଁକି ଘଟଣା ଘଟିଲା ତାହା ଆନୁଧ୍ୟାନ କରିଛନ୍ତି ।

ସାରା ଓଡ଼ିଶାକୁ ମର୍ମାହତ କରିଥିବା ଏହି ଦୁର୍ଘଟଣା ପରେ ବନ ବିଭାଗର ଉଚ୍ଚ ଅଧିକାରୀମାନଙ୍କ ପ୍ରତିକ୍ରିୟା ଆସିଛି । ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌.ସି.ସି.ଏଫ୍‌.) ମନୋଜ ମହାପାତ୍ର କହିଛନ୍ତି ଯେ ପାଣିରେ ପଶି ହାତୀଟିକୁ ଘଉଡ଼ାଇବା ଆବଶ୍ୟକ ନ ଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଲୋମହର୍ଷକ VIDEO: ଆସାମରେ ପୋଲିସ ଗୁଳିରେ ବ୍ୟକ୍ତିର ମତ୍ୟୁ; ଶବ ଉପରେ ଯୁବକର ଗୋଇଠା ମାଡ଼

‘‘ଏହି ଉଦ୍ଧାର ଅପରେସନ ପାଇଁ ବନ ବିଭାଗ ଓଡ୍ରାଫକୁ ନିର୍ଦ୍ଦେଶ ଦେଇ ନ ଥିଲା । ପାଣିରେ ଫସି ରହିଥିବା ହାତୀଟି ନିଜେ ସନ୍ଧ୍ୟା ପରେ ନଦୀରୁ ବାହାରିଥାନ୍ତା,’’ କହିଛନ୍ତି ମନୋଜ ମହାପାତ୍ର । ଓଡ୍ରାଫ କମାଣ୍ଡାଣ୍ଟ ବିଜୟ କୁମାର ପ୍ରଧାନ କହିଛନ୍ତି ଯେ ଏହି ଅପରେସନରେ ସାମିଲ ହେବା ପାଇଁ ତାଙ୍କ ଟିମକୁ ଓଡ୍ରାଫ୍‌ ମୁଖ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହା ବି ପଢ଼ନ୍ତୁ | Hathras Rape Case: ନାବାଳିକାକୁ ବଳାତ୍କାର ପରେ ହତ୍ୟା କରିଥିବା ଯୁବକକୁ ମୃତ୍ୟୁ ଦଣ୍ଡ ମିଳିଲା

ଲଗାତାର ବର୍ଷା ଓ ହୀରାକୁଦ ଡ୍ୟାମରୁ ଜଳ ଛଡ଼ାଯିବା ପରେ ପୂର୍ଣ୍ଣ କ୍ଷମତାରେ ପ୍ରବାହିତ ହେଉଥିବା ମହାନଦୀରେ ଶୁକ୍ରବାର ଦିନ ଫସିରହିଥିବା ହାତୀଟିକୁ ଉଦ୍ଧାର କରିବାକୁ ଚାଲିଥିବା ପ୍ରୟାସ ମଧ୍ୟରେ ଏହି ଅଘଟଣ ଘଟିଥିଲା । ହାତୀକୁ ଉଦ୍ଧାର କରିବାକୁ ମହାନଦୀ ଭିତରକୁ ପଶିଥିବା ଉଦ୍ଧାରକାରୀ ଦଳର ଗୋଟିଏ ବୋଟ୍‌ ପାଣିର ଦ୍ରୁତ ପ୍ରବାହ ଯୋଗୁଁ ଓଲଟିପଡ଼ିଥିଲା । ବୋଟରେ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ମୋ’ଟ ଆଠ ଜଣ ଥିଲେ । ହାତୀର ନିକଟରତର ହେବା ସମୟରେ ମହାନଦୀର ପ୍ରଖର ସୁଅରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବୋଟ୍ । ଏହା ବ୍ୟାରେଜର ଗୋଟିଏ ପିଲାରରେ ପିଟି ହୋଇଯାଇଥିଲା ବୋଲି କୁହାଯାଉଛି । ଓଡ୍ରାଫ୍‌ ଟିମର କିଛି ସଦସ୍ୟ ବ୍ୟାରେଜର ଅନ୍ୟ ପଟକୁ ଭାସି ଯାଇଥିଲେ ।

ଏହା ବି ପଢ଼ନ୍ତୁ | କରୋନା ମୃତକଙ୍କ ପରିବାର ବର୍ଗଙ୍କୁ ମିଳିବ ୫୦,୦୦୦ ଟଙ୍କା କ୍ଷତିପୂରଣ; କେମିତି ମିଳିବ ଜାଣନ୍ତୁ

ଏହି ଦୁର୍ଘଟଣାରେ ସେହି ବୋଟରେ ଥିବା ଓଟିଭି ଚ୍ୟାନେଲର ଚିଫ୍ ରିପୋର୍ଟର୍‌ ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଥିଲା । ବୋଟ୍ ଓଲିଟିବା ପରେ ଡଙ୍ଗା ସାହାଯ୍ୟରେ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ଉଦ୍ଧାର କରି ତୁରନ୍ତ କଟକ ଏସ୍‌.ସି.ବି. ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ପହଞ୍ଚିବା ବେଳକୁ ଅରିନ୍ଦମ ଦାସଙ୍କର ମୃତ୍ୟୁ ଘଟିସାରିଥିଲା ବୋଲି କହିଥିଲେ ଏସ୍‌.ସି.ବି. ହସପିଟାଲର ଜରୁରୀକାଳୀନ ଅଧିକାରୀ ଡଃ ଭୁବନାନନ୍ଦ ମହାରଣା ।

ଦେଖନ୍ତୁ କେମିତି ଘଟିଥିଲା ବୋଟ୍‌ ଦୁର୍ଘଟଣା:



ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଶ୍ଳୀଳ ଫିଲ୍ମ ମାମଲା: ଗେହନା ବଶିଷ୍ଟଙ୍କୁ ସୁପ୍ରିମ କୋର୍ଟରୁ କୋହଳତା ମିଳିଲା; ଏବେ ଗିରଫ ହେବେନି

ଅରିନ୍ଦମ ଦାସଙ୍କ ସହ ସେହି ବୋଟରେ ଥିବା ଓଟିଭିର କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଗୁରୁତର ଆହତ ହୋଇ ଏବେ ଆଇ.ସି.ୟୁ.ରେ ଚିକିତ୍ସିତି ହେଉଛନ୍ତି । ଓଡ୍ରାଫ୍ ଟିମର ତିନି ଜଣ ସଦସ୍ୟ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜଣଙ୍କୁ ଆଇ.ସି.ୟୁ.କୁ ସିଫ୍ଟ କରାଯାଇଥିବା ବେଳେ ଆଉ ଜଣେ ସଦସ୍ୟ ନିଖୋଜ ଅଛନ୍ତି ବୋଲି କୁହାଯାଉଛି । ତାଙ୍କ ଉଦ୍ଧାର ପାଇଁ କାର୍ଯ୍ୟ ଜାରି ରହିଛି ।

ଏହା ବି ପଢ଼ନ୍ତୁ | ଏବେ ଦିନକୁ ୧୨ ଘଣ୍ଟା କାମ କରିବାକୁ ପଡ଼ିବନି; ଅକ୍ଟୋବର ପୂର୍ବରୁ ନୂଆ ଶ୍ରମ ଆଇନ ଲାଗୁ ହେଉନି

ଓଟିଭିର ଚିଫ୍ ରିପୋର୍ଟର୍‌ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ରାଜ୍ୟର ସବୁ ମହଲରେ ଖେଳିଯାଇଛି ଶୋକର ଛାୟା । ଅରିନ୍ଦମ ଦାସଙ୍କ ପତ୍ନୀ ଓ ଦୁଇ ବର୍ଷର ପୁଅ ଅଛନ୍ତି । ତାଙ୍କ ବିୟୋଗରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସବୁ ମହଲରୁ ଶୋକ ପ୍ରକାଶ କରାଯାଇଛି । ଅରିନ୍ଦମ ଦାସ ଜଣେ ସାହସୀ ଓ ନିଷ୍ଠାପର ସାମ୍ବାଦିକ ଥିଲେ ବୋଲି କହି ତାଙ୍କ ବିୟୋଗ ଓଡ଼ିଶାର ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ବୋଲି କହିଛନ୍ତି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ।
Published by:Anand S.T. Das
First published: