ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଡ୍ରେନ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡ଼ିଛି BMC; ଚାଲିଛି ଜମି ଅଧିଗ୍ରହଣ ପ୍ରକ୍ରିୟା

ଡ୍ରେନ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡ଼ିଛି BMC; ଚାଲିଛି ଜମି ଅଧିଗ୍ରହଣ ପ୍ରକ୍ରିୟା

ଡ୍ରେନ ସମସ୍ୟା ସୁଧାରିବାକୁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ। ଡ୍ରେନ ସମ୍ପ୍ରସାରଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ସରିଛି। ବର୍ଷେ ଭିତରେ ସରିବ କାମ।

ଡ୍ରେନ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡ଼ିଛି BMC; ଚାଲିଛି ଜମି ଅଧିଗ୍ରହଣ ପ୍ରକ୍ରିୟା
ଡ୍ରେନ ପାଈଁ ଜମି ଅଧିଗ୍ରହଣ ଚାଲିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 15, 2021, 6:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଗକୁ ରହିବନି ଡ୍ରେନ ସମସ୍ୟା। ଫ୍ଲାଟ୍, ବସ୍ତି କି ରାଜରାସ୍ତାରେ ଆଉ ଲହଡି ମାରିବନି ପାଣି। କୃତ୍ରିମ ବନ୍ୟାରେ ରାଜଧାନୀବାସୀ ଏଣିକି ହନ୍ତସନ୍ତ ହେବେନି। କାରଣ ଡ୍ରେନ ସମସ୍ୟା ସୁଧାରିବାକୁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ।

ଡ୍ରେନେଜ ବ୍ୟବସ୍ଥାର ସୁଧାରିବାକୁ ଭୁବନେଶ୍ୱର ମହାନଗର ନିଗମ ଅଣ୍ଟା ଭିଡ଼ିଛି। ଡ୍ରେନ ସମ୍ପ୍ରସାରଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ସରିଛି। ବର୍ଷେ ଭିତରେ ସରିବ କାମ। ହେଲେ ପ୍ରତିବର୍ଷ ପାଣିରେ କଲବଲ ହେଉଥିବା ରାଜଧାନୀ ବାସିନ୍ଦା ଏହାକୁ ହସରେ ଉଡ଼ାଇ ଦେଇଛନ୍ତି। ବି.ଏମ.ସି. ପକ୍ଷରୁ ଜାରି ନୋଟିସ ଜାରି ହୋଇଛି। ରାଜଧାନୀର ଜଳବନ୍ଦୀ ସମସ୍ୟା ଦୂର ପାଇଁ ୧୦ଟି ମୁଖ୍ୟ ଡ୍ରେନ୍, ୨ ଟି ଶାଖା ଡ୍ରେନ ନିମନ୍ତେ ଅଧିଗ୍ରହଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ସରିଛି। ନଭେମ୍ବର ୩୦ ତାରିଖ ସୁଦ୍ଧା ଜମି ମାଲିକ ଇ ମେଲ୍ ଯୋଗେ ଏହାର ଆପତ୍ତି ଅଭିଯୋଗ ବିଷୟରେ ଜଣାଇବାକୁ ନୋଟିସରେ ଉଲ୍ଲେଖ ରହିଛି। ସମ୍ବେଦନଶୀଳ ଅଞ୍ଚଳ ପାଇଁ ଗଠିତ ସ୍ଵତନ୍ତ୍ର ଟିମ୍ ୨୯୯ଟି ଜମିରୁ ପ୍ରାୟ ୧୪ ଏକର ଜମି ଅଧିଗ୍ରହଣ ନେଇ ଚିହ୍ନଟ ସାରିଛନ୍ତି।

ଡ୍ରେନ ପାଇଁ ଜମି ମାଲିକଙ୍କ ଠାରୁ ଜମି ଅଧିଗ୍ରହଣ ହେଉଛି (ପ୍ରତୀକାତ୍ମକ ଛବି)


ପ୍ରଥମ ପର୍ଯ୍ୟାୟରେ ୧୩ଟି ରାଜସ୍ୱ ଗ୍ରାମରେ ୮୩ଟି ଜମିରୁ ପ୍ରାୟ ୭ ଏକର ଜମି ଅଧିଗ୍ରହଣ ହେବା ସହ ୧୧୮ କୋଟି ଖର୍ଚ୍ଚ ହେବ। ଦିତୀୟ ପର୍ଯ୍ୟାୟରେ ୧୧୧ ଟି ଜମିରୁ ୮ ଏକର ଅଧିଗ୍ରହଣ ହେବାଦ୍ବାରା ଖର୍ଚ୍ଚ ହେବ ୧୦୬ କୋଟି। କିନ୍ତୁ ୧୭୩ ଟି ସ୍ଥାନରେ ଏବେ ବି ରହିଛି ଜବର୍ ଦଖଲ। ଯାହା ବି.ଏମ.ସି. ପାଇଁ ବଡ ଚ୍ୟାଲେଞ୍ଜ । ଯାହାକୁ ସ୍ବାଗତ କରିଛନ୍ତି ଇଞ୍ଜିନିୟର ଲଳିତ ମୋହନ ପଟ୍ଟନାୟକ। ସେ କହିଛନ୍ତି, " ବଡ ବଡ ଡ୍ରେନ ତଳେ ଢ଼ଳାଇ ପକାଇବା ଦ୍ଵାରା ୩୦ ପ୍ରତିଶତ ପାଣି ମାଟି ଭିତରକୁ ଭେଦି ପାରୁନି। ବାକି ଛୋଟ ଛୋଟ ଡ୍ରେନ ଉପରେ ଜବର୍ ଦାଖଲ ହଟାଇବା ଉପରେ ଗୁରୁତ୍ବ ଦେଉ ବି.ଏମ.ସି. । ସେପଟେ ଡ୍ରେନ ଉପରେ ଥିବା ଜବର ଦଖଲ ସମସ୍ୟା ସୃଷ୍ଟି କରୁଛି"।

"ବସ୍ତି, ଦୋକାନ ବଜାର ଓ ଆପର୍ଟମେଣ୍ଟ ଡ୍ରେନ ଉପରେ ଛିଡା ହେବାରୁ ଦିନକୁ ଦିନ ଜବରଦଖଲକାରୀଙ୍କ ସଂଖ୍ୟା ବଢ଼ିଯାଇଛି। ଏହି ଜବରଦଖଲ ନ ହଟିଲେ ଡ୍ରେନ ସମସ୍ୟା ସମାଧାନ ହୋଇପାରିବ ନାହିଁ। ଏହି ଜବରଦାଖଲ ପଛରେ ବଡବଡିଆ ଓ ପ୍ରଭାବଶାଳୀ ଙ୍କ ହାତ ଥିବାରୁ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଯାହାକୁ ନେଇ ଦୀର୍ଘ ଦିନ ହେବ ଡ୍ରେନ ସମସ୍ୟା ସମାଧାନ ହୋଇପାରୁ ନାହିଁ," କହିଛନ୍ତି ରାଜଧାନୀ ବାସିନ୍ଦା ବିଭୁ ଦାସ।

୨୦ ଫୁଟିଆ ଡ୍ରେନ ସଙ୍କୁଚିତ ହୋଇଥିବାରୁ ବିଭିନ୍ନ ସ୍ଥାନରେ ଏହା ୫ ଫୁଟ ଓ ୪ ଫୁଟ ହୋଇଯାଇଛି। ଯାହାଫଳରେ କୃତ୍ରୀମ ବନ୍ୟା ଉପୁଜୁଛି। ହେଲେ ରାଜଧାନୀ ବାସିନ୍ଦା ବି.ଏମ.ସି ର ଏହି ପ୍ରକ୍ରିୟାକୁ ହସରେ ଉଡ଼ାଇ ଦେଇଛନ୍ତି।
Published by: Soumya Das
First published: November 15, 2021, 6:49 PM IST