ବିଏମସି ଭାଙ୍ଗୁଛି ଉଠା ଦୋକାନ; ଦୋକାନୀଙ୍କ ବଡ଼ ପ୍ରତିବାଦ... ରାସ୍ତାରେ ବସିବା କାରଣରୁ ଟ୍ରାଫିକ ଜାମ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଉଠା ଦୋକାନୀ ବୋଲି ସ୍ଵୀକୃତି ଅଛି । କାର୍ଡ ମିଳିଛି । ଏହି କାର୍ଡ ଶୋ କରି ବ୍ୟବସାୟ ପାଇଁ ମୁଦ୍ରା ଲୋନ ମିଳିଛି । ଟ୍ରେଡ ଲାଇସେନ୍ସ ବି ଅଛି । ଗାଇଡ ଲାଇନ୍ ଅନୁପାଳନ କରି ବ୍ୟବସାୟ କରୁଥିବା ସ୍ଥାନ ବି ସଫା ସୁତୁରା ରଖୁଛନ୍ତି। ହେଲେ ହକି ଆସୁଛି ବୋଲି କାହିଁକି ଉଠା ଦୋକାନୀଙ୍କୁ ହୀନିମାନ କରାଯାଉଛି ବୋଲି ବିଏମସିକୁ ପ୍ରଶ୍ନ କରି କଡା ପ୍ରତିବାଦ କରିଛନ୍ତି ବ୍ୟବସାୟୀ।
ରାସ୍ତାରେ ଗଡ଼ି ଯାଉଛନ୍ତି ଲକ୍ଷ୍ମୀଧର। ବେଳେବେଳେ ହୋସ ବି ଉଡିଯାଉଛି । ଦାନ୍ତ ପାଟି ପଡ଼ି ଯାଉଛି, ପାଣି ଛାଟି ତାଙ୍କୁ ହୋସକୁ ଅଣା ଯାଉଛି। ଡମଣା ଛକରୁ ନାଲକୋ ଛକରେ ଥିବା ନର୍ଥ ଜୋନ ବିଏମସି ଅଫିସ ଆଗରେ ଲକ୍ଷ୍ମୀଧରଙ୍କୁ ଏଭଳି ଅବସ୍ଥାରେ ଦେଖିବାକୁ ମିଳିଥିଲା। କାହିଁକି ନା ତାଙ୍କ ପାନ ଦୋକାନକୁ ଭାଙ୍ଗି ଦେଇଛନ୍ତି ବିଏମସି ଅଧିକାରୀ। ସକାଳ ସମୟରେ କୋଏଲ କ୍ୟାମ୍ପସ ଯାଇ ଦୋକାନ ଖୋଳିବାକୁ ଯାଉଥିବା ବେଳେ ଆଖିରେ ଯାହା ଦେଖିଲେ ତାହା ତାଙ୍କ ହୋସ ଉଡ଼ାଇ ଦେଇଛି । କେବଳ ଲକ୍ଷ୍ମୀଧର ନୁହନ୍ତି ରାଜଧାନୀରେ ଏମିତି ଶହ ଶହ ବ୍ୟବସାୟୀଙ୍କୁ ଅସୁବିଧାରେ ପକାଇଛି ବିଏମସି। ଯାହାକୁ ନେଇ ପଟିଆରୁ ଏକ ବିରାଟ ରାଲି କରି ନାଲୋକ ଛକରେ ଥିବା ବିଏମସିର ଉତ୍ତର ଜୋନ ଅଫିସ ଆସି ପ୍ରତିବାଦ କରିଥିଲେ ଉଠା ଦୋକାନୀ ବ୍ୟବସାୟୀ। ନାଲକୋ ଛକ ଯାଏ ପ୍ରତିବାଦରେ ଆସିବା ପରେ ସେଠାରେ ମୁଖ୍ୟ ରାସ୍ତାରେ ଗଡି ଯାଇଥିଲେ ବ୍ୟବସାୟୀ। ରାସ୍ତାରେ କିଛି ସମୟ ଅଟକି ଯାଇଥିଲା ବସ, ବାଇକ ଓ କାର। ଯାହାକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ବୁଝାସୁଝା କରି ରାସ୍ତା କ୍ଲିୟର କରିଥିଲା ସତ କିନ୍ତୁ ଜୋନ ଅଫିସ ଜଗିଥିବା ପୋଲିସ ଅଧିକାରୀଙ୍କ ସହିତ ଚାଲିଥିଲା ଧସ୍ତା ଧସ୍ତି।
ତେବେ ବିମସି ଅଧିକାରୀ କହିଛନ୍ତି ଆସନ୍ତାକାଲିଠୁ ଉତ୍ତର ଜୋନରେ ଭଙ୍ଗା ଯିବନି ଉଠା ଦୋକାନ। କିଛି ଦିନ ବନ୍ଦ ରହିବ ଦୋକାନ ଉଚ୍ଛେଦ। ଦୋକାନ ଉଚ୍ଛେଦ ପୂର୍ବରୁ ସଂଘ ସାଥିରେ ଆଲୋଚନା କରାଯିବ। ସେପଟେ ରାଜ୍ୟ ଉଠା ଦୋକାନୀ ବ୍ୟବସାୟୀ ସଂଘର ସଭାପତି ପ୍ରତାପ ସାହୁ କହିଛନ୍ତି ଆଲୋଚନା ସକରାର୍ତ୍ମକ ହୋଇଛି। ଥଇଥାନ ପାଇଁ ଖୁବ୍ ଶୀଘ୍ର ଆଲୋଚନା କରାଯିବ। ମୁକ୍ତା ଯୋଜନାରେ ଉଚ୍ଛେଦ ବ୍ୟବସାୟୀଙ୍କୁ ସହଯୋଗ ପାଇଁ ପ୍ରତିଶ୍ରୁତି ମିଳିଛି। ନହେଲେ ଆଗକୁ ପୁଣି ଆନ୍ଦୋଳନ ହେବ। ଇନଚାର୍ଜ କମିଶନର, ବିଏମସି ନର୍ଥ ଜୋନ। କମିଶନର କହିଛନ୍ତି ଯେଉଁଠି ଟ୍ରାଫିକ ଜନିତ ସମସ୍ୟା ରହିଛି କି ଅନ୍ୟ କିଛି ଡେଭଲପମେଣ୍ଟ ଜନିତ ସମସ୍ୟା ରହିଛି ସେଠି ଉଚ୍ଛେଦ କରାଯାଉଛି। ବହୁ ଉଠାଦୋକାନୀକୁ ଅନୁରୋଧ କରିଛୁ ସ୍ଥାୟୀ ଘର ନକରି ଠେଲା ଦୋକାନ କରନ୍ତୁ। ସେଠି ସାନିଟାଇଜେସନ ଜନିତ ସମସ୍ୟା ହେବ ନାହିଁ। ଅନାବଶ୍ୟକ ଭାବେ କାହାକୁ ଉଠାଯାଉନାହି। ଅଗକୁ ହକି। ତା ପୂର୍ବରୁ ଏମାନଙ୍କ ସମସ୍ୟା ସମାଧାନ ଜରୁରୀ। ନଚେତ୍ ପୁଣି ଏମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।