News18 Odia Digital
ଭୁବନେଶ୍ୱର: ସାଢେ ୩ ଲକ୍ଷ ଟଙ୍କାର ଲୋଭ ଆଗରେ ଜିତ ପାରିଲାନି ସ୍ୱଚ୍ଛ ସାଥୀ ମହିଳାଙ୍କ ମାନବିକତା। ଲୋଭ ଠାରୁ ଉର୍ଦ୍ଧ୍ୱରେ ମାନବିକତା ଏହି କଥାକୁ ପ୍ରମାଣିତ କରି ଦେଖାଇଦେଇଛନ୍ତି ମହିଳା ସଫେଇ କର୍ମୀ ପୂଜା ସିଂହ । ଏହି ଘଟଣା ଜାଣିବା ପରେ ଆପଣ ବି ହୃଦୟଙ୍ଗମ କରିପାରିବେ ଯେ ଏ ଦୁନିଆରେ ଆଜିବି ମଣିଷପଣିଆ ବଞ୍ଚି ରହିଛି । ଅଳିଆ ଆବର୍ଜନା ସଫା କରୁଥିବା ସଫେଇ କର୍ମଚାରୀ ବା ସ୍ୱଚ୍ଛସାଥୀ ପୂଜା ସିଂହଙ୍କୁ ମିଳିଥିଲା ପାଖାପାଖି ସାଢେ ୬ ଭରିର ସୁନା ଚେନ। ଏହି ସୁନା ଚେନକୁ ନିଜ ପାଖରେ ରଖି ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଚେନ ସମ୍ପର୍କରେ ଜଣାଇଥିଲେ ।
ତଦନ୍ତରୁ ଜଣାପଡିଥିଲା ଯେ ସୁନା ଚେନର ମାଲିକ ହେଉଛନ୍ତି ଚନ୍ଦ୍ରଶେଖରପୁରର ବିଭୁତି ଭୂଷଣ ସେଠୀ । ତୁରନ୍ତ ତାଙ୍କୁ ଯୋଗାଯୋଗ କରାଯାଇ ବିଏମସି କାର୍ଯ୍ୟାଳୟରେ ସୁନା ଚେନ ଫେରସ୍ତ କରାଯାଇଥିବାବେଳେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ପୂଜାଙ୍କୁ ଏପରି ମହତ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରିଛନ୍ତି ।
ପପୁ ପମପମଙ୍କୁ ପଥର ମାଡ଼: ଚିହ୍ନଟକାରୀଙ୍କ ତଣ୍ଟି କାଟିଲା ପଥର ମାରିଥିବା ବ୍ଯକ୍ତିସୁନା ଚେନ ମାଲିକ ବିଭୁତି ଭୂଷଣଙ୍କ ସୂଚନା ମୁତାବକ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ଶୈଳଶ୍ରୀ ବିହାରରେ ରହୁଥିବା ବିଭୁତି ପେସାରେ ଜଣେ ଆଇନଜୀବୀ। ଜାଗର ଦିନ ସନ୍ଧ୍ୟାବେଳେ ଘରେ ସଜାଯାଇଥିବା ଫୁଲ ଉପରେ ତାଙ୍କର ସୁନା ଚେନକୁ ବେକରୁ ଓହ୍ଲାଇ ରଖିଦେଇଥିଲେ । ଏହାପରେ ସୁନା ଚେନ ବାବଦରେ ତାଙ୍କର ଆଉ ମନେ ନଥିଲା । ଏହା ପରଦିନ ସେ ବାସି ଫୁଲ ସହ ଭୁଲବଶତଃ ସୁନା ଚେନକୁ ଅଳିଆ ବାଲ୍ଟିରେ ଫିଙ୍ଗି ଦେଇଥିଲେ । ୧୯ ଫେବୃୟାରୀ ସନ୍ଧ୍ୟାରେ ବିଏମସିର ଅଳିଆ ଗାଡି ଆସି ଅଳିଆ ବାଲ୍ଟିରେ ଥିବା ଅଳିଆ ନେଇ ଚାଲିଯାଇଥିଲା । ତେବେ ପୂଜାଙ୍କ ଆଖିରେ ଏହା ପଡିବାରୁ ଏ ନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେଇଥିଲେ । ଏହା ପରେ ତଦନ୍ତ କରାଯାଇଥିଲା ଓ ବିଭୁତିଙ୍କ ସୁନା ଚେନ ହଜିଯାଇଥିବାର ଜଣାପଡିଥିଲା ।
ଏହା ପରେ ବିଭୂତିଙ୍କୁ ଡାକି ବିଏମସି କାର୍ଯ୍ୟାଳରେ ଫେରସ୍ତ କରାଯାଇଥିଲା । ଏଥିସହ ପୂଜାଙ୍କ ମହତ କାର୍ଯ୍ୟ ପାଇଁ କମିଶନର କୁଲଙ୍ଗେ ତାଙ୍କୁୁ ମାନ ପତ୍ର ସହ ପୁରସ୍କାର ରାଶି ଦେଇ ସମ୍ମାନିତ କରିଥିଲେ । ଏଥିସହ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ପୂଜାଙ୍କ ମହତ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରିବା ସହ ଶୁଭେଚ୍ଛାର ସୁଅ ଛୁଟିଥିଲା । ପୂଜାଙ୍କର ଏହି କାର୍ଯ୍ୟ ଆଜି ସମସ୍ତଙ୍କ ପାଇଁ ଏକ ଉଦାହରଣ ସାଜିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।