News18 Odia Digital
କଟକ: ବଦଳିଯିବ କଟକ(Cuttack) ମହାନଦୀ କୂଳର ଭୂଗୋଳ । ବାଲିଯାତ୍ରା ତଳ ପଡ଼ିଆ ସଂଲଗ୍ନ ବିସ୍ତୀର୍ଣ୍ଣ ଜମିରେ ସୃଷ୍ଟି ହେବ ଜଙ୍ଗଲ, ଜୈବିକ ଉଦ୍ୟାନ ଓ ପରିବେଶ ଅନୁକୂଳିତ ସମ୍ମିଳନୀ କେନ୍ଦ୍ର, ପାର୍କ ଓ ଖେଳ ପଡ଼ିଆ। ଏଥିପାଇଁ ଏକ ମାଷ୍ଟର ପ୍ଲାନ୍(Master Plan) ପ୍ରସ୍ତୁତ କରାଯାଉଛି। ଏଥି ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଉଛି। ଖୁବ୍ ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ।
ବଦଳିବ କଟକ ମହାନଦୀ କୂଳ(Mahanadi River)ର ଚିତ୍ର। ବାଲିଯାତ୍ରା ପଡ଼ିଆ ଓ ତାକୁ ଲାଗିଥିବା ୪୨୬ ଏକର ଜମିରେ ଆରମ୍ଭ ହେବ ନୂତନ ପ୍ରକଳ୍ପ (New Project)। ସୃଷ୍ଟି କରାଯିବ ବିଶାଳ ଜଙ୍ଗଲ ଓ ଜୈବିକ ଉଦ୍ୟାନ। ୨୬୨ ଏକର ଜମିରେ ସନ୍ତୁଳିତ ପରିବେଶ ସହ ବିଭିନ୍ନ ପ୍ରକାରର ଉଦ୍ଭିଦ ଓ ଜୀବଜନ୍ତୁଙ୍କ ସହା ବସ୍ଥାନ ପାଇଁ ପରିବେଶ ସୃଷ୍ଟି କରାଯିବ। ଏହା ଛଡା ମହାନଦୀ କୂଳରେ ଶୋଭା ପାଇବ ଟ୍ରାଇବାଲ ଭିଲେଜ ଏବଂ ପରିବେଶ ଅନୁକୂଳିତ ସମ୍ମିଳନୀ କେନ୍ଦ୍ର। ତେବେ ଏଠାରେ କୌଣସି ପ୍ରକାର କଂକ୍ରିଟ ନିର୍ମାଣ କରାଯିବ ନାହିଁ। ଏ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି। ୪୫ ଦିନ ମଧ୍ୟରେ ଏହି ମାଷ୍ଟର ପ୍ଲାନ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ଚଳିତବର୍ଷ ସୁଦ୍ଧା ଏହାର କାମ ଆରମ୍ଭ ହେବାକୁ ଥିବା ବେଳେ ସବୁ କିଛି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ-NGTଙ୍କ ଗାଇଡ଼ଲାଇନ(Green Tribunal Guideline)ଅନୁସାରେ ଉନ୍ନତିକରଣ କରାଯିବ ବୋଲି କହିଛନ୍ତି ସିଏମସି କମିଶନର(CMC Commissionor)।
https://www.youtube.com/watch?v=VZ_0KXif-ZY
ମହାନଦୀ କୂଳର ମୁଖ୍ୟ ଆକର୍ଷଣ ହେଉଛି ଐତିହାସିକ ବାଲିଯାତ୍ରା। ଆଉ ଏହି ୪୨୬ ଏକର ଜମିରୁ ୩୪ ଏକର ଜମିରେ ପୂର୍ବ ନିର୍ଦ୍ଧାରିତ ବାଲିଯାତ୍ରା ଉତ୍ସବ ଆୟୋଜନ ପାଇଁ ଛଡ଼ାଯିବ। ୧୩୧ ଏକର ଜମିରେ ନିର୍ମାଣ ହେବ ଖେଳ ପଡ଼ିଆ, ପାର୍କ ଓ ବାଲିଯାତ୍ରା ପାଇଁ ପାର୍କିଂ। ବିନା କଂକ୍ରିଟ୍ରେ ନିର୍ମାଣ ହେବ ଭେଣ୍ଡିଂ ଜୋନ୍ । ଏହାଛଡ଼ା ସହରବାସୀ ଯେପରି ମୁକ୍ତ ଚଳପ୍ରଚଳ କରିପାରିବେ ସେ ନେଇ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି କମିଶନର।
ଏହି ସବୁ ପ୍ରକଳ୍ପଗୁଡିକର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ରାଜ୍ୟ ବାହାରର ଏକ ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଏହା ରାଜ୍ୟ ସରକାରଙ୍କ ଅନୁମୋଦନ ଲାଭ କରିବା ପରେ ଆସନ୍ତା ଏପ୍ରିଲରୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ଆଶା କରାଯାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।