ୟୁଜର୍ସ ଫି ନାଁରେ ଲୋକଙ୍କୁ ଠକୁଛନ୍ତି ଠକ୍ ସଂସ୍ଥା; କାରଣ ଦର୍ଶାଅ ନୋଟିସ୍‌ ଜାରି କଲା BMC

ରାଜଧାନୀରେ ସଫେଇ ପାଇଁ ଠିକା ନେଇଥିବା ସଂସ୍ଥା ବି.ଏମ୍‌.ସି.ର ବିନା ଅନୁମତିରେ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଲୋଙ୍କଠାରୁ ସଫେଇ ବାବଦକୁ ୟୁଜର୍ସ ଫି’ ଆଦାୟ କରୁଛି। ଯାହାକୁ ନେଇ ତାଗିଦ୍ କରିଛି ବି.ଏମ.ସି. ।

ୟୁଜର୍ସ ଫି ନାଁରେ ଲୋକଙ୍କୁ ଠକୁଛନ୍ତି ଠକ୍ ସଂସ୍ଥା

ୟୁଜର୍ସ ଫି ନାଁରେ ଲୋକଙ୍କୁ ଠକୁଛନ୍ତି ଠକ୍ ସଂସ୍ଥା

  • Share this:
News18 Odia Digital

ଭୁବନେଶ୍ବର: ଚେତିଲା ବି.ଏମ.ସି., ବେନିୟମ ୟୁଜର୍ସ ଫି ଆଦାୟ କରୁଥିବା ସଂସ୍ଥାକୁ ଜବାବ ତଲବ । ତିନି ଦିନ ମଧ୍ୟରେ ଉତ୍ତର ନ ଦେଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଅନୁସାରେ ସେବା ପାଉଥିବା ଲୋକଙ୍କ ଠାରୁ ସ୍ଥାନୀୟ ପ୍ରଶାସନ କର ଆଦାୟ କରୁଛି । ବ୍ୟବସାୟୀକ ପ୍ରତିଷ୍ଠାନ ଓ ସହରବାସୀଙ୍କ ଠାରୁ ଭିନ୍ନ ପରିମାଣର ସେବା କର ବା ୟୁଜର୍ସ ଫି ନିଆଯାଉଛି । ହେଲେ ଏହି ଫି ନାଁରେ କିଛି ଘରୋଇ ସଂସ୍ଥା ଲୋକଙ୍କ ଠାରୁ ଶୋଷଣ କରୁଛନ୍ତି । ଏ ନେଇ ଅଭିଯୋଗ ହେବା ପରେ ବି.ଏମ.ସି. ନେଇଛି କାର୍ଯ୍ୟାନୁଷ୍ଠାନ। ଉକ୍ତ ସଂସ୍ଥାକୁ କାରଣ ଦର୍ଶାଏ ନୋଟିସ୍ ଜାରି କରିବା ସହ ସିଧାସଳଖ ବି.ଏମ.ସି.କୁ ୟୁଜର୍ସ ଫି ଦେବାକୁ ଅନୁରୋଧ କରିଛି ।

ୟୁଜର୍ସ ଫି’ ନାଁରେ ଶୋଷଣ ଚାଲିଛି । ରାଜଧାନୀ ଭୁବନେଶ୍ବରରେ କିଛି ଘରୋଇ ସଂସ୍ଥାଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆସିଛି । କଠିନ ବର୍ଜ୍ୟବସ୍ତୁ ପରିଚାଳନା ଅଧିନିୟମ ୨୦୧୮ର ଅଧ୍ୟାୟ ୧୩ ମୁତାବକ ବର୍ଜ୍ୟ ଉତ୍ପନକାରୀଙ୍କୁ ସେବା ଯୋଗାଇବା ବାବଦରେ ୟୁଜର୍ସ ଫି ଆଦାୟ କରାଯାଏ । ୨୦୧୯ ଅକ୍ଟୋବର ୧୮ ତାରିଖରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସେବା ଯୋଗାଇବା ହେତୁ ବି.ଏମ.ସି. ୟୁଜର୍ସ ଫି ପାଇଁ ବିଜ୍ଞପ୍ତି ଜାରି କରିଥିଲା । ହେଲେ ଏହାର ଫାଇଦା ନେଇ ପରିମଳ ସେବା ଯୋଗାଉଥିବା କିଛି ସଂସ୍ଥାର କର୍ମଚାରୀ ବେନିୟମ ଭାବେ ବି.ଏମ.ସି. ଅଗୋଚରରେ ୟୁଜର୍ସ ଫି ଆଦାୟ କରୁଛନ୍ତି । ଏହି ଅଭିଯୋଗ ଆଧାରରେ ବି.ଏମ.ସି. ପକ୍ଷରୁ ତିନୋଟି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ବି ଏମ ସି କମିଶନର ସଂଜୟ ସିଂ କହିଛନ୍ତି, "କିଛି ଘରୋଇ କମ୍ପାନୀ ବି.ଏମ.ସି. ନାଁରେ ୟୁଜର୍ସ ଫି ଆଦାୟ କରୁଥିଲା। ଏଭଳିକି ସଂସ୍ଥା ନାଁରେ ଅନ୍ୟ କର୍ମଚାରୀ ବି ଲୋକଙ୍କୁ ପଇସା ମାଗିବା ଅଭିଯୋଗ ଆସୁଥିଲା। ଯାହାକୁ ଦୃଷ୍ଟିରେ ୩ଟି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ସଠିକ କର ନ ଦେଖାଇ ପାରିଲେ ଚୁକ୍ତି କ୍ୟାନସେଲ ବି ହୋଇପାରେ ।’’

କାରଣ ଦର୍ଶାଅ ନୋଟିସ୍‌ ଜାରି କଲା BMC


ତେବେ ମୁଖ୍ୟ କଥା ହେଉଛି ବିଭିନ୍ନ ସମୟରେ ଦୀର୍ଘ ଦିନ ଧରି କୁଢ଼ କୁଢ଼ ଅଳିଆ ଆବର୍ଜନ ପଡ଼ି ରହିବାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି । ଏଥିରେ ସହରବାସୀ, ଭୋଜନାଳୟ, ଅଣଆବାସିକ ଶିକ୍ଷାନୁଷ୍ଠାନ, ଆବାସିକ ବିଦ୍ୟାଳୟ, ଜଳଖିଆ ଦୋକାନ, ସ୍ବାସ୍ଥ୍ୟସେବା ଅନୁଷ୍ଠାନ, ଶୋ ରୁମ୍, ସିନେମା ହଲ୍, ଗ୍ୟାରେଜ, ବିବାହ ମଣ୍ଡପ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଥିବା ବେଳେ ବି.ଏମ.ସି. ସେବା କର ଆଦାୟ କରୁଛି । ହେଲେ କୋଭିଡ ମହାମାରୀ କାଳରେ ଲୋକଙ୍କ ରୋଜଗାର ହ୍ରାସ ପାଇଥିବା ବେଳେ ବେନିୟମ ଭାବେ ଏପରି ଲୋକଙ୍କୁ ଲୁଟିବା ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

ଯେଉଁମାନେ ଅଳିଆ ଉଠାଉଛନ୍ତି ସେମାନେ ୟୁଜର୍ସ ଫି ମାଗୁଛନ୍ତି। ହେଲେ ରସିଦ ଦେଉନାହାଁନ୍ତି। ଏ ନେଇ ଆମେ ଅଭିଯୋଗ ବି କରିଥିଲୁ । ଏବେ ବି.ଏମ.ସି. ପଦକ୍ଷେପ ନେଇଛି ଯଦି ତାହା ସାଧାରଣ ଲୋକଙ୍କ ପାଇଁ ଭଲ ବୋଲି ଭୁବନେଶ୍ବର ବାସିନ୍ଦା ଉମାନାଥ ମିଶ୍ର କହିଛନ୍ତି।

ତେବେ ଅମାନିଆ ସଂସ୍ଥାକୁ ତିନି ଦିନିଆ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ବେଳେ ସନ୍ତୋଷଜନକ ଉତ୍ତର ନମିଳିଲେ ଚୁକ୍ତି ବାତିଲ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଛି । ଏବେ ଅପେକ୍ଷା ଆଗକୁ ବି.ଏମ.ସି. କି ପଦକ୍ଷେପ ନେଉଛି।
Published by:Lipina Das
First published: