ଚିଲିକାରେ ଡ଼ଙ୍ଗା ବୁଡ଼ି ଘଟଣା; ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ଚିଲିକାରେ ଡ଼ଙ୍ଗା ଓଲଟି ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ୪ ଜଣ ସାଙ୍ଗକୁ ପଚରାଉଚୁରା କରୁଛି ବ୍ରହ୍ମଗିରି ପୋଲିସ । ସେପଟେ ଚିଲିକାରେ ପର୍ଯ୍ୟଟକଙ୍କ ଡଙ୍ଗା ବୁକିଂ ପାଇଁ କରାଯିବ ଆପ ।

ଚିଲିକାରେ ଡ଼ଙ୍ଗା ବୁଡ଼ି ଘଟଣା; ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ଚିଲିକାରେ ଡ଼ଙ୍ଗା ବୁଡ଼ି ଘଟଣା; ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

  • News18 Odia
  • Last Updated :
  • Share this:
News 18 Odia Digital

ପୁରୀ; ଚିଲିକାରେ ଭୋଜି ହେଲା କାଳ । ଗତକାଲି ସନ୍ଧ୍ୟାରେ ମଝି ଚିଲିକାରେ ଭାରସାମ୍ୟ ହରାଇ ବୁଡିଯାଇଥିଲା ଏକ ଡଙ୍ଗା । ସମସ୍ତ ୧୩ ଜଣ ପର୍ଯ୍ୟଟକ ଓ ଡଙ୍ଗାଚାଳକ ପାଣିକୁ ଖସିପଡିଥିଲେ ।  ୧୦ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିବା ବେଳେ ତିନିଜଣ ନିଖୋଜ ହୋଇଯାଇଥିଲେ ।  ତିନିଜଣଙ୍କ ମଧ୍ୟରୁ ଜଣେ ପହଁରି ପହଁରି କୂଳରେ ପହଞ୍ଚି ଯାଇଥିଲେ । ମାତ୍ର ପୁରୀର ଦୁଇ ଯୁବକଙ୍କ ପତ୍ତା ମିଳିନଥିବା ବେଳେ ରାତିରେ ବହୁ ଖୋଜାଖୋଜି ପରେ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।



ତେବେ ପର୍ଯ୍ୟଟକ ମାନଙ୍କୁ ନେଇ ଯାଇଥିବା ଡଙ୍ଗା ପର୍ଯ୍ୟଟକଙ୍କ ଡଙ୍ଗା ନୁହେଁ ବରଂ ଏକ ଘରୋଇ ଡଙ୍ଗା ବୋଲି ଜଣାପଡିଛି । ବିନା ଲାଇଫ୍ ଜାକେଟରେ ଏତେ ପର୍ଯ୍ୟଟକଙ୍କୁ ନେଇ ଅସୁରକ୍ଷିତ ଭାବେ କିଭଳି ରାତିରେ ଗଭୀର ଚିଲିକାରେ ଭୋଜି ପାଇଁ ନେଇଥିଲେ । ଆଉ କାହାର ଅନୁମତି ନେଇଥିଲେ ତାହାର ତଦନ୍ତ କରାଯାଉଛି । " ନିଳାମ୍ବୁ ଚିଲିକା ଏବେ ପର୍ଯ୍ୟଟକଙ୍କ ପାଇଁ ବିପଦ ସାଜିଛି । ବିଭିନ୍ନ ସମୟରେ ଡଙ୍ଗା ଓଲଟି ନିରିହ ପର୍ଯ୍ୟଟକଙ୍କ ଜୀବନ ଯାଉଛି । ଠିକ୍ ସେହିଭଳି ଗତକାଲି ରାତିରେ ମଧ୍ୟ ଘଟିଛି ଏକ ବଡ଼ ଦୁର୍ଘଟଣା । ଦେଖନ୍ତୁ ଚିଲିକା ଭିତରେ ଡଙ୍ଗାରେ ଯାତ୍ରା କରୁଥିବା ବେଳେ ସୌମେନ୍ଦ୍ର ମହାନ୍ତିଙ୍କ ସାଙ୍ଗମାନଙ୍କ ସହ ଶେଷ ସେଲଫି ।



ଆଉ ଏହି ଫଟୋରୁ ଅନୁମାନ ଲଗାନ୍ତୁ କି କିଭଳି ରହିଛି ଡଙ୍ଗାରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା । ସେମାନଙ୍କ ସହ ଯାଇଥିବା ବନ୍ଧୁମାନଙ୍କୁ ମିଶାଇ ଦୁଇଟି ଡଙ୍ଗାରେ ୨୯ଜଣ  ଓ କିଛି ସ୍ଥାନୀୟ ଲୋକ ବ୍ରହ୍ମଗିରି ଥାନା ଗମ୍ଭାରୀ ଗାଁ ନିକଟ କାଳିଜାଇ କୁଦ ନିକଟକୁ ଭୋଜି କରିବାକୁ ଯାଇଥିଲେ । କେହି ପିନ୍ଧିନଥିଲେ ଲାଇଫ ଜାକେଟ । ଡଙ୍ଗାର ନଥିଲା ଫିଟନେସ ପ୍ରମାଣପତ୍ର । ଡଙ୍ଗାଟି ମଧ୍ୟ ପର୍ଯ୍ୟକ ଡଙ୍ଗା ନୁହେଁ କି ପର୍ଯ୍ୟଟକଙ୍କୁ ନେଇ ଚିଲିକା ବୁଲାଇବାକୁ ନାହିଁ କୌଣସି ଅନୁମତି ।  ଡଙ୍ଗାଟି ପ୍ରାଇଭେଟ ଡଙ୍ଗା ଓ ସେମାନେ ସନ୍ଧ୍ୟା ପରେ ଫେରିଥିଲେ । ଭୋଜି ସାରି ଫେରୁଥିବା ବେଳେ ମଉଳି ପବନରେ ଗୋଟିଏ ଡଙ୍ଗା ଭାରସାମ୍ୟ ହରାଇ କୁଦଠାରୁ କିଛି ଦୁରରେ ଓଲଟି ପଡିଥିଲା । ଡଙ୍ଗାରେ ଥିବା ୧୩ଜଣ ଲୋକ ଚିଲିକାର ଅକାତ କାତ ପାଣିକୁ ଖସିପଡିଥିଲେ ।  ନିଖୋଜ ତିନିଜଣଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଟୁଆ ଗାଁର ମତ୍ସ୍ୟଜୀବୀ ଉଗ୍ରସେନ ଦାସ ଗଭୀର ଜଳରେ ପହଁରି ପହଁରି କୂଳରେ ପହଞ୍ଚିଥିଲେ । ମାତ୍ର ନିଖୋଜ ପୁରୀର ଦୁଇଜଣ ଯୁବକ ମୃତ୍ୟୁ ବରଣ କରିଥିଲେ । ଡଙ୍ଗାର ପଙ୍ଖାରେ କଟି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତ ଦୁଇଜଣ ହେଲେ ତଳମାଳିସାହିର ରାକେଶ ସ୍ୱାଇଁ ଓ ଅନ୍ୟ ଜଣେ ମାର୍କଣ୍ଡେଶ୍ୱର ସାହିର ସୌମେନ୍ଦ୍ର ମହାନ୍ତି । ସେପଟେ ସରକାରୀ ନିୟମ ରହିଥିବା ବେଳେ କାହିଁକି ସେମାନେ ଡଙ୍ଗାରେ ଲାଇଫ ଜ୍ୟାକେଟ ନେଇନଥିଲେ ତାହାର ତଦନ୍ତ କରାଯାଉ । ଏଭଳି ଦୁର୍ଘଟଣା ପାଇଁ ପ୍ରଶାସନ ଦାୟୀ ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ ସଂଜୀବ ମହାନ୍ତି " ।



"ଚିଲିକା ଡଙ୍ଗାବୁଡି ଘଟଣାର ଆରମ୍ଭ ହୋଇଛି ତଦନ୍ତ । ପ୍ରକ୍ରିୟା ସରିବା ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୟୁଡି ମାମଲା ରୁଜୁ ହେବା ସହ ମୃତକ ଦୁଇଜଣଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି । ପୂର୍ବରୁ ମଧ୍ୟ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ତା ପୂର୍ବରୁ ଛତିଶଗଡର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା  । ଆଉ ଗତକାଲି ଘଟଣା ପାଇଁ ମଧ୍ୟ ପ୍ରଶାସନକୁ ଦାୟୀ କରାଯାଉଛି । ସେପଟେ ଏଭଳି ଦୁର୍ଘଟଣା ଯେଭଳି ଆଗକୁ ନହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ପର୍ଯ୍ୟଟକ ମାନଙ୍କ ପାଇଁ ସ୍ୱତନ୍ତ୍ର ଆପ ପ୍ରସ୍ତୁତ କରାଯିବ । ସିଙ୍ଗିଲ ଉଇଣ୍ଡୋ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଚିଲିକା ଦର୍ଶନ କରିବା ପାଇଁ ଅନେକ ସୁବିଧା ଯୋଗାଇଦିଆଯିବ । ପର୍ଯ୍ୟଟକମାନେ ଏହି ଆପ ଜରିଆରେ କେତେ ସମୟ ବୁକିଂ ଓ କେତେଜଣ ଏବଂ କେତେ ଟଙ୍କାରେ ବୁକିଂ ସହ ଡଙ୍ଗା ଚାଳକଙ୍କ ତଥ୍ୟ ମଧ୍ୟ ରହିବ । ସେ ନେଇ ଖୁବ ଶୀଘ୍ର ଡଙ୍ଗା ଚାଳକ ସଙ୍ଘଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଜିଲାପାଳ । ପୁଣି ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୦ଲକ୍ଷ ଟଙ୍କାର ଲାଇଫ ଜ୍ୟାକେଟର ବ୍ୟବସ୍ଥା କରାଯାଉଛି ଓ ତାହାକୁ ବୋଟସଙ୍ଘକୁ ବଣ୍ଟାଯିବ । ତେବେ ପର୍ଯ୍ୟଟକମାନେ ବି ନିଜେ ସତର୍କତା ସହ ଲାଇଫ ଜ୍ଯାକେଟ ବିନା ଚିଲିକା ପରିଭ୍ରମଣ କରନ୍ତୁ ନାହିଁ ବୋଲି ସଚେତନ କରାଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା " ।
Published by:Soubhagya Mishra
First published: