ଭୁବନେଶ୍ୱରରେ ସାଇକେଲ୍ ଚଳାଇବା ସୁଗମ ହେବ; ଜବର ଦଖଲ ହଟେଇବା ଆରମ୍ଭ କଲା BMC

ସାଇକେଲ ଟ୍ରାକରେ ପାର୍କିଂ ସ୍ଥଳ ନ ବନାଇବାକୁ ଓ ଉଠା ଦୋକାନ ନ ବସାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ପ୍ରଥମେ ଲୋକଙ୍କୁ ସଚେତନ କରାଯାଉଛି। ନ ମାନିଲେ ଜୋରଦାର ଜୋରିମାନା ଆଦାୟ ହେବ ବୋଲି କହିଛନ୍ତି ଜଣେ BMC ଅଧିକାରୀ ।

ଭୁବନେଶ୍ୱରରେ ସାଇକେଲ୍ ଚଳାଇବା ସୁଗମ ହେବ; ଜବର ଦଖଲ ହଟେଇବା ଆରମ୍ଭ କଲା BMC
ମୁକ୍ତ ହୋଇଥିବା ସାଇକେଲ୍ ଟ୍ରାକ୍; (ଡାହାଣ) BDA ଛକ ନିକଟରେ ଥିବା କେତେକ ‘ମୋ ସାଇକେଲ୍’
  • News18 Odia
  • Last Updated: October 19, 2020, 10:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ସାଇକେଲ ଚଳେଇବା ପାଇଁ ପଥ ପରିଷ୍କାର ହେଉଛି । ଗତ ଶୁକ୍ରବାର ‘ସାଇକେଲଗିରି’ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ଏବେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ। ପ୍ରଥମ ଦିନରେ ୧୦,୦୦୦ ଟଙ୍କାରୁ ଅଧିକ ଜୋରିମାନା ଆଦାୟ ହୋଇଛି। ସହରରେ ସାଇକେଲ ଚଳାଇବା ଅଭ୍ୟାସକୁ ଅଧିକ ଲୋକପ୍ରିୟ କରିବା ସହ ସାଇକେଲ ଟ୍ରାକଗୁଡ଼ିକୁ ଜବରଦଖଲ ମୁକ୍ତ କରିବାକୁ ବିଏମସି ଲକ୍ଷ୍ୟ ରଖିଛି।

ଅକ୍ଟୋବର ୯ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ସାଇକେଲଗିରି । ତାକୁ ସଫଳ କରିବା ପାଇଁ ସାଇକେଲ ଟ୍ରାକଗୁଡ଼ିକରୁ ଜବରଦଖଲ ଉଚ୍ଛେଦ କରିବା ଆରମ୍ଭ କରିଛି ବିଏମସି । ପ୍ରଥମ ଦିନରେ ଶିଶୁଭବନ ଛକ, ପିଏମଜି ଛକ ଓ  ୟୁନିଟ ୧ ଚତୁଃପାର୍ଶ୍ଵରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦରେ ମୋଟ ପାଞ୍ଚଟି ଫଳ ଦୋକାନ, ଗୋଟିଏ ଜଳଖିଆ ଦୋକାନ, ଗୋଟିଏ କାର୍‌ ଓ ଗୋଟିଏ ପ୍ରଦୂଷଣ ପରୀକ୍ଷା ଯାନକୁ ହଟାଯାଇଛି । ନିର୍ମାଣ ଭଗ୍ନାବଶେଷ ଓ ବର୍ଜ୍ୟବସ୍ତୁ ରାସ୍ତା କଡ଼ରେ ଜମା କରିଥିବା ଲୋକଙ୍କ ଠାରୁ ମୋଟ ୧୦,୨୦୦ ଟଙ୍କାର ଜୋରିମାନା ଆଦାୟ କରାଯାଇଛି।

ଗୋଟିଏ ଉଠା ଦୋକାନୀକୁ ସାଇକେଲ୍ ଟ୍ରାକରୁ ବାହାର କରାଯାଉଛି ।


ବିଭିନ୍ନ ଜୋନର ଡେପୁଟି କମିଶନରଙ୍କ ସିଧାସଳଖ ତତ୍ୱବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଛି। ବିଏମସି ଦକ୍ଷିଣପୂର୍ବ ଜୋନ ଓ ଦକ୍ଷିଣ-ପଶ୍ଚିମ ଜୋନରେ ଉଚ୍ଛେଦ କାର୍ଯ୍ୟକ୍ରମ କରାଯାଇଛି।

‘‘ସାଇକେଲ ଟ୍ରାକରେ ପାର୍କିଂ ସ୍ଥଳ ନ ବନାଇବାକୁ ଓ ଉଠା ଦୋକାନ ନ ବସାଇବାକୁ ପରାମର୍ଶ ଦିଆଯାଇଛି। ପ୍ରଥମେ ଲୋକଙ୍କୁ ସଚେତନ କରାଯାଉଛି। ନ ମାନିଲେ ପରବର୍ତ୍ତୀ ସମୟରେ ଜୋରଦାର ଜୋରିମାନା ଆଦାୟ ହେବ,’’ କହିଛନ୍ତି ବିଏମସି ଏନଫୋର୍ସମେଣ୍ଟ ଅଫିସର ସନ୍ତୋଷ କୁମାର ସାମଲ।

ଜଣେ ଅଟୋ ମାଲିକଙ୍କ ଠାରୁ ବେଆଇନ୍ ପାର୍କିଂ ପାଇଁ ଫାଇନ୍ ଆଦାୟ ହେଉଛି ।


ଏହା ବି ପଢ଼ନ୍ତୁ | ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେ’କୁ ୨୫ ପୂରିଲା; ଯାଦୁ ସେମିତି!

ଏଣିକି ପ୍ରତି ଶୁକ୍ରବାର ହେବ ସାଇକେଲର ଦିନ। ପ୍ରତି ଶୁକ୍ରବାର ଏଭଳି ସାଇକେଲ ଟ୍ରାକରୁ ଜବରଦଖଲ ଉଚ୍ଛେଦ କରାଯିବ। ଏ ନେଇ ଭୁବନେଶ୍ୱରର ତିନୋଟି ଜୋନ ପାଇଁ ଛଅଟି ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇଛି । ସାଇକେଲ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା ସହ ସୁସ୍ଥ ବାତାବରଣ ଭିତରେ ସାଇକେଲ ଚାଳନାର ସୁବିଧା ଯୋଗାଇବା ହିଁ ଲକ୍ଷ୍ୟ ରହିଛି ।

‘‘ସାଇକେଲଗିରିକୁ ଆଗେଇ ନେବା, ସାଇକେଲ ଚଳାଳିଙ୍କୁ ସମ୍ମାନ ଦେବା, ସାଇକେଲ ଟ୍ରାକକୁ ସୁରକ୍ଷିତ କରିବା, ବିଏମସି ପରିସରରେ ଥିବା ଅଞ୍ଚଳଗୁଡ଼ିକୁ ଅଧିକରୁ ଅଧିକ ପରିବେଶ ଅନୁକୂଳ କରି ଗଢ଼ି ତୋଳିବାରେ ସରକାରଙ୍କ ଉଦ୍ୟମ ସହିତ ଗୋଷ୍ଠୀ ସହଯୋଗକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଉଚ୍ଛେଦ କାର୍ଯ୍ୟକ୍ରମ ଆବଶ୍ୟକତା ଅନୁଯାୟୀ ଚାଲୁ ରହିବ,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଏହି VIDEO ଦେଖନ୍ତୁ ବିହାରରେ ଆପଣଙ୍କୁ ସ୍ାଗତ: ‘ମିର୍ଜାପୁର ଟ୍ରେଲର ଦେଖିଛନ୍ତି କି? ଧମାଲ୍ ମଚାଉଛି! ଦେଖନ୍ତୁ

ବିଏମସିର ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିଛନ୍ତି ରାଜଧାନିବାସୀ । ସାଇକେଲ ଚାଳକ ରୁଦ୍ର ଲାଗୁରୀ କହିଛନ୍ତି, ‘‘ମୁଁ ନିୟମିତ ସାଇକେଲ ଚଲାଏ। କିନ୍ତୁ ସହରର ଅଧିକାଂଶ ସ୍ଥାନରେ ସାଇକେଲ ଟ୍ରାକ ଉପରେ ଗାଡ଼ି ପାର୍କିଂ ହେଉଛି, ଫଳରେ ସାଇକେଲ ଚଳାଇବାରେ ସମସ୍ୟା ହେଉଛି। ଯାହା ହେଉ ବିଏମସି ପକ୍ଷରୁ ଏବେ ଉଚ୍ଛେଦ ଆରମ୍ଭ ହୋଇଛି। ଏହା ଏକ ଭଲ ପଦକ୍ଷେପ ।’’

ହକି ବିଶ୍ୱ କପ୍‌ ପୂର୍ବରୁ ସହରରେ ‘ମୋ ସାଇକେଲ’ ପ୍ରକଳ୍ପ ଆରମ୍ଭ ହୋଇଥିଲା। ସ୍ୱତନ୍ତ୍ର ଭାବେ ତିଆରି ହୋଇଥିଲା ସାଇକେଲ ଟ୍ରାକ୍‌ । ହେଲେ ଧୀରେ ଧୀରେ ସାଇକେଲ ଟ୍ରାକ୍‌ ଉପରେ କେଉଁଠି ଗାଡ଼ି ପାର୍କିଂ ତ ଆଉ କେଉଁଠି ଉଠା ବ୍ୟବସାୟୀ ନିଜ ବ୍ୟବସାୟ କରିବା ଆରମ୍ଭ କରିଦେଇଥିଲେ । ଏବେ ‘ମୋ ସାଇକେଲ’ ଯୋଜନା ବିଏମସି ହାତକୁ ଆସିବା ପରେ ଟ୍ରାକଗୁଡ଼ିକୁ ଜବରଦଖଲ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ବିଏମସି ।
Published by: Anand Shankar Thankur Das
First published: October 19, 2020, 10:52 PM IST
corona virus btn
corona virus btn
Loading