ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସୋସିଆଲ ମିଡ଼ିଆରେ ବୁଲୁଛି ବ୍ଲାକ ଫାୟାରିଂ ଭିଡ଼ିଓ; ଗ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଟିମ ଗଠନ କଲା ପୋଲିସ

ସୋସିଆଲ ମିଡ଼ିଆରେ ବୁଲୁଛି ବ୍ଲାକ ଫାୟାରିଂ ଭିଡ଼ିଓ; ଗ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଟିମ ଗଠନ କଲା ପୋଲିସ

ଭୁବନେଶ୍ୱରରେ ଅପରାଧିଙ୍କ ବନ୍ଧୁକ ଟ୍ରେନିଂ ନେଉଥିବାର ଦୁଇଟି ଭିଡିଓ ଭାଇରାଲ ହୋଇଛି । ଦୁଇଟି ଭିଡିଓ ଭାଇରାଲ ହେବାପରେ ଭିଡିଓକୁ ନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ ।

ସୋସିଆଲ ମିଡ଼ିଆରେ ବୁଲୁଛି ବ୍ଲାକ ଫାୟାରିଂ ଭିଡ଼ିଓ; ଗ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଟିମ ଗଠନ କଲା ପୋଲିସ
ଡିସିପି ଉମାଶଙ୍କର ଦାଶ
  • News18 Odia
  • Last Updated: November 8, 2021, 7:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପରାଧିଙ୍କ ବନ୍ଧୁକ ଟ୍ରେନିଂ ନେଉଥିବାର ଦୁଇଟି ଭିଡିଓ ଭାଇରାଲ ହୋଇଛି । ଅନ୍ଧାର ରାତିରେ ଦୁର୍ବୃତ୍ତମାନେ ବନ୍ଧୁକ ଧରି ବ୍ଲାକ୍ ଫାୟରିଂ କରୁଥିବା ଭିଡିଓ ଭାଇରାଲ ହେବାକୁ ଲାଗିଛି । ଏହି ଭିଡିଓ କେ.ବି.ଏନ୍ ଗ୍ୟାଙ୍ଗର ବୋଲି ଜଣା ପଡିଛି । ଦୁଇଟି ଭିଡିଓ ଭାଇରାଲ ହେବାପରେ ଭିଡିଓକୁ ନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ ।

ଭାଇରାଲ ହେଉଥିବା ଭିଡିଓ ଦୁଇଟି ରାତିରେ ସୁଟିଂ କରାଯାଇଛି । ଯେଉଁଥିରେ ଦୁର୍ବୃତ୍ତ ନିଜର ମୁହଁ ଲୁଚାଇ ଭିଡିଓ ସୁଟ କରିଛି। ପ୍ରାଥମିକ ତଦନ୍ତର ଅନୁସାରେ ଅପରାଧିମାନେ ବନ୍ଧୁକ ଟ୍ରେନିଂ ନେଉଛନ୍ତି । ଏଥିପାଇଁ ବ୍ଲାକ୍ ଫାୟରିଂ କରୁଛନ୍ତି । ବନ୍ଧୁକ ଚାଳନା ଟ୍ରେନିଂର ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଦବଦବା ଜାହିର କରୁଛନ୍ତି ଦୁର୍ବୃତ୍ତ ।

“ଭାଇରାଲ ହେଉଥିବା ଭିଡିଓଗୁଡିକ ପୁରୁଣା । ଭିଡିଓରେ ଦେଖାଯାଉଥିବା କିଛି ଦୁର୍ବୃତ୍ତକୁ ପୂର୍ବରୁ ଗିରଫ କରାଯାଇଛି ।  ଅନ୍ୟ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ଚାଲିଛି। ଭିଡିଓ କିଏ ଭାଇରାଲ କରୁଛି, କେଉଁ ଆଇଡିରୁ ପୋଷ୍ଟ ହେଉଛି ତଦନ୍ତ ଚାଲିଛି” କହିଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ସୋସିଆଲ ମିଡ଼ିଆରେ ବ୍ଲାକ ଫାୟରିଂ ଭିଡ଼ିଓ ଭାଇରାଲ ହେଉଛି (ପ୍ରତୀକାତ୍ମକ ଛବି)


ଭାଇରାଲ ହୋଇଥିବା ବନ୍ଧୁକ ଟ୍ରେନିଂର ଦୁଇଟି ଭିଡିଓରୁ ଗୋଟିଏ ଭିଡିଓ ୧୪ ସେକେଣ୍ଡର ହୋଇଥିବା ବେଳେ ଆଉ ଭିଡିଓ ୧୫ସେକେଣ୍ଡର । ଭିଡିଓରେ ଅପରାଧି ମୁହଁ ନ ଦେଖାଇ ଭିଡିଓ ସୁଟ କରିଛି । କିଭଳି ବନ୍ଧୁକ ଚାଳନା କରାଯାଏ, ତାହ ଜଣେ ଅନ୍ୟଜଣଙ୍କୁ ଟିପ୍ସ ଦେଉଛି । ପରେ ପ୍ରଥମ ଭିଡିଓରେ ୯ ରାଉଣ୍ଡ ଓ ଦ୍ୱିତୀୟ ଭିଡିଓରେ ୨ ରାଉଣ୍ଡ ବ୍ଲାକ ଫାୟରିଂ କରୁଛି ଦୁର୍ବୃତ୍ତ ।

“ଆମେ ଭିଡିଓଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରୁଛୁ । ୪ଜଣ ଅପରାଧିଙ୍କୁ ପୂର୍ବରୁ ଗିରଫ କରି ଜେଲ ପଠା ଯାଇଛି । ଭିଡିଓରେ ସାମ୍ନାକୁ ଆସୁଥିବା ବନ୍ଧୁକ ଓ ମାରଣାସ୍ତ୍ରକୁ ଜବତ କରାଯାଇଛି । ତଦନ୍ତ ବେଳେ ଜଣା ପଡିଛି ଚୋରୀ ବନ୍ଧୁକରେ ଦୁର୍ବୃତ୍ତ ଭିଡିଓ ସୁଟ କରିଛନ୍ତି । ଖୁବ ଶୀଘ୍ର ଫେରାର ଅପରାଧିଙ୍କୁ ଗିରଫ କରାଯିବ," କହିଛନ୍ତି ଭୁବନେଶ୍ୱର ଡ.ସି.ପି ଉମା ଶଙ୍କର ଦାଶ ।

ଏବେ ସୁଦ୍ଧା ଗ୍ୟାଙ୍ଗର ୫ଟି ଭିଡିଓ ଭାଇରାଲ ହୋଇଛି । ପ୍ରାଥମିକ ତଦନ୍ତରୁ ଜଣା ପଡିଛି, ଗ୍ୟାଙ୍ଗରେ ୨୬ଜଣ ଅପରାଧି ଅଛନ୍ତି । ସମସ୍ତଙ୍କ ନାମରେ ଅପରାଧିକ ମାମଲା ରହିଛି । ଏହି ଗ୍ୟାଙ୍ଗକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି କମିଶନରେଟ ପୋଲିସ । ଟିମ୍‌ରେ ଅଛନ୍ତି ଦୁଇଜଣ ଏସିପି, ଦୁଇଜଣ ଆଇ.ଆଇ.ସି ଓ ୪ଜଣ ଏସ.ଆଇ ।
Published by: Soumya Das
First published: November 8, 2021, 7:06 PM IST