ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବ୍ରହ୍ମପୁର ଦୁର୍ଗା ପୂଜାକୁ ନେଇ BMCର ନୂଆ ଗାଇଡଲାଇନ୍; ବିନା ଭକ୍ତରେ ପୂଜା ହେବେ ମା' ଦୁର୍ଗା

ବ୍ରହ୍ମପୁର ଦୁର୍ଗା ପୂଜାକୁ ନେଇ BMCର ନୂଆ ଗାଇଡଲାଇନ୍; ବିନା ଭକ୍ତରେ ପୂଜା ହେବେ ମା' ଦୁର୍ଗା

ବ୍ରହ୍ମପୁରରେ ବିନା ଭକ୍ତରେ ପୂଜା ପାଇବେ ମା' ଦୁର୍ଗା । ବି.ଏମ.ସି. ପକ୍ଷରୁ ଜାରି ହୋଇଥିବା ଦୁର୍ଗା ପୂଜା ଗାଇଡ଼ଲାଇନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପୂଜା କମିଟି।

ବ୍ରହ୍ମପୁର ଦୁର୍ଗା ପୂଜାକୁ ନେଇ BMCର ନୂଆ ଗାଇଡଲାଇନ୍; ବିନା ଭକ୍ତରେ ପୂଜା ହେବେ ମା' ଦୁର୍ଗା
ବ୍ରହ୍ମପୁର ଦୁର୍ଗା ପୂଜାକୁ ନେଇ BMCର ନୂଆ ଗାଇଡଲାଇନ୍
  • News18 Odia
  • Last Updated: October 6, 2021, 11:13 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ପାର୍ବଣ ସମୟରେ କରୋନା ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ବି.ଏମ.ସି. ପକ୍ଷରୁ ଜାରି ହେଲା ଗାଇଡ଼ଲାଇନ। ବ୍ରହ୍ମପୁରରେ ରହିଥିବା ଦୁର୍ଗା ପୂଜା କମିଟିମାନେ କିଭଳି କରୋନା କଟକଣାର ସହିତ ମା'ଙ୍କୁ ପୂଜା କରିବେ ସେ ନେଇ ବି.ଏମ.ସି. ପକ୍ଷରୁ ସମସ୍ତ କମିଟିମାନଙ୍କୁ ଜଣାଇ ଦିଆଯାଇଛି । ପୂଜା ମଣ୍ଡପରେ କେବଳ କମିଟିର କର୍ମକର୍ତ୍ତା ଓ ପୂଜକ ହିଁ ରହିବେ । ଭକ୍ତମାନଙ୍କୁ ପୂଜା ମଣ୍ଡପକୁ ମନା କରାଯାଇଛି । ପୂଜା ମଣ୍ଡପରେ କେବଳ ପାଞ୍ଚ ଜଣ ହିଁ ରହିବା ନିମନ୍ତେ ନିର୍ଦ୍ଦେଶ ରହିଥିବା ବେଳେ ମୂର୍ତ୍ତିର ଉଚ୍ଚତା ଚାପି ଫୁଟରୁ କମ ରଖିବାକୁ କୁହାଯାଇଛି ।

ସେହିପରି ପୂଜା କମିଟିର କର୍ମକର୍ତ୍ତାମାନଙ୍କ ଆରଟିପିସିଆର ରିପୋର୍ଟ ନେଗେଟିଭ୍‌ ରହିବା ସହ ଟିକାର ଦୁଇଟି ଡ଼ୋଜ ନେଇଥିବା ବାଧ୍ୟତାମୂଳକ । ବି.ଏମ.ସି.ର ଏଭଳି କଟକଣାକୁ ପୂଜା କମିଟିମାନେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ମୂର୍ତ୍ତିର ଉଚ୍ଚତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୂର୍ତ୍ତି କାରିଗରମାନେ ।

