କୁକୁର ପାଳିଲେ ମାନିବାକୁ ହେବ BMC ନିୟମ

BMC Special rules: ବିଏମସି ଆଣିବ ନୂଆ ନିୟମ। ପାଳିତ କୁକୁରଙ୍କ ପଞ୍ଜୀକରଣ ହେବ ବାଧ୍ୟତାମୂଳକ। ବାର୍ଷିକ ଦେବାକୁ ହେବ ୫୦୦ ଟଙ୍କା ଫି। ବେକରେ ବାନ୍ଧିବାକୁ ହେବ ନିର୍ଦ୍ଦିଷ୍ଟ ପଟି, ଫିତା ବା ଶିକୁଳି।

BMC Special rules: ବିଏମସି ଆଣିବ ନୂଆ ନିୟମ। ପାଳିତ କୁକୁରଙ୍କ ପଞ୍ଜୀକରଣ ହେବ ବାଧ୍ୟତାମୂଳକ। ବାର୍ଷିକ ଦେବାକୁ ହେବ ୫୦୦ ଟଙ୍କା ଫି। ବେକରେ ବାନ୍ଧିବାକୁ ହେବ ନିର୍ଦ୍ଦିଷ୍ଟ ପଟି, ଫିତା ବା ଶିକୁଳି।

BMC Special rules: ବିଏମସି ଆଣିବ ନୂଆ ନିୟମ। ପାଳିତ କୁକୁରଙ୍କ ପଞ୍ଜୀକରଣ ହେବ ବାଧ୍ୟତାମୂଳକ। ବାର୍ଷିକ ଦେବାକୁ ହେବ ୫୦୦ ଟଙ୍କା ଫି। ବେକରେ ବାନ୍ଧିବାକୁ ହେବ ନିର୍ଦ୍ଦିଷ୍ଟ ପଟି, ଫିତା ବା ଶିକୁଳି।

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: କୁକୁର ମାଲିକ ସାବଧାନ। ପୋଷା କୁକୁରକୁ ନେଇ ଆସିବାକୁ ଯାଉଛି ନୂଆ ଆଇନ । ଏ ନେଇ ଭୁବନେଶ୍ବର ମୁନିସିପାଲ କର୍ପୋରେସନ-ବିଏମସି ବୈଠକରେ ହୋଇଛି ମାନସମନ୍ଥନ । ବିଏମସି (BMC) ଆଣିବାକୁ ଯାଉଛି ନୂଆ ନିୟମ। ନୂଆ ଡଗ୍‌ ରୁଲ୍‌ ଲାଗି ପ୍ରସ୍ତୁତ ହେଉଛି ଡ୍ରାଫ୍ଟ। କୁକୁର ପାଳିଲେ ମାନିବାକୁ ହେବ BMC ନିୟମ।

ପାଳିତ କୁକୁରଙ୍କ ପଞ୍ଜୀକରଣ ହେବ ବାଧ୍ୟତାମୂଳକ। ବାର୍ଷିକ ଦେବାକୁ ହେବ ୫୦୦ ଟଙ୍କା ଫି। ବେକରେ ବାନ୍ଧିବାକୁ ହେବ ନିର୍ଦ୍ଦିଷ୍ଟ ପଟି, ଫିତା ବା ଶିକୁଳି।

ବିନା ଟ୍ୟାଗ୍‌ରେ କୁକୁରକୁ ବାହାରକୁ ଆଣିବା ମନା। ପୋଷା କୁକୁରଙ୍କୁ ରାସ୍ତା କଡ଼ରେ ଝାଡ଼ା ଫେରାଇ ହେବନି। ଛୁଆ ଜନ୍ମ, ଟିକାକରଣ ଓ ବନ୍ଧ୍ୟାକରଣ ଲାଗି ରହିବ ନିୟମ।

ସେହିପରି ରହିବା ସ୍ଥାନ, ସ୍ବାସ୍ଥ୍ୟ ରକ୍ଷା ନିୟମ ନିର୍ଦ୍ଧାରିତ ହେବ। ମରିଗଲା ପରେ ଏଣେ ତେଣେ ଫିଙ୍ଗିବା ମନା। ନିର୍ଦ୍ଦିଷ୍ଟ ସ୍ଥାନରେ ପୋତିବା ଲାଗି ରହିବ ବ୍ୟବସ୍ଥା।
ପାଳିତ କୁକୁର ବୁଢ଼ା ହୋଇଗଲା ବାହାରକୁ ଛାଡ଼ି ପାରିବେନି ମାଲିକ।

ନିୟମର ସମୀକ୍ଷା ଓ ଅନୁସନ୍ଧାନ କରିବ ବିଏମସି (BMC)। ମାଲିକଙ୍କ ଘରକୁ ଯାଇ ଅନୁସନ୍ଧାନ କରିବେ BMC ଅଧିକାରୀ। କୁକୁର ବ୍ୟବସାୟ ଓ ଖେଳକୁଦରେ ସାମିଲ ଲାଗି ସ୍ବତନ୍ତ୍ର ନିୟମ ମଧ୍ୟ ରହିପାରେ।

ଭୟଙ୍କର ଓ ପାଗଳ କୁକୁର ନିୟନ୍ତ୍ରଣ ଲାଗି ମଧ୍ୟ ରହିବ ବ୍ୟବସ୍ଥା। ନିୟମ ନ ମାନିଲେ ହୋଇପାରେ ଦଣ୍ଡବିଧାନ ବ୍ୟବସ୍ଥା।

ପଢ଼ନ୍ତୁ ଏହି ଖବର:  ପାରାଦୀପରେ IOCL କରିବ ସବୁଠାରୁ ବଡ଼ ନିବେଶ; ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ମଙ୍ଗଳବାର ବିଏମସି କାର୍ଯ୍ୟାଳୟ ରେ draft by lawକୁ ନେଇ କର୍ପୋରେଟର ମାନେ ଆଲୋଚନା କରିଥିଲେ। ପୋଷା କୁକୁରକୁ କିଭଳି ରଖା ଯିବ, ପଞ୍ଜିକରଣ କରାଯିବ ସହ ଅନେକ ନିୟମ ରଖାଯିବକୁ ନେଇ ଆଲୋଚନା ମଧ୍ୟ ହୋଇଥିଲା। ମୁଖ୍ୟତଃ ଯେଉଁମାନେ କୁକୁର ରଖିଛନ୍ତି ବାର୍ଷିକ ୫୦୦ ଟଙ୍କା BMCକୁ ଦେବେ। ସେହିପରି କଲୋନୀରେ କୁକୁର ରଖିଲେ କଣ କଣ ସବୁ ନିୟମ ପାଳିବେ ଏନେଇ ନୂଆ ଆଇନରେ ଆସିପାରେ।

ଦିନକୁ ଶହେଟି କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ନିଷ୍ପତି ହୋଇଛି । ଏଥିପାଇଁ ମଞ୍ଚେଶ୍ୱରରେ ଆଉ ଏକ ପଶୁ ଡାକ୍ତରଖାନା ଆରମ୍ଭ ହେବ ବୋଲି ମେୟର ସୂଚନା ଦେଇଛନ୍ତି । ଏହି ଡ୍ରାଫ୍ଟ ବାଇ-ଲକୁ ନେଇ ପଶୁପ୍ରେମୀ ଓ କେନେଲ କ୍ଲବ୍ ସହ ମଧ୍ୟ ଆଲୋଚନା କରାଯାଇଛି। ତେବେ ଚଳିତ ମାସରେ ହେବାକୁ ଥିବା କର୍ପୋରେସନ ବୈଠକରେ ଏହା ପାରିତ ହେବ
Published by:Lipina Das
First published: