ଦୃଷ୍ଟିବାଧିତ ଶିକ୍ଷକଙ୍କ ମହତ କାର୍ଯ୍ୟ; ଶଯ୍ୟାଶାୟୀ ରୋଗୀଙ୍କୁ ବଢ଼ାଇଲେ ସହାୟତାର ହାତ

ନ୍ୟୁଜ୍ ୧୮ ଓଡ଼ିଆରେ ଖବର ପ୍ରସାରଣ ପରେ ଭୁବନେଶ୍ବରରୁ ବ୍ରହ୍ମପୁରରେ ପହଞ୍ଚି ଶଯ୍ୟାଶାୟୀ ମୁରଲୀଙ୍କ ସହାୟତା କଲେ ଦୃଷ୍ଟିବାଧିତ ଶିକ୍ଷକ।

ଦୃଷ୍ଟିବାଧିତ ଶିକ୍ଷକଙ୍କ ମହତ କାର୍ଯ୍ୟ

ଦୃଷ୍ଟିବାଧିତ ଶିକ୍ଷକଙ୍କ ମହତ କାର୍ଯ୍ୟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ଦୃଷ୍ଟିବାଧିତ ଶିକ୍ଷକଙ୍କ ମହତ କାର୍ଯ୍ୟ। ଜଣେ ଶଯ୍ୟାଶାୟୀ ପଡ଼ିଥିବା ରୋଗୀଙ୍କ ନିକଟରେ ପହଞ୍ଚି ତାଙ୍କ ସୁଖ ଦୁଃଖ ପଚାରି ବୁଝିବା ସହିତ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି। ସେ ହେଉଛନ୍ତି ଭୁବନେଶ୍ବର ଭୀମଭୋଇ ଦୃଷ୍ଟିବାଧିତ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଯୁଧିଷ୍ଟିର ସାହୁ।

ଗତ ନଭେମ୍ବର ମାସ ୪ ତାରିଖରେ ନ୍ୟୁଜ୍‌ ୧୮ ଓଡ଼ିଆରେ ବ୍ରହ୍ମପୁରର ମୁରଲୀ ବେହେରା କିଭଳି ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀରେ ପଡ଼ି ଛଟପଟ ହେଉଥିବା ଖବର ଦେଖିବା ପରେ ସେ ଭୁବନେଶ୍ବରରୁ ବ୍ରହ୍ମପୁରକୁ ଯାଇଥିଲେ ଯୁଧିଷ୍ଟିର ସାହୁ।

ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁରରେ ରହିଥିବା ଆୟୁର୍ବେଦିକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମୁରଲୀଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ନିଜ ପେନସନ ଟଙ୍କାରୁ ମୁରଲୀଙ୍କୁ ଆର୍ଥକ ସହାୟତା ପ୍ରଦାନ କରିଛନ୍ତି।

ଆଗାମୀ ଦିନରେ ଆହୁରି ଅଧିକ ସହାୟତା ଯୋଗାଇ ଦେବା ପାଇଁ ମଧ୍ୟ ମୁରଲୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏଭଳି ଜଣେ ଦୃଷ୍ଟିବାଧିତ ଶିକ୍ଷକ ନିଜର ପେନସନ ଟଙ୍କାରେ ସହାର୍ଯ୍ୟ କରିଥିବା ଯୋଗୁଁ ଶିକ୍ଷକଙ୍କୁ ଧନ୍ୟବାଦ ଦେବା ସହିତ ନ୍ୟୁଜ୍‌ ୧୮ ଓଡ଼ିଆକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମୁରଲୀ ଓ ତାଙ୍କ ପରିବାର।

ଶର୍ଯ୍ୟଶାୟୀ ରୋଗୀଙ୍କୁ ବଢ଼ାଇଲେ ସହାୟତାର ହାତ


ନ୍ୟୁଜ୍‌ ୧୮ ଓଡ଼ିଆର ପ୍ରଭାବ। ନ୍ୟୁଜ୍‌ ୧୮ ଓଡ଼ିଆରେ ବାରମ୍ବାର ଖବର ପ୍ରସାରଣ ହେବା ପରେ ଜଣେ ଅସହାୟ ଓ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ି ରହିଥିବା ରୋଗୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଜଣେ ଦୃଷ୍ଟିବାଧିତ ଶିକ୍ଷକ। ବ୍ରହ୍ମପୁର ଜଗନ୍ନାଥ ବିହାର ସପ୍ତମ ଲାଇନରେ ରହୁଛନ୍ତି ମୁରଲୀ।

ମୁରଲୀ ଓ ତାଙ୍କ ପରିବାର ଏକ ଭୋଜି କାମରେ ଭୁବନେଶ୍ବର ଯାଇଥିଲେ ବେଳେ ସେଠାରେ ଦୁର୍ଘଟଣାରେ ତାଙ୍କ ସୁଷୁମ୍ନାକାଣ୍ଡର ଏକ ହାଡ଼ ଚାପି ହୋଇଯାଇଥିଲା। ଯାହାଫଳରେ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ, କଟକ ବଡ଼ମେଡ଼ିକାଲ ଓ ପରେ ଏକ ଘରୋଇ ମେଡ଼ିକାଲରେ ତାଙ୍କ ଅପରେସନ ହୋଇଥିଲା। କିନ୍ତୁ ଅପରେସନ ହେବା ଆଜିକୁ ପ୍ରାୟ ୫ ମାସ ବିତିଯାଇଥିବା ବେଳେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇପାରିନାହାଁନ୍ତି।

ଏନେଇ ଏକ ଖବର ଗତ ନଭେମ୍ବର ମାସ ୪ ତାରିଖରେ ନ୍ୟୁଜ୍‌ ୧୮ ଓଡ଼ିଆରେ ପ୍ରସାରଣ ହୋଇଥିଲା। ଏହାକୁ ଦେଖି ମୁରଲୀଙ୍କୁ ସହାୟତା କରିବା ନିମନ୍ତେ ଭୁବନେଶ୍ବରର ଭୀମଭୋଇ ଦୃଷ୍ଟିବାଧିତ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଯୁଧିଷ୍ଟିର ସାହୁ ବ୍ରହ୍ମପୁରରେ ପହଞ୍ଚିଥିଲେ।

ବ୍ରହ୍ମପୁର ଉପକଣ୍ଠ ଆୟୁର୍ବେଦିକ ହସ୍ପିଟାଲରେ ପହଞ୍ଚି ସେଠାରେ ଚିକିତ୍ସିତ ହେଉଥିବା ମୁରଲୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ନିଜ ପେନସନ ଟଙ୍କାରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
Published by:Lipina Das
First published: