News18 Odia Digital
ଭୁବନେଶ୍ବର: ସ୍ୱଚ୍ଛତାକୁ ନେଇ ଭୁବନେଶ୍ୱର ମହାନଗର ନିଗମର ଆଉ ଏକ ନୂଆ ପଦକ୍ଷେପ। ଏଣିକି ସହରରେ ଆରମ୍ଭ ହେବ ସଫା ବାଇକ ସେବା। ଏହା ସହରର ଅଣ ଓସାରିଆ ଓ ଗଳିକନ୍ଦିରେ ଥିବା ଲୋକଙ୍କ ଠାରୁ ଯାଇ ଅଳିଆ ସଂଗ୍ରହ କରିବ।
ପ୍ରଥମେ ଏହି ସେବାର ଟ୍ରାଏଲ ଭାବରେ ଦୁଇଟି ୱାର୍ଡ଼ ଅର୍ଥାତ ୧ ନମ୍ବର ଓ ୨ ନମ୍ବର ୱାର୍ଡରେ ଯାଇ ଘରକୁ ଘର ବୁଲି ବାଇକ ଦ୍ବାରା ଅଳିଆ ସଂଗ୍ରହ କରାଯାଇଛି। ପ୍ରଥମେ ଟ୍ରାଏଲରେ କମିଶନର ବିଜୟ ଅମୃତା କୁଲାଙ୍ଗେ ଗତକାଲି ନିଜେ ଏହି ଗାଡି ଚଳାଇ ଏହି ସେବା ଆରମ୍ଭ କରିଥିଲେ।
ଏହାସହ ଦୁଇ ୱାର୍ଡର କର୍ପୋରେଟର ମଧ୍ୟ ଏହି ସେବାର ଉପଯୋଗିତା ଦେଖିଛନ୍ତି ଆଉ ଗଳି ଓ ଘର ଘର ବୁଲି ଲୋକଙ୍କ ଠାରୁ ଅଳିଆ ସଂଗ୍ରହ କରିଛନ୍ତି।

ସ୍ୱଚ୍ଛତାକୁ ନେଇ ଭୁବନେଶ୍ୱର ମହାନଗର ନିଗମର ଆଉ ଏକ ନୂଆ ପଦକ୍ଷେପ
ସହରରର ଯେଉଁ ଅଣଓସାରିଆ ସ୍ଥାନରେ ଅଳିଆ ସଂଗ୍ରହ ଗାଡି ଯାଇପାରୁନାହିଁ ନାହିଁ ସେହି ସବୁ ସ୍ଥାନକୁ ଯାଇ ଅଳିଆ ସଂଗ୍ରହ କରିବା ଏହି ସେବର ଲକ୍ଷ୍ୟ। ଏନେଇ ଭୁବନେଶ୍ୱର କମିଶନର କହିଛନ୍ତି ଯେ ପ୍ରାଥମିକ ପର୍ଯ୍ୟାୟରେ ସହରର ଆଦର୍ଶ କଲୋନୀରେ ଅଳିଆର ପୃଥକୀକରଣ ସହ ପ୍ରତି ଘରେ କିପରି ପହଁଞ୍ଚିବ ଅଳିଆଗାଡି ତା'ର ଏକ ଟ୍ରାଏଲ ରନ କରାଯାଇଛି।
ଏନେଇ ବିଏମସି କର୍ପୋରେସନ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ଆଉ ଏହି ସେବାକୁ ତ୍ଵରାନିତ୍ଵ କରିବା ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ହକି ପୂର୍ବରୁ ସଫେଇ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ଅଣ୍ଟା ଭିଡ଼ିଲା ଭୁବନେଶ୍ୱର ମହାନଗର ନିଗମ। ଆରମ୍ଭ ହେଲା ବିଏମସିର ଆତ୍ମମନ୍ଥନ କର୍ମଶାଳା।
ଦେଶର ଭୁବନେଶ୍ବରକୁ ନମ୍ବର ୱାନ ସ୍ୱଚ୍ଛ ସହରରେ ପରିଣତ କରିବାକୁ ହେଉଛି ଆତ୍ମମନ୍ଥନ। ଭୁବନେଶ୍ୱର ହୋଟେଲ ସ୍ୟାଣ୍ଡି ଟାୱାରରେ ଏହାକୁ ନେଇ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ। ଆତ୍ମମନ୍ଥନରେ ମେୟର, କମିଶନର, କର୍ପୋରେଟର, ସାନିଟାରୀ ଇନ୍ସପେକ୍ଟର, ଏନଜିଓ, ସ୍ୱଚ୍ଛ ସାଥୀ, ସଫେଇ ସଂସ୍ଥା ମିଶି ସ୍ବଚ୍ଛତା ଉପରେ ଗୁରୁତ୍ଵପର୍ଣ୍ଣ ଆଲୋଚନା କରିଛନ୍ତି। ବର୍ତ୍ତମାନ ଦେଶର ସ୍ଵଚ୍ଛତା ସହର ଭିତରେ ଭୁବନେଶ୍ୱର ୮୦ ନମ୍ବରରେ ରହିଛି। ତେଣୁ ୧ ନମ୍ବର୍ ସ୍ଥାନ ହାସଲ ପାଇଁ ଆତ୍ମମନ୍ଥନ କରାଯାଉଛି।
ସଫେଇ ଦିଗରେ କଣ ଚ୍ୟାଲେଞ୍ଜ ରହିଛି ଓ ଏହାକୁ କିପରି ମିଳିତ ଭାବରେ ଟିମ୍ ୱାର୍କ ମାଧ୍ୟମରେ ଦୂର କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଛି। ସମସ୍ତେ ବିଏମସିକୁ କିଛି ନୂଆ ଆଇଡ଼ିଆ ଦେବା ସହ ସ୍ୱଚ୍ଛତା ସମ୍ପର୍କୀୟ କିଛି ଦାୟିତ୍ଵ ବି ହାତକୁ ନେଇଛନ୍ତି। ସମସ୍ତଙ୍କୁ ମିଳିତ ଭାବେ ପ୍ରୟାସ କରିବାକୁ ଆହ୍ବାନ ଦେଇଛନ୍ତି ଭୁବନେଶ୍ୱର ମେୟର ଓ କମିଶନର। ହକି ବିଶ୍ବକପ୍ ପୂର୍ବରୁ ସହରକୁ ସ୍ୱଚ୍ଛ, ନିର୍ମଳ କରିବାକୁ ମୂଳ ଲକ୍ଷ୍ୟ ରହିଛି।
ଏହି କାର୍ଯ୍ୟକ୍ରମରେ ଉତ୍ତର ଜୋନର ୧୧ଟି ୱାର୍ଡ ପରିମଳ ସମିତି କର୍ମକର୍ତ୍ତା ଯୋଗ ଦେଇଥିଲେ। କିଛି ୱାର୍ଡରେ ସମ୍ପୂର୍ଣ୍ଣ ବସ୍ତି ରହିବା ସହ ରାସ୍ତା ସଙ୍କୁଚିତ ରହିଛି। ଗଳିକନ୍ଦିକୁ ଗାଡ଼ି ଯାଇ ଅଳିଆ ଆଣିବା ଏକ ପ୍ରକାର ଚ୍ୟାଲେଞ୍ଜ ରହିଛି। ତା'ଛଡା ଅଣବସ୍ତି ଅଞ୍ଚଳରୁ ଓଦା ଶୁଖିଲା ଅଳିଆକୁ ପୃଥକୀକରଣ କରିବା ଆଣିବା ଶତପ୍ରତିଶତ ଠିକ୍ ହୋଇ ପାରିନାହିଁ।
ତେଣୁ ଟିମ୍ ୱାର୍କ ଜରିଆରେ ସବୁର ସମସ୍ୟାର ସମାଧାନ କରିବାକୁ କୁହାଯାଇଛି। ସେହିପରି ବିଏମସିର ଆତ୍ମମନ୍ଥନ କାର୍ଯ୍ୟକ୍ରମରେ ସବୁ ୱାର୍ଡକୁ ସାମିଲ କରାଯିବ। ସ୍ୱଚ୍ଛତା ସହର କାଟାଗୋରୀରେ ୮୦ ନମ୍ବରରୁ ୧ ନମ୍ବର ସ୍ଥାନ ହାସଲ ପାଇଁ ପ୍ରୟାସ ଚାଲୁ ରହିବ ଏହି ଆତ୍ମମନ୍ଥନରେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।