ମାଟିରେ ମିଶିଲା ବହୁ ଚର୍ଚ୍ଚିତ କିଶୋର ଭାଇନା ମଟନ ଦୋକାନ

ଶୁକ୍ରବାର ସମ୍ପୂର୍ଣ୍ଣ ମାଟିରେ ମିଶିଲା ଭୁବନେଶ୍ବରର ଫେମସ କିଶୋର ଭଇନା ମଟନ ଦୋକାନ। ବିଏମସି ଚଢ଼ାଇଲା ବୁଲଡୋଜର।

ମାଟିରେ ମିଶିଲା ବହୁ ଚର୍ଚ୍ଚିତ କିଶୋର ଭାଇନା ମଟନ ଦୋକାନ

ମାଟିରେ ମିଶିଲା ବହୁ ଚର୍ଚ୍ଚିତ କିଶୋର ଭାଇନା ମଟନ ଦୋକାନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ବହୁ ଚର୍ଚ୍ଚିତ କିଶୋର ଭାଇନା ମଟନ ଦୋକାନରେ ଚଢ଼ିଲା ବୁଲଡୋଜର। ମାଟିରେ ମିଶିଲା ଦୁଇଟି ଦୋକାନ। ଶୁକ୍ରବାର ବିଏମସି ଓ ବିଡିଏର ସ୍ବତନ୍ତ୍ର ସ୍କାର୍ଡ ପହଞ୍ଚି ଦୋକାନକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଛନ୍ତି।

ଦୋକାନ ଭାଙ୍ଗିବା ପୂର୍ବରୁ ବିଏମସି ନୋଟିସ୍ ଦେଇନାହିଁ କି ଜିନିଷ ବାହର କରିବାକୁ ସମୟ ଦେଇନଥିବା କିଶୋର କହିଛନ୍ତି। ପୂର୍ବରୁ ଦୋକାନ ସିଲ ହେବା କିମ୍ବା ବାସି ଖାଦ୍ୟ ମିଳିବା କଥାକୁ ଅସ୍ବିକାର କରିଥିଲେ ସେ ନିଜେ। ପୁରୁଣା ଲାଇସେନ୍ସରେ ୩୦ ବର୍ଷ ହେବ ହୋଟେଲ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିଲେ କିଶୋର ଓ ୩୦ କର୍ମଚାରୀ। ବର୍ତ୍ତମାନ ପେଟ ପାଟଣାକୁ ନେଇ ଚିନ୍ତାରେ ସମସ୍ତେ।

କିଶୋର ଭାଇନା ମଟନ୍ ଦୋକାନରେ ବୁଲିଲା ବୁଲଡୋଜର। ମାଟିରେ ମିଶିଲା ଚାଳିଆ ହୋଟେଲ। ଭାଙ୍ଗିଲା ଚୁଲି, ଠପ୍ ହେଲା ଦୈନିକ ଦୁଇ କ୍ବାଣ୍ଟାଲ ମଟନ୍ ରୋଷେଇ। ଉଚ୍ଛେଦ ଦେଖିବାକୁ ଗ୍ରାହକଙ୍କ ଲାଗିଲା ଭିଡ଼। ବହୁ ଚର୍ଚ୍ଚିତ ଭୁବନେଶ୍ବର ଦୂରଦର୍ଶନ ନିକଟରେ ଥିବା କିଶୋର ମଟନ ଦୋକାନକୁ ଉଚ୍ଛେଦ କରିଛି ବିଡିଏ ଓ ବିଏମସିର ସ୍ବତନ୍ତ୍ର ସ୍କ୍ବାର୍ଡ।

ଜେସିବି ମାଧ୍ୟମରେ ସମ୍ପୂର୍ଣ୍ଣ ହୋଟେଲଟିକୁ ଭାଙ୍ଗିବା ସହ ପାଣିଟାଙ୍କି ଓ ଚୁଲିକୁ ନଷ୍ଟ କରାଯାଇଛି। ଥଇଥାନ କରି ଉଚ୍ଛେଦ କରିବାକୁ କୋର୍ଟ ଅର୍ଡର ଦେଖାଇଥିଲେ ବି ବିଏମସି ଅଧିକାରୀ କିଛି ଶୁଣିନଥିବା କିଶୋର କହିଛନ୍ତି। ଦୀର୍ଘ ୩୦ ବର୍ଷ ଧରି ବ୍ୟବସାୟ କରୁଥିଲେ ବି ଲୋକଙ୍କ ଅଭିଯୋଗ ନଥିଲା । କିନ୍ତୁ ବିଏମସି କାହିଁକି ଦୋକାନ ଭାଙ୍ଗିଲା ଜାଣିନଥିବା କିଶୋର କହିଛନ୍ତି । ବିଏମସି ଖାଦ୍ୟ ନିରାପତ୍ତା ଟିମ୍ କୌଣସି ଜିନିଷ ଜବତ କରିନାହାଁନ୍ତି କି ଦୋକାନ ସିଲ୍ କରିନଥିଲେ। ଦୋକାନ ସଜାଡି ସ୍ବଚ୍ଛତାର ସହ ଦୋକାନ ଚଳାଇବାକୁ ମାସେ ସମୟ ବି ଦେଲେ ହେଲେ ଆଜି ସକାଳୁ କିଛି ଖବର ନ ଦେଇ ଭାଙ୍ଗି ଦେଇଥିବା କହିଛନ୍ତି ସେ। ପୁଣି ଥରେ ଫୁଡ଼ ଲାଇସେନ୍ସ ଆଣି ବ୍ୟବସାୟ ଆରମ୍ଭ କରିବେ ବୋଲି କହିଛନ୍ତି।

