ଭୁବନେଶ୍ୱରରେ ଏଣିକି ରାସ୍ତା କଡ଼ରେ ଭିକାରୀଙ୍କୁ କେହି ଖାଦ୍ୟ ବା ଲୁଗା ଦେଇ ପାରିବେ ନାହିଁ
ରାସ୍ତା କଡ଼ରେ ମନ ଇଚ୍ଛା ଦରିଦ୍ର ଲୋକଙ୍କୁ ଖାଦ୍ୟ ବା ବସ୍ତ୍ର ନ ଦେବାକୁ ଏକ ବିଜ୍ଞପ୍ତି ପ୍ରକାଶ କରି ଲୋକଙ୍କୁ ଅନୁରୋଧ କରିଛି BMC । ନିୟମର ଉଲ୍ଲଙ୍ଘନ କଲେ ସମ୍ପୃକ୍ତ ବ୍ୟକ୍ତି ବା ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ବି ଦିଆଯାଇଛି ।

ଭୁବନେଶ୍ୱରରେ ରାସ୍ତା କଡ଼ରେ ଭିକ୍ଷା ମାଗୁଥିବା ଜଣେ ମହିଳା ଓ (ଡାହାଣ) ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ
- News18 Odia
- Last Updated: January 13, 2021, 11:59 PM IST
ଭୁବନେଶ୍ୱର: ସ୍ମାର୍ଟ ସିଟିକୁ ଭିକାରୀ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ବି.ଏମ୍.ସି.। ରାଜଧାନୀର ରାଜରାସ୍ତାରେ ଆଉ ରହିବେନି ଭିକାରୀ । ଏନେଇ କଡ଼ା କଟକଣା ଜାରି କରିଛି ବି.ଏମ୍.ସି. । ଏହି କଟକଣା ଅନୁସାରେ ଏଣିକି ଆଉ କେହି ରାସ୍ତା କଡ଼ରେ ଭିକାରୀମାନଙ୍କୁ ଖାଦ୍ୟ ବା ବସ୍ତ୍ର ବଣ୍ଟନ କରିପାରିବେ ନାହିଁ ।
ମାଗଣା ଖାଦ୍ୟ ଓ ବସ୍ତ୍ର ମିଳୁଥିବାରୁ ରାସ୍ତା କଡ଼ ଛାଡି ଆଶ୍ରୟ ସ୍ଥଳୀକୁ ଯିବାକୁ ଭିକାରୀମାନେ ଇଛା କରୁ ନାହାନ୍ତି ବୋଲି ବି.ଏମ୍.ସି. ଅଧିକାରୀମାନେ ହୃଦବୋଧ କରିଛନ୍ତି । ସେଇଥି ପାଇଁ ଭୁବନେଶ୍ୱରକୁ ଭିକ୍ଷାବୃତ୍ତି ମୁକ୍ତ ସହରରେ ପରିଣତ କରିବାର ସବୁ ପ୍ରୟାସ ବିଫଳ ହୋଇଥିବା ସେମାନେ କହିଛନ୍ତି । ଭିକାରୀଙ୍କୁ ଦାନ ଦେବା ଉପରେ ବି.ଏମ୍.ସି. ଏବେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପଛରେ ରହିଛି ଏହି କାରଣ ।
ଏହା ବି ପଢ଼ନ୍ତୁ | ମକର ସଂକ୍ରାନ୍ତି: ରାହୁ ଓ ଶନି ଦୋଷରୁ ରକ୍ଷା ପାଇବାକୁ କ’ଣ ଦାନ କରିବା ଉଚିତ ଜାଣନ୍ତୁ

ରାମ ମନ୍ଦିର ଆଗରେ ଭିକ୍ଷା ଅପେକ୍ଷାରେ ଜଣେ ମହିଳା
ରାସ୍ତା କଡ଼ରେ ମନ ଇଚ୍ଛା ଦରିଦ୍ର ଲୋକଙ୍କୁ ଖାଦ୍ୟ ବା ବସ୍ତ୍ର ନ ଦେବାକୁ ଲୋକଙ୍କୁ ଅନୁରୋଧ କରି ବି.ଏମ୍.ସି. ଏକ ବିଜ୍ଞପ୍ତି ପ୍ରକାଶ କରିଛି । ବି.ଏମ୍.ସି.ର ଅନୁମତି ନେଇ ଆଶ୍ରୟ ସ୍ଥଳୀରେ ଥିବା ଦରିଦ୍ର ଲୋକଙ୍କୁ ଦାନ ଦେଇ ହେବ । ନିୟମର ଉଲ୍ଲଙ୍ଘନ କଲେ ସରକାରଙ୍କ ସହ ଆଲୋଚନା କରି ସମ୍ପୃକ୍ତ ବ୍ୟକ୍ତି ବା ସଂସ୍ଥା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ବି.ଏମ୍.ସି. । ସ୍ମାର୍ଟ ସିଟିକୁ ଭିକାରୀ ମୁକ୍ତ କରିବା ଉଦ୍ଦେଶ୍ୟରେ ଏଭଳି କଡ଼ା ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ବି.ଏମ୍.ସି. କମିଶନର ।
ଏହା ବି ପଢ଼ନ୍ତୁ | ‘ଦଙ୍ଗଲ୍ ଗର୍ଲ’ ଫାତିମା ସନା ଶେଖଙ୍କ ଖୁଲାସା: ‘ମୋତେ କୁହାଗଲା ସେକ୍ସ ହିଁ କାମ ପାଇବାର ଉପାୟ’
ବର୍ତ୍ତମାନ ଭୁବନେଶ୍ୱରରେ ୧୦ରୁ ୧୨ଟି ଆଶ୍ରୟ ସ୍ଥଳୀ ଅଛି, ଯେଉଁଠି ଶତାଧିକ ବେସାହାରା ଦରିଦ୍ର ଲୋକେ ରହୁଛନ୍ତି । ବି.ଏମ୍.ସି. ଜରିଆରେ ସେମାନଙ୍କୁ ମାଗଣା ଖାଦ୍ୟ ପ୍ରଦାନ କରାଯାଉଛି । ଆଗକୁ ସହରରେ ୩୦୦ କ୍ଷମତା ବିଶିଷ୍ଟ ଆଉ ଏକ ଆଶ୍ରୟ ସ୍ଥଳୀ ନିର୍ମାଣ କରିବାକୁ ଯୋଜନା ଥିବା ବି.ଏମ୍.ସି. କମିଶନର କହିଛନ୍ତି । ବି.ଏମ୍.ସି.ର ଏହି ନୂଆ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସ୍ୱେଚ୍ଛାସେବୀମାନେ ।
ଏହା ବି ପଢ଼ନ୍ତୁ | ସିଗାରେଟ୍ ଟାଣିବାର ଆଇନଗତ ବୟସ ବଢ଼ି ୨୧ ହେବ; ଖୋଲା ସିଗାରେଟ୍ ବିକ୍ରି ବ୍ୟାନ୍ ହେବ; ଫାଇନ୍ ବଢ଼ିବ
‘‘ଭିକ୍ଷାବୃତ୍ତି କରି କରି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସୁନି । ଆଶ୍ରୟ ସ୍ଥଳୀକୁ ଆସିବାକୁ ବି ଇଛା ପ୍ରକାଶ କରୁନାହାନ୍ତି ସେମାନେ । ତେଣୁ ଲୋକଙ୍କୁ ବାସ୍ତବରେ ଗରିବ ଲୋକମାନଙ୍କୁ କିଛି ଦାନ କରିବାର ଥିଲେ ସେମାନେ ଆଶ୍ରୟ ସ୍ଥଳୀରେ ଦାନ କରିବା ଉଚିତ,’’ କହିଛନ୍ତି ପତିତ ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ ।
ଏହା ବି ପଢ଼ନ୍ତୁ | ‘ମୋତେ ଗୁପ୍ତଚରମାନେ ବିଷ ଦେଇ ମାରିଦେବାକୁ ଚେଷ୍ଟା କରିଥିଲେ,’ କହିଲେ ISROର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ
ଏକାମ୍ର କ୍ଷେତ୍ର ପ୍ରକଳ୍ପ କାର୍ଯ୍ୟ ପାଇଁ ପ୍ରଥମେ ଏକାମ୍ର କ୍ଷେତ୍ରକୁ ଭିକାରୀ ମୁକ୍ତ କରିବାକୁ ବି.ଏମ୍.ସି. ଯୋଜନା କରିଥିଲା । ଲିଙ୍ଗରାଜ ମନ୍ଦିର ପରିସରରୁ ଭିକ୍ଷୁକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଶ୍ରୟ ସ୍ଥଳୀକୁ ନିଆଯାଇଥିଲା । ସେମାନଙ୍କୁ ମାଗଣାରେ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଥିଲା । ଆଉ ଏବେ ସାରା ସହରକୁ ଭିକାରୀ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ବି.ଏମ୍.ସି. ।
ଏହା ବି ପଢ଼ନ୍ତୁ | କୁଆଡ଼େ ନିଖୋଜ ହୋଇଗଲେ ଚୀନ୍ର ଅନ୍ୟତମ ଧନୀ ବ୍ୟକ୍ତି ଓ ଆଲିବାବାର ମାଲିକ ଜ୍ୟାକ୍ ମା?
ଭୁବନେଶ୍ୱରର କୌଣସି ମନ୍ଦିର ବା ରାସ୍ତା କଡ଼ରେ ଯେପରି ଭିକ୍ଷୁକ ନ ରହିବେ ସେ ନେଇ ଏକ ଅଭିଯାନ ଆରମ୍ଭ କରିଛି ବି.ଏମ୍.ସି. । ସେହି କ୍ରମରେ ପ୍ରଥମେ ରାସ୍ତା କଡ଼ରେ ଖାଦ୍ୟ ବଣ୍ଟନ ନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛି ବି.ଏମ୍.ସି. ।
ଏବେ ବି ଭୁବନେଶ୍ୱରର ଅନେକ ସ୍ଥାନରେ ଭିକ୍ଷାବୃତ୍ତି ଜାରି ରହିଛି – କେଉଁଠି ଛକ ବଜାରରେ ତ ଆଉ କେଉଁଠି ମନ୍ଦିର ସାମନାରେ ।