ବ୍ରହ୍ମପୁର ସହରରେ କରୋନା କଟକଣାରେ ପାଳନ ହେବ ଦୁର୍ଗା ପୂଜା । ମା'ଙ୍କ ପୂଜାକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ କିଭଳି ମା'ଙ୍କ ପୂଜା ସହରର ପୂଜା କମିଟିମାନେ କରିବେ ସେ ନେଇ ବି.ଏମ.ସି. ପକ୍ଷରୁ ଜାରି ହୋଇଛି ନୂଆ ଗାଇଡ଼ଲାଇନ । ଚଳିତ ଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ପୂଜା କମିଟିର ସଦସ୍ୟ ଓ ପୂଜକ ମାନଙ୍କୁ ନେଇ ପୂଜା ହେବ ବୋଲି ନିର୍ଦ୍ଦେଶରେ କୁହାଯାଇଛି । ପୂଜା ମଣ୍ଡପକୁ ଭକ୍ତଙ୍କ ପ୍ରବେଶ ନିଷେଧ ରହିଛି । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ କମ୍‌ ରହିବ । ନାକବାଜି ଯନ୍ତ୍ର ବ୍ୟବହାର ହାଇପାରିବ ନାହିଁ । ପୂଜକ, କମିଟିର ସଦସ୍ୟଙ୍କୁ ମିଶାଇ କେବଳ ପୂଜା ମଣ୍ଡପରେ ପାଞ୍ଚ ଜଣ ବ୍ୟକ୍ତି ହିଁ ରହିପାରିବେ । ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ବନ୍ଦ ରହିବ ।

ଭକ୍ତମାନଙ୍କୁ ପୂଜା ମଣ୍ଡପକୁ ମନା କରାଯାଇଛି


ବି.ଏମ.ସି କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦୋର କହିଛନ୍ତି, ‘‘ପୂଜା କମିଟି ଓ ଆୟୋଜକମାନେ କୋରୋନନାର ଦ୍ବିତୀୟ ଟିକା କିମ୍ବା ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ରଖିବା ଜରୁରୀ । ରୁଦ୍ଧଦ୍ବାରରେ ହିଁ ପୂଜା ହେବ । ପୂଜା ସ୍ଥଳକୁ ତିନି ପଟୁ ଆବଦ୍ଧ କରାଯିବ । ପୂଜା ଶେଷ ହେବା ପରେ ଭସାଣୀ ଉତ୍ସବ ଆୟୋଜିତ ହୋଇପାରିବ ନାହିଁ । ବି.ଏମ.ସି. ପକ୍ଷରୁ ନିର୍ମିତ କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ। ଏହି ନିୟମକୁ ପୂଜା କମିଟିମାନେ କିଭଳି ପାଳନ କରୁଛନ୍ତି ସେ ନେଇ ବି.ଏମ.ସି.ର ଚାରୋଟି ଟିମ୍‌ ଅନୁଧ୍ୟାନ କରିବେ । ଯେଉଁମାନେ ନିୟମକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।’’

‘‘ବି.ଏମ.ସି.ର ପୂଜା ଗାଇଡ଼ଲାଇନକୁ ସ୍ବାଗତ କରିଛନ୍ତି ପୂଜା କମିଟିମାନେ । ମା'ଙ୍କ ପୂଜା ଆରମ୍ଭ ହେବାକୁ ଥିବା ବେଳେ ସୋମବାର ରାତିରେ ବି.ଏମ.ସି. ପକ୍ଷରୁ ଗାଇଡ଼ଲାଇନ ଜାରି କରାଗଲା । ତେଣୁ କିଭଳି ଗୋଟିଏ ଦିନରେ ପୂଜା ପାଇଁ ପ୍ରସ୍ତୁତ କରାଯିବ ତାହାକୁ ନେଇ କମିଟିମାନେ ଚିନ୍ତାରେ । ଏହାଛଡ଼ା ଅନ୍ୟ ସ୍ଥାନ ଗୁଡ଼ିକରେ ପୂଜା ମଣ୍ଡପରେ ସାତ ଜଣଙ୍କୁ ଅନୁମତି ଦିଆଯାଇଥିବା ବେଳେ ବ୍ରହ୍ମପୁରରେ ମଣ୍ଡପରେ କେବଳ ପାଞ୍ଚ ଜଣ ସଦସ୍ୟଙ୍କ ଉପସ୍ଥିତିକୁ ନେଇ ସାମାନ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ତଥାପି ମଧ୍ୟ ଯେଉଁ ସବୁ ପୂଜା ପାଇଁ ଗାଇଡ଼ଲାଇନ ଜାରି କରାଯାଇଛି ସମସ୍ତ ନିୟମକୁ ପାଳନ କରାଯିବ,’’ କହିଛନ୍ତି କୋର୍ଟପେଟା ଦୁର୍ଗା ପୂଜା କମିଟିର ସଭାପତି ରାମ କୁମାର ପାତ୍ର ।

 ବିନା ଭକ୍ତରେ ପୂଜା ହେବେ ମା' ଦୁର୍ଗା


କଟକରୁ ଆସିଥିବା ମୂର୍ତ୍ତି କାରିଗର ଶଙ୍କର୍ଷଣ ବେହେରା କହିଛନ୍ତି, ‘‘ମୂର୍ତ୍ତିର ଉଚ୍ଚତା ଚାରି ଫୁଟ ମଧ୍ୟରେ ରହିବା ନେଇ ବି.ଏମ.ସି. ପକ୍ଷରୁ ନିର୍ଦ୍ଦେଶ ରହିଥିବା ଯୋଗୁଁ ମୂର୍ତ୍ତି କାରିଗରମାନେ ଚିନ୍ତାରେ । କାରଣ ପୂର୍ବରୁ ବଡ଼ ବଡ଼ ମୂର୍ତ୍ତିରେ ମା' ପୂଜା ପାଉଥିବା ବେଳେ ଭଲ ଦୁଇ ପଇସା ରୋଜଗାର କରିପାରୁଥିଲେ କାରିଗରମାନେ । ଛୋଟ ମୂର୍ତ୍ତିରେ ଯେତେ ପରିଶ୍ରମ ବଡ଼ ମୂର୍ତ୍ତି ନିର୍ମାଣରେ ମଧ୍ୟ ସେତିକି ପରିଶ୍ରମ । କିନ୍ତୁ ବର୍ତ୍ତମାନ ଛୋଟ ମୂର୍ତ୍ତି ନିର୍ମାଣ କରିବା ପରେ ଉଚିତ୍ ପାରିଶ୍ରମିକ ମିଳିବ ନାହିଁ । ଏହା ଛଡ଼ା କରୋନା କଟକଣା ଯୋଗୁଁ ସର୍ବସାଧାରଣରେ ପୂଜା କରିବା ମନା ରହିଥିବା ଯୋଗୁଁ ମୂର୍ତ୍ତି କିଣିବା ନିମନ୍ତେ ଆଉ ଗ୍ରାହକଙ୍କ ଭିଡ଼ ଜମୁନଥିବା ଦେଖିବାକୁ ମିଳୁଛି।’’

ସୋମବାର ସନ୍ଧ୍ୟା ସମୟରେ ବି.ଏମ.ସି. ପକ୍ଷରୁ ଦୁର୍ଗା ପୂଜା ଗାଇଡ଼ଲାଇନ ଜାରି ହୋଇଥିବା ବେଳେ ପୂଜା ଆୟୋଜନ ନେଇ ବ୍ୟସ୍ତ ଅଛନ୍ତି ସହରର ସମସ୍ତ ପୂଜା କମିଟି । ସେପଟେ କିଭଳି ଭାବେ ଶାନ୍ତିଶୃଙ୍ଖଳାର ସହ ପୂଜା ଶେଷ ହେବ ସେ ନେଇ ବି.ଏମ.ସି. ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ।
Published by: Lipina Das
First published: October 6, 2021, 11:10 AM IST