ଗତ ୩୦ ବର୍ଷ ହେବ ସେହି ସ୍ଥାନରେ ମଟନ ବିକ୍ରି କରୁଛନ୍ତି କିଶୋର। ଆଉ ୩୦ ପିଲା ତାଙ୍କ ପାଖରେ ପ୍ରତିଦିନ କାମ କରୁଥିଲେ। ଯେଉଁମାନେ ଏବେ ଚାକିରି ହରାଇଛନ୍ତି। ମଟନରେ ସସ ପଡ଼େନାହିଁ କି କେବେ ଖାଦ୍ୟରେ ରଙ୍ଗ କି କେମିକାଲ ପକାଯାଇ ରନ୍ଧାଯାଏ ନାହିଁ ବୋଲି କହିଛନ୍ତି ସେ।

ହଠାତ୍ ଏଭଳି ଏକ ଅଭିଯୋଗରେ ତାଙ୍କର ପେଟ ପାଟଣା ନଷ୍ଟ ହୋଇଥିବା କହିଛନ୍ତି। କେଉଁଠି କାମ କରିବେ ଓ କେମିତି ଚଳିବେ ତାକୁ ନେଇ ଚିନ୍ତାରେ। ସେମିତି ନିୟମିତ ସେଠୁ ମଟନ ଖାଉଥିବା ଗ୍ରାହକ ବି ଦୁଃଖିତ। ବର୍ଷ ବର୍ଷ ଧରି ମଟନ ଖାଉଥିଲେ ବି ଦିନେ କେବେ ଦେହ ଅସୁସ୍ଥ ହୋଇନାହିଁ କି କିଛି ଅସୁବିଧା ହୋଇନାହିଁ ବୋଲି କହିଛନ୍ତି। ବିଏମସି ଆକ୍ରୋଶ ମୂଳକ ଭାବେ ଏଭଳି କରିଥିବା ଦୁଃଖରେ କହିଛନ୍ତି ସେ।

ସେପଟେ ସ୍ଵଚ୍ଛତା, ପରିମଳ, ଟ୍ରାଫିକ ସମସ୍ୟା, ଜବରଦଖଲ, ଫୁଡ଼ ଲାଇସେନ୍ସ କିମ୍ବା ଟ୍ରେଡ଼ ଲାଇସେନ୍ସ ନଥିବାରୁ ହୋଟେଲ୍ ସିଲ୍ ସହ ନିୟମ ବେଖାତିର କରିବାରୁ ଦୋକାନ ଭଙ୍ଗାଯାଇଥିବା ବିଏମସି କମିଶନର କହିଛନ୍ତି।

ଦୂରଦର୍ଶନ ଅଫିସ ନିକଟରେ ରାସ୍ତାକଡ଼ରେ ଜବରଦଖଲ ସହ ପରିବେଶ ନଷ୍ଟ ନେଇ ଅଞ୍ଚଳବାସୀଙ୍କ ଠାରୁ ପୂର୍ବରୁ ବହୁ ଅଭିଯୋଗ ଥିଲା। ଯେକେହି ନିୟମ ଖିଲାପ କଲେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି।

ପୂର୍ବରୁ ନୋଟିସ ଦିଆଯାଇଥିଲା ତାହାର ଖିଲାପ ହୋଇଥିଲା। ଖାଦ୍ୟର ମାନ କିଭଳି ରହିଛି ତାହାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଥିବା କହିଲେ ବିଏମସି କମିଶନର। ଗତ ବୁଧବାର ବିଏମସିର ଖାଦ୍ୟ ନିରାପତ୍ତା ଟିମ୍ କିଶୋର ଦୋକାନରେ ଚଢ଼ାଉ କରିଥିଲେ। ଏକ୍ସପାରି ସସ୍ ସହ ଅପମିଶ୍ରିତ ରଙ୍ଗ, ବିର୍ଯ୍ୟସ୍ତ ପରିମଳ ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ନେଇ ଟିମ୍ ତାଗିଦ କରିବା ସହ ଦୋକାନ ବନ୍ଦ କରିଥିଲେ । କିନ୍ତୁ ବନ୍ଦ ସତ୍ତ୍ବେ କାଲି ଦୋକାନ ଖୋଲି ବ୍ୟବସାୟ କରିଥିଲେ କିଶୋର। ଯାହା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି କମିଶନର।
Published by:Lipina Das
First published: