ଚ଼ିଲିକାରେ ପୁଣି ଡଙ୍ଗା ବୁଡି: ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ; ୭ ଜଣଙ୍କ ଅବସ୍ଥା ଗୁରୁତର

ବୁଡ଼ିଯାଇଥିବା ଡଙ୍ଗାରେ ୧୫ ଜଣ ଯାତ୍ରୀ ଯିବାର କ୍ଷମତା ଥିବା ସତ୍ତ୍ୱେ ପାଖାପାଖି ୨୫ ଜଣ ଯାତ୍ରୀ ସେଥିରେ ବସିଥିଲେ । ସବୁ ଯାତ୍ରୀଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସେମାନେ ବିନା ଲାଇଫ୍ ଜ୍ୟାକେଟରେ ଯାଇଥିଲେ । କିନ୍ତୁ କାହିଁକି? ଏ ସବୁ ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ ମିଳି ନାହିଁ ।

ଚ଼ିଲିକାରେ ପୁଣି ଡଙ୍ଗା ବୁଡି: ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ; ୭ ଜଣଙ୍କ ଅବସ୍ଥା ଗୁରୁତର
ଡଙ୍ଗାଟି ଭାରସାମ୍ୟ ହରେଇ ବୁଡ଼ିଯାଉଥିବା ସମୟର ଦୃଶ୍ୟ
  • News18 Odia
  • Last Updated: February 3, 2020, 1:25 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲୁଗାଁ: ଚିଲିକା ହ୍ରଦରେ ପୁଣି ଏକ ଡଙ୍ଗା ବୁଡି ଘଟଣା ଘଟିଛି । ବାଲୁଗାଁ ନିକଟରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯିବାରୁ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୨୦ ଜଣ  ଯାତ୍ରୀ । ସେମାନଙ୍କ ମଧ୍ୟରୁ ସାତ ଜଣଙ୍କ ଜଣ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ପରେ ଅଧିକ ଗୁରୁତର ଅବସ୍ଥା ଥିବା ଦୁଇ ଜଣ ଯାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ସ୍ଥାନୀୟ ଲୋକ ଓ ପ୍ରଶାସନର ଅଧିକାରୀଙ୍କ ସୂଚ଼ନା ଅନୁସାରେ ବାଲୁଗାଁ ନିକଟସ୍ଥ ସୁବୁଦ୍ଧି ପାଟଣା ଗ୍ରାମର କିଛି ଲୋକ ମା’ କାଳିଜାଈଙ୍କ ଦର୍ଶନ କରି ଫେରିବା ବେଳେ ଏହି ଅଘଟଣ ଘଟିଥିଲା । ଡ଼ଙ୍ଗାରେ ପାଣି ପଶି ଯିବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିଲା । ଏହି ସମୟରେ ପାଖରେ ଆସୁଥିବା ଅନ୍ୟ ଏକ ଡଙ୍ଗା ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।

‘‘ଏହା ଏକ ଘରୋଇ, ମତ୍ସ୍ୟଜୀବୀ ଡଙ୍ଗା ଥିଲା । ସେଥିରେ ପାଖାପାଖି ପଚ଼ିଶିରୁ ଅଧିକ ଲୋକ ଯାଇଥିଲେ କାଳିଜାଈଙ୍କ ଦର୍ଶନ କରିବା ପାଇଁ । ସେମାନେ ସେଠୁ ଫେରିବା ବେଳେ ପ୍ରାୟ ସାଢ଼େ ପାଞ୍ଚଟା ବେଳେ ଅଧିକ ଓଜନ ଯୋଗୁଁ ଭାରସାମ୍ୟ ହରେଇ ଡଙ୍ଗାଟି ବୁଡ଼ିଯାଇଥିଲା । ହେଲେ ସଙ୍ଗେ ସଙ୍ଗେ କିଛି ଲୋକ ସେଠି ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ଅଶୋକ କୁମାର ଜେନା ।

ଡାକ୍ତରଖାନାରେ ଚ଼ିକିତ୍ସିତ ହେଉଥିବା ଯାତ୍ରୀମାନେ


ବୁଡ଼ିଯାଇଥିବା ଡଙ୍ଗାରେ ୧୫ ଜଣ ଯାତ୍ରୀ ଯିବାର କ୍ଷମତା ଥିବା ସତ୍ତ୍ୱେ ଏତେ ଅଧିକ ଯାତ୍ରୀ କିପରି ଗଲେ ତାକୁ ନେଇ ଉଠିଛି ପ୍ରଶ୍ନ । ସବୁ ଯାତ୍ରୀଙ୍କ ପାଇଁ ଲାଇଫ ଜ୍ୟାକେଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏମାନେ ବିନା ଲାଇଫ ଜ୍ୟାକେଟରେ କାହିଁକି ଓ କେମିତି ଯାଇଥିଲେ? ଏ ସବୁ ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ ।

ଅବ୍ୟବସ୍ଥା ଯୋଗୁଁ ପୂର୍ବରୁ ଚିଲିକାରେ ଡଙ୍ଗା ବୁଡି ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଜିର ଏହି ଘଟଣା ପାଇଁ ପ୍ରଶାସନକୁ ଦାୟୀ  କରିଛନ୍ତି ସ୍ଥାନୀୟ ଲୋକେ ।
First published: February 3, 2020, 1:25 AM IST