News 18 Odia Digital
ଭୁବନେଶ୍ୱର; ଆଲବମ ଗୀତ ( Album Song ) ତିଆରି କରିବା ନାଁରେ ଜଣେ ପ୍ରଯୋଜିକା (Producer) ତଥା ବ୍ୟବସାୟୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଥାନାରେ ଭୁବନେଶ୍ୱର ମହାନଗର ନିଗମ (BMC) ଡେପୁଟି କମିସନର । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବିଏମସି ଡେପୁଟି କମିଶନର ଯୋଗେଶ୍ୱର ନାୟକଙ୍କ ନାମରେ । ସେପଟେ ଲିଙ୍ଗରାଜ ଥାନାରେ ଯୁବତୀଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି ଡେପୁଡି କମିଶନର ।
ଯୁବତୀଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ସେ ଓଡ଼ିଶା ଆଲବମ ଜଗତରେ ୧୦ବର୍ଷ ହେବ କାମ କରନ୍ତି । କୋଭିଡ ସମୟରେ ଆଲବମ କରିବା ପାଇଁ ଡେପୁଟି କମିଶନର ଯୋଗେଶ୍ୱର ତାଙ୍କୁ ଟଙ୍କା ଦେଇଥିଲେ। ଆଉ ଏହାର ଫାଇଦା ନେଇ ତାଙ୍କ ସୋମବାର ସକାଳୁ ଘରକୁ ଆସି ଅସଦାଚରଣ କରିଥିଲେ ଯୋଗେଶ୍ୱର । ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ।
ସେପଟେ ଯୁବତୀଙ୍କ ନାମରେ ପାଲଟା ଅଭିଯୋଗ ଆଣିଛନ୍ତି ବିଏମସି ଡେପୁଡି କମିଶନର । ସେ କହିଛନ୍ତି, ଯୁବତୀ ଜଣଙ୍କ ସହ ୨୦୨୦କୋଭିଡ ସମୟରେ ଚିହ୍ନା ପରିଚିତ ହୋଇଥିଲେ । ସେତେବେଳେ ସେ ମୋ ସହ ୩୦ମିନିଟ କାଟିବା ପାଇଁ ୨୦ହଜାର ନେଇଥିଲେ । ପରେ ନିଜର ବ୍ୟବସାୟିକ ପାଇଁ ଟଙ୍କା ନେଇଥିଲେ। ଏଭଳି ଭାବେ ଯୁବତୀ ତାଙ୍କଠାରୁ ପ୍ରାୟ ୪ଲକ୍ଷ ଟଙ୍କା ନେଇଛନ୍ତି। ତେଣୁ ଟଙ୍କା ମାଗିବାରୁ ଏଭଳି ଅଭିଯୋଗ ଆଣିଛନ୍ତି ଯୁବତୀ । ଉଭୟ ପଟ ଥାନାକୁ ଯାଇଥିବା ବେଳେ ଲିଙ୍ଗରାଜ ଥାନା ପୋଲିସ ତଦନ୍ତ ଜାରି ରଖିଛି ।
ଅଧିକ ପଢ଼ନ୍ତୁ -
http://ବୋମା ବିସ୍ଫୋରଣରେ ପୁଣି ଥରେ ଥରିଲା ପାକିସ୍ତାନ; ୨୮ ଜଣଙ୍କର ମୃତ୍ୟୁ, ୧୫୦ରୁ ଅଧିକ ଆହତPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।