ଆଉ ଦାରୁଠେଙ୍ଗ ଯାଉନି ଭୁବନେଶ୍ୱର ଅଳିଆ; ଉଛୁଳିଲାଣି ଗାଢକଣ ଟିଟିଏସ, ଚିନ୍ତାରେ ବିଏମସି

ରାଜଧାନୀର ରାଜରାସ୍ତାରେ ପୁଣି କୁଢ଼କୁଢ଼ ଅଳିଆ ଗଦା ହେଲାଣି । ୩ ଦିନ ହେବ ଅଳିଆ ଉଠିନପାରି ଗାଡକଣ ଟିଟିଏସରେ ସୃଷ୍ଟି ହେଲାଣି କୃତ୍ରିମ ପାହାଡ।

ଆଉ ଦାରୁଠେଙ୍ଗ ଯାଉନି ଭୁବନେଶ୍ୱର ଅଳିଆ; ଉଛୁଳିଲାଣି ଗାଢକଣ ଟିଟିଏସ, ଚିନ୍ତାରେ ବିଏମସି

ଆଉ ଦାରୁଠେଙ୍ଗ ଯାଉନି ଭୁବନେଶ୍ୱର ଅଳିଆ; ଉଛୁଳିଲାଣି ଗାଢକଣ ଟିଟିଏସ, ଚିନ୍ତାରେ ବିଏମସି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର ; ରାଜଧାନୀ ରାଜରାସ୍ତାରେ ପଡ଼ି ରହୁଛି କୁଢ଼ କୁଢ଼ ଅଳିଆ । ଗତ ୨ ମାସ ତଳେ ଦାରୁଠେଙ୍ଗ ବିବାଦ ଯୋଗୁଁ ସହରରୁ ଅଳିଆ ଉଠି ପାରୁନଥିବାବେଳେ ଏବେ ପୁଣି ଦେଖିବାକୁ ମିଳିଛି ସମାନ ସ୍ଥିତି । ଦୁଇ ମାସ ତଳେ ଭୁଆଶୁଣି ଡମ୍ପିଂୟାର୍ଡ ସମସ୍ୟାର ସ୍ଥାୟୀ ପ୍ରତିକାର ଓ ଭିତ୍ତିଭୂମିର ବିକାଶ ପାଇଁ ବିଏମସିକୁ ମିଳିଥିଲା ୯ ମାସର ମହଲତ । ଦୁଇ ମାସ ଭିତରେ ଅଳିଆ ଗାଡ଼ି ଧକ୍କାରେ ଯାଇଛି ଦୁଇ ଦୁଇଟି ଜୀବନ । ଡମ୍ପିଂୟାର୍ଡ ରାସ୍ତାରେ ଷ୍ଟ୍ରିଟ ଲାଇଟ ନ ଲାଗିବା ଓ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ବଢୁଛି । ଯାହାକୁ ନେଇ ଗତ ରବିବାର ଠାରୁ ଡମ୍ପିଂୟାର୍ଡକୁ ବନ୍ଦ ରଖିଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ । ଫଳରେ ରାଜଧାନୀର ରାଜରାସ୍ତାରେ ପୁଣି କୁଢ଼କୁଢ଼ ଅଳିଆ ଗଦା ହେଲାଣି । ୩ ଦିନ ହେବ ଅଳିଆ ଉଠିନପାରି ଗାଡକଣ ଟିଟିଏସରେ ସୃଷ୍ଟି ହେଲାଣି କୃତ୍ରିମ ପାହାଡ।



ସେପଟେ ଦାରୁଠେଙ୍ଗବାସୀଙ୍କ ଏକା ଜିଦ ଆଉ ଭୁବନେଶ୍ୱର ଅଳିଆ ଦାରୁଠେଙ୍ଗ ଆସିବ ନାହିଁ । ବିଏମସି କର୍ତ୍ତୃପକ୍ଷ ତାଙ୍କର କୌଣସି ପ୍ରତିଶ୍ରୁତି ରଖୁନାହାନ୍ତି । ଅଳିଆ ଗାଡିର ନା ଲାଇସେନ୍ସ ଅଛି ନା ଫିଟନେସ ଅଛି । ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଯଦି ପ୍ରତି ମାସରେ ଜଣଙ୍କର ଜୀବନ ଯାଏ ତେବେ କିଏ ଦାୟୀ ହେବ ବୋଲି ସରପଞ୍ଚ ପ୍ରଶ୍ନ କରିଛନ୍ତି । ତେଣୁ ଆଉ ଅଳିଆ ପକାଇବାକୁ ଦେବୁ ନାହିଁ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି ।

ଆଉ ଦୁଇ ଦିନ ପରେ ଟିଟିଏସରେ ବି ଜାଗା ମିଳିବନି ଅଳିଆ ରଖିବାକୁ । ଫଳରେ ସହର ସାରା ପୁଣି ସୃଷ୍ଟି ହେବ ଦୁର୍ଗନ୍ଧମୟ ପରିବେଶ । ସେପଟେ ରାତ୍ରୀକାଳୀନ ସଫେଇ ଅଭିଯାନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ । କାର୍ଯ୍ୟବନ୍ଦ ସହ ଘେରିଛନ୍ତି ବିଏମସି ମୁଖ୍ୟାଳୟକୁ ।

ଅନ୍ୟପଟେ ଉଭୟ ସଫେଇ କର୍ମଚାରୀ ଓ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଉଥିବା କହିଛନ୍ତି ବିଏମସି କମିଶନର । ନିର୍ଦ୍ଧାରିତ ସମୟ ମଧ୍ୟରେ ଭିତ୍ତିଭୂମିର ବିକାଶ ଶେଷ ହେବ । ଦାବି ମୁତାବକ ପ୍ରଥମେ ଅଳିଆ ଗାଡ଼ି ତଦାରଖ ପାଇଁ ଦାରୁଠେଙ୍ଗରେ ସିକ୍ୟୁରିଟି ଯୋଗାଇ ଦିଆଯାଇଛି । ଏବେ ହମ୍ପସ୍ ଓ ଷ୍ଟ୍ରିଟ ଲାଇଟ ଲଗାଇବା ବ୍ୟବସ୍ଥା କରାଯାଉଛି । ଆଲୋଚନା ଜାରି ରହିଛି । ଖୁବ ଶୀଘ୍ର ସମାଧାନ ବାହାରିବ ବୋଲି କମିଶନର କହିଛନ୍ତି ।

ଆଗକୁ ହକି ବିଶ୍ଵ କପ ପାଇଁ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବାକୁ ଏବେଠୁ ଅଣ୍ଟା ଭିଡ଼ିଲାଣି ବିଏମ୍ସି । ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ସହର ସାରା ଡଷ୍ଟବିନ ବ୍ୟବହାର, ଡୋର ତୁ ଡୋର ଅଳିଆ ଉଠା ଓ ଏମସିସି ନିର୍ମାଣ କରୁଛି । ହେଲେ ଦାରୁଠେଙ୍ଗ ବିବାଦ ତୁଟୁ ନ ଥିବାରୁ ସହରର ପରିମଳ ବ୍ୟବସ୍ଥା ସୁଧୁରି ପାରୁନି।
Published by:Soubhagya Mishra
First published: