ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କୋଭିଡ ନିୟନ୍ତ୍ରଣ ପାଇଁ BMCର କଟକଣା; ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଯୋଗ ଦେବେ ୫୦ ଅତିଥି

କୋଭିଡ ନିୟନ୍ତ୍ରଣ ପାଇଁ BMCର କଟକଣା; ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଯୋଗ ଦେବେ ୫୦ ଅତିଥି

ଭୁବନେଶ୍ବରେ ଏଥର ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଯୋଗ ଦେବେ କେବଳ ୫୦ ଜଣ ଅତିଥି । ଏହାସହ ଗାଇଡଲାଇନ୍ ଅନୁଯାୟୀ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ବିଏମସି ଅଧିକାରୀଙ୍କ ଅନୁମତି ଆଣିବାକୁ ପଡ଼ିବ ।

କୋଭିଡ ନିୟନ୍ତ୍ରଣ ପାଇଁ BMCର କଟକଣା; ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଯୋଗ ଦେବେ ୫୦ ଅତିଥି
କୋଭିଡ ନିୟନ୍ତ୍ରଣ ପାଇଁ BMCର କଟକଣା
  • News18 Odia
  • Last Updated: October 4, 2021, 5:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ବଢୁଥିବା କରୋନା ମାମଲା ଓ ଶୀତ ଦିନ ଆସିଥିବାକୁ ଦୃଷ୍ଟିରେ ରଖି ବି.ଏମ.ସି. ଜାରି କରିଛି ନୂଆ ଗାଇଡଲାଇନ୍ । ନୂଆ ଗାଇଡଲାଇନ୍ ମୁତାବକ ବି.ଏମ.ସି ଅଧିନରେ ଆସୁଥିବା ଅଞ୍ଚଳ ଅର୍ଥାତ ଭୁବନେଶ୍ବରରେ ଏହି ନିୟମ ବଳବତ୍ତ ରହିବ ।

ଭୁବନେଶ୍ବରେ ଏଥର ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଯୋଗ ଦେବେ ୫୦ ଜଣ ଅତିଥି । ଏହାସହ ଗାଇଡଲାଇନ୍ ଅନୁଯାୟୀ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ବିଏମସି ଅଧିକାରୀଙ୍କ ଅନୁମତି ଆଣିବାକୁ ପଡ଼ିବ । ସେହିପରି କାର୍ଯ୍ୟକ୍ରମରେ ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ମିଳିବନାହିଁ ।

ଏହା ବ୍ୟତୀତ ବୟସ୍କ ଲୋକ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ମଧ୍ୟ ଏହି ଭଳି କାର୍ଯ୍ୟକ୍ରମରେ ପ୍ରବେଶ କରିବାକୁ ଅନୁମତି ନାହିଁ ।

ସବୁ କାର୍ଯକ୍ରମରେ ମାସ୍କକୁ ବାଧ୍ୟତାମୂଳକ କରାଯିବା ସହିତ ପ୍ରବେଶ ସ୍ଥାନରେ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରିବେ ଆୟୋଜକ । ସାମାଜିକ କାର୍ଯ୍ୟକ୍ରମରେ ପାନ, ଗୁଟ୍‌ଖା ଖାଇବା ଓ ଛେପ ପକାଇବା ନିଷେଧ ।

ଏମିତି ସବୁ କାର୍ଯ୍ୟକ୍ରମରେ କଡ଼ାକଡ଼ି ରୂପେ କରୋନା ନିୟମ ପାଳନ ହେଉଛି କି ନାହିଁ ସେ ନେଇ ଯାଞ୍ଚ କରିବେ କୋଭିଡ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ।
Published by: Lipina Das
First published: October 4, 2021, 4:53 PM IST