୨୦୨୪ରେ ଆରପାର ଲଢେଇ; ବିଜେପିର ଟାର୍ଗେଟ ଅଧିକ ଲୋକସଭା ସିଟ୍

ଭାରତୀୟ ଜନତା ପାର୍ଟିର ଟାର୍ଗେଟ ଓଡ଼ିଶାରେ ସରକାର ଗଠନ ହେବ ଓ ଅଧିକ ଲୋକସଭା ସିଟ ହାତେଇବ ।

୨୦୨୪ରେ ଆରପାର ଲଢେଇ; ବିଜେପିର ଟାର୍ଗେଟ ଅଧିକ ଲୋକସଭା ସିଟ୍

୨୦୨୪ରେ ଆରପାର ଲଢେଇ; ବିଜେପିର ଟାର୍ଗେଟ ଅଧିକ ଲୋକସଭା ସିଟ୍

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ୨୦୨୪କୁ ନେଇ ରାଜନୈତିକ ପାଣିପାଗ ଏବେଠୁ ସରଗରମ । ବିଜେପି ( BJP ) ଲଢେଇ ପାଇଁ ପାଗ ଭିଡ଼ି ସାରିଛି। ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ପିଏମ ମୋଦି ଦେଇଥିବା ୨ ସୂତ୍ରୀ ମନ୍ତ୍ର ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ବଡ଼ ଧରଣର ନିଷ୍ପତି। ଓଡ଼ିଶାରେ ସରକାର ଗଠନ ସହ ଅଧିକ ଲୋକସଭା ସିଟ ହାତେଇବା ଲକ୍ଷ୍ୟ । ଓଡ଼ିଶା ସରକାର (Odisha Govt ) ବିରୁଦ୍ଧରେ ରାଜନୈତିକ ଲଢେଇ କରିବ ଦଳ। ଆବାସ ଯୋଜନା, ମାଗଣା ଚାଉଳ ପ୍ରସଙ୍ଗରେ ରାଜ୍ୟ ସରକାର କରିଥିବା ଚଞ୍ଚକତା ବିଷୟରେ ଘରକୁ ଘର ଯାଇ ଲୋକଙ୍କୁ ବୁଝାଇବ ଦଳ। ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ପିଏମ ମୋଦି ଦେଇଥିବା ୨ ସୂତ୍ରୀ ମନ୍ତ୍ର ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ବଡ଼ ଧରଣର ନିଷ୍ପତି।

୧. ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ମଜବୁତ, ବୁଥକୁ ତିନି ମାସ ଭିତରେ ସକ୍ରିୟ କରିବା, ମଣ୍ଡଳୱାରୀ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି, କେନ୍ଦ୍ର ଯୋଜନା ଲୋକଙ୍କ ପାଖକୁ ପହଞ୍ଚାଇବେ, ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଯାକ କରି ନେଉଥିବା କଥା ଲୋକଙ୍କୁ କହିବେ...

୨. ଓଡ଼ିଶା ସରକାର ବିରୁଦ୍ଧରେ ରାଜନୈତିକ ଲଢେଇ କରିