ଅକାମୀ ହୋଇ ପଡ଼ିଛି ୯ କୋଟି ଟଙ୍କାର ମର୍ଡନ ସ୍ଲଟର ହାଉସ; ଶୀଘ୍ର ଟେଣ୍ଡର ଡାକି କାମ କରିବ BMC

ସବୁ ନୀତିନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ରାଜଧାନୀର ରାସ୍ତା କଡ଼ରେ ଚାଲିଛି ଛେଳି କଟା। ବି.ଏମ.ସି. ସବୁ ଜାଣି ନଦେଖିବା ଭଳି ରହୁଥିବାରୁ ଦିନକୁ ଦିନ ରାସ୍ତା କଡ଼ରେ ବଢ଼ିବାରେ ଲାଗିଛି ମାଂସ ଦୋକାନ।

ଅକାମୀ ହୋଇ ପଡ଼ିଛି ୯ କୋଟି ଟଙ୍କାର ମର୍ଡନ ସ୍ଲଟର ହାଉସ

ଅକାମୀ ହୋଇ ପଡ଼ିଛି ୯ କୋଟି ଟଙ୍କାର ମର୍ଡନ ସ୍ଲଟର ହାଉସ

  • Share this:
News18 Odia Digital

ଭୁବନେଶ୍ବର: କେବେ କାମରେ ଆସିବ ମର୍ଡନ ସ୍ଲଟର ହାଉସ। ଖତ ଖାଉଛି ୯ କୋଟି ଟଙ୍କା। ଏକଥା ଆମେ ନୁହେଁ କି ସର୍ବସାଧାରଣ କହୁନାହାଁନ୍ତି ବରଂ ସି.ଏ.ଜି ରିପୋର୍ଟରେ ଦର୍ଶା ଯାଇଛି। ଭୁବନେଶ୍ୱର ମାର୍କେଟରୁ ମନ ଇଚ୍ଛା ଆମିଷ ବଜାର ହଟେଇ ମର୍ଡନ ସ୍ଲଟର ହାଉସରେ ଆମିଷ ବିକ୍ରି ହେବ ହେଲେ ତାହା ବର୍ଷ ବର୍ଷ ବିତିଗଲେ ବି ହୋଇପାରୁନାହିଁ। ସେପଟେ ରାଜଧାନୀ ରାସ୍ତା କଡ଼ରେ ଦିନକୁ ଦିନ ବଢ଼ିବାରେ ଲାଗିଛି ମାଂସ ଦୋକାନ। ରାସ୍ତା କଡ଼ରେ ସର୍ବସାଧାରଣରେ କଟା ଯାଉଛି ଛେଳି। ପରିବେଶ ଦୂଷିତ ହେବା ସହ ମାନସିକ ସ୍ତରରେ ପଡୁଛି ପ୍ରଭାବ।

ସବୁ ନୀତିନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ରାଜଧାନୀର ରାସ୍ତା କଡ଼ରେ ଚାଲିଛି ଛେଳି କଟା। ବି.ଏମ.ସି. ସବୁ ଜାଣି ନଦେଖିବା ଭଳି ରହୁଥିବାରୁ ଦିନକୁ ଦିନ ରାସ୍ତା କଡ଼ରେ ବଢ଼ିବାରେ ଲାଗିଛି ମାଂସ ଦୋକାନ। ସର୍ବସମ୍ମୁଖରେ କଟାଯାଉଛି ଛେଳି। ଯାହା ଦ୍ୱାରା କେବଳ ପରିବେଶ ନଷ୍ଟ ହେଉଛି ତାହା ନୁହେଁ ବରଂ ମାନସିକ ସ୍ତରରେ ମଧ୍ୟ ପ୍ରଭାବ ପଡୁଛି। ସେପଟେ ପ୍ରାୟ ୮ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ଗାଡକଣ ଠାରେ ନିର୍ମାଣ ହୋଇ ଉଦଘାଟନ ହୋଇଥିଲେ ହେଁ କାର୍ଯ୍ୟକ୍ଷମ ହୋଇପାରିନି ଅତ୍ୟାଧୁନିକ କଂସେଇ ଖାନା। ନଷ୍ଟ ହେବାକୁ ବସିଲାଣି ଦାମୀ ଯନ୍ତ୍ରପାତି। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ହୋଇଛି ସାଧାରଣରେ ଦାବି।

"ଆମିଷ ବଜାର ଯୋଗୁଁ ସର୍ବାଧିକ ପ୍ରଦୂଷଣ ବଢୁଛି। ରାସ୍ତା କଡ଼ରେ ମାଛ ମାଂସ ଦୋକାନ। କାଟୁଛି ଛେଳି, କୁକୁଡ଼ା ଯାହା ଦ୍ୱାରା ପରିବେଶ ଅନେକ ଦୂଷିତ ହେଉଛି। ନାଳ ନରଦମାରେ ଆବର୍ଜନା ବଢୁଛି। ଏଠି ସେଠି ସବୁ ପଡ଼ି ରହିବା ଯୋଗୁ ପ୍ରଦୂଷଣ ବଢୁଛି। ଆଉ ଯେଉଁ ଉଦେଶ୍ୟରେ ସ୍ଲଟର ହାଉସ ତିଆରି ହୋଇଛି ତାହା ବ୍ୟବହାର କରାଯାଉ। ନଚେତ୍ ଧନହାନି ପ୍ରାଣପୀଡ଼ା ଭଳି ସ୍ଥିତି ଉପୁଜୁଛି,’’ କହିଛନ୍ତି ପରିବେଶବିତ ଜୟକୃଷ୍ଣ ପାଣି।

ଅକାମୀ ହୋଇ ପଡ଼ିଛି ୯ କୋଟି ଟଙ୍କାର ମର୍ଡନ ସ୍ଲଟର ହାଉସ


ରାସ୍ତା କଡ଼ରୁ ମାଂସ ଦୋକାନ ହଟାଇବା ସହ ମାଂସ ଦୋକାନୀଙ୍କୁ ଥଇଥାନ କରିବାକୁ ବି.ଏମ.ସି. ପକ୍ଷରୁ ନିର୍ମାଣ କରାଯାଇଛି ସ୍ୱତନ୍ତ୍ର ମଟନ ମାର୍କେଟ। ଏହା ସହିତ ମର୍ଡନ ସ୍ଲଟର ହାଉସକୁ କାର୍ଯ୍ୟକ୍ଷମ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏହାକୁ ସଚଳ କରିବାକୁ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲେ ହିଁ ସେ କାର୍ଯ୍ୟକ୍ଷମ କରିନାହିଁ। ଖୁବ୍ ଶୀଘ୍ର ଆଉ ଥରେ ଟେଣ୍ଡର ଡାକି ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ବି.ଏମ.ସି. କମିଶନର।

"ମର୍ଡନ ସ୍ଲଟର ହାଉସ ପାଇଁ ଟେଣ୍ଡର ପଡ଼ିଥିଲା କାମ ଆରମ୍ଭ ହେବା କଥା। କିନ୍ତୁ ତାହା ହେଇପାରିନି। ଆମେ ଖୁବ୍ ଶୀଘ୍ର ଟେଣ୍ଡର ଡାକିବୁ। ଜଲଦି ଏହା କିଭଳି ଆରମ୍ଭ ହେବ କାର୍ଯ୍ୟକ୍ଷମ ହେବ ସେଥି ପାଇଁ କଥାବାର୍ତ୍ତା କରିବୁ,’’ କହିଛନ୍ତି ବି.ଏମ.ସି କମିଶନର ସଞ୍ଜୟ ସିଂ ।

କେବଳ ମର୍ଡନ ସ୍ଲଟର ହାଉସ ନୁହେଁ ବରଂ ଦୀର୍ଘ ବର୍ଷ ପରେ ମଧ୍ୟ ୟୁନିଟ-୧ ସ୍ଥିତ ସ୍ବତନ୍ତ୍ର ଫଳ ମାର୍କେଟର ଅବସ୍ଥା ଅବିକଳ।
Published by:Lipina Das
First published:
)}