ଷ୍ଟ୍ରିଟଫୁଡ୍ ଭେଣ୍ଡରଙ୍କ ପାଇଁ ବିଏମସିର ନୂଆ ନିୟମ; ଫୁଟପାଥ କିମ୍ବା ଡ୍ରେନ ଉପରେ ରହିବନି ଠେଲାଗାଡି

ଷ୍ଟ୍ରିଟଫୁଡ୍ ଭେଣ୍ଡରଙ୍କ ପାଇଁ ନୂଆ ନିୟମ ଆଣିଲା ବିଏମସି । ରାସ୍ତା ଉପରେ, ଫୁଟପାଥ କି ଡ୍ରେନ ଉପରେ ଠେଲାଗାଡି ଲଗାଇ ବ୍ୟବସାୟ କରିପାରିବେ ନାହିଁ ।

ଷ୍ଟ୍ରିଟଫୁଡ୍ ଭେଣ୍ଡରଙ୍କ ପାଇଁ ବିଏମସିର ନୂଆ ନିୟମ; ଫୁଟପାଥ କିମ୍ବା ଡ୍ରେନ ଉପରେ ରହିବନି ଠେଲାଗାଡି

ଷ୍ଟ୍ରିଟଫୁଡ୍ ଭେଣ୍ଡରଙ୍କ ପାଇଁ ବିଏମସିର ନୂଆ ନିୟମ; ଫୁଟପାଥ କିମ୍ବା ଡ୍ରେନ ଉପରେ ରହିବନି ଠେଲାଗାଡି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଷ୍ଟ୍ରିଟଫୁଡ୍ ଭେଣ୍ଡରଙ୍କ ପାଇଁ ନୂଆ ନିୟମ ଆଣିଲା ବିଏମସି । ରାସ୍ତା ଉପରେ, ଫୁଟପାଥ କି ଡ୍ରେନ ଉପରେ ଠେଲାଗାଡି ଲଗାଇ ବ୍ୟବସାୟ କରିପାରିବେ ନାହିଁ । ପରିମଳ ବ୍ୟବସ୍ଥାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ନ ମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ସେପଟେ ବ୍ୟବସାୟୀ କହିଛନ୍ତି ବିଏମସି ଯଦି ଥଇଥାନ କରିବନି ତେବେ ଉଠିବୁ ନାହିଁ ରାସ୍ତା ଉପରୁ । ସଙ୍ଘ ସଭାପତି କହିଛନ୍ତି ବିଏମସି ନିୟମରେ ପ୍ରଭାବିତ ହେବେ ୮ହଜାର ବ୍ୟବସାୟୀ ।ସମାଧାନ କରି ନିୟମ ଲାଗୁ କରିବାକୁ ଯୋଜନା କରିବାକୁ ବିଏମସିକୁ କହିଛନ୍ତି ।



ଗ୍ରାହକଙ୍କ ଗାଡି ପାର୍କିଂ ପାଇଁ ବିସ୍ତୃତ ଜାଗା ନଥିଲେ ଭେଣ୍ଡର ବା ଠେଲାଗାଡିରେ ବ୍ୟବସାୟ କରୁଥିବା ଦୋକାନୀ ଗ୍ରାହକଙ୍କୁ ଖାଇବାକୁ ଦେଇପାରିବେ ନାହିଁ । ପାର୍ଷଲ କିମ୍ବା ଅନଲାଇନ ଫୁଡ଼ ସର୍ଭିସ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ପରିମଳ ବ୍ୟବସ୍ଥା ସହ ନିଜ ଆଉଟଲେଟ ସାମନାରେ ଡ଼ଷ୍ଟବିନ ରଖିବା ମଧ୍ୟ ବାଧ୍ୟତାମୂଳକ । ଓଦା ଓ ଶୁଖିଲା ଅଳିଆ ଅଲଗା ରଖିବା ସହ ଅଳିଆ ଗାଡିକୁ ପ୍ରତିଦିନ ଅଳିଆ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀ ନିଜେ ସ୍ୱଚ୍ଛ ରହିବା ସହ ସଫା ପୋଷାକ ପିନ୍ଧିବା, ହାତରେ ଗ୍ଲୋବସ, ମୁଣ୍ଡରେ କ୍ୟାପ, ମାସ୍କ ଓ ଆପ୍ରୋନ ପିନ୍ଧିବା ପ୍ରତି ଗୁରୁତ୍ୱ ଦେବେ । ଖାଦ୍ୟ ନିରାପତ୍ତା ନିୟମ ମାନିବା ଅନିର୍ବାର୍ଯ୍ୟ । ନୋ ଭେଣ୍ଡିଙ୍ଗ ଜୋନ ଏରିଆରେ କେହି ମଧ୍ୟ  ଠେଲା ଗାଡି ଲଗାଇ ବ୍ୟବସାୟ କରିପାରିବେ ନାହିଁ । ଏନେଇ ବିଏମସି ପକ୍ଷରୁ ବିଧିବଦ୍ଧ ନୋଟିସ କରାଯାଇଛି । ଯାହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶନମାରେ ସ୍ପଷ୍ଟ ଉଲ୍ଲେଖ ରହିଛି ।



ଅନ୍ୟପଟେ ବିଏମସି ଉପରେ ଦୋଷ ଲଦିଛନ୍ତି ଷ୍ଟ୍ରିଟ୍ ଭେଣ୍ଡର ବ୍ୟବସାୟୀ । ବିଏମସି ଅନେକ ଥର ଆସି ଠେଲା ହଟେଇବା ସହ ଦୋକାନ ଭାଙ୍ଗିଛି । ହେଲେ ସ୍ଥାୟୀ ସମାଧାନ ପାଇଁ କୌଣସି ବ୍ୟବସ୍ଥା କରୁନାହିଁ । ଥଇଥାନ କରିବାକୁ ଅନେକ ଦିନରୁ ଗୁହାରି ହୋଇଛି । ବିଏମସି ରେଜିଷ୍ଟ୍ରେସନ କାର୍ଡ଼, ଫୁଡ଼ ଲାଇସେନ୍ସ ଥାଇ ମଧ୍ୟ ବ୍ୟବସାୟ ବନ୍ଦ କରିବାକୁ କହିଲେ ଚଳିବ ନାହିଁ ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଥଇଥାନ ନ କରିବା ପର୍ଯ୍ୟନ୍ତ ରାସ୍ତା ଉପରୁ ହଟିବୁ ନାହିଁ ବୋଲି କହିଛନ୍ତି । ତେବେ ଏହି ନିୟମ ଲାଗୁ ହେଲେ ୮ହଜାରରୁ ଅଧିକ ଷ୍ଟ୍ରିଟଫୁଡ଼ ଭେଣ୍ଡର ପ୍ରଭାବିତ ହେବେ । ବିଏମସି ସମସ୍ୟାର ସମାଧାନ କରି ନିୟମ ଲାଗୁ କଲେ ଭଲ ହେବ ବୋଲି ସଙ୍ଘର ସଭାପତି କହିଛନ୍ତି ।

ବିଏମସିର କଡା ନିର୍ଦ୍ଦେଶକୁ ଖାତିର ନ କରି ନିଜ ଜିଦରେ ଅଟଳ ଉଠା ଦୋକାନୀ । ତେବେ ଏହା କେତେ କାର୍ଯ୍ୟକାରୀ ହେଉଛି ଓ ବିଏମସି କି ସମାଧାନ କରୁଛି ତାହାକୁ ଅପେକ୍ଷା ।
Published by:Soubhagya Mishra
First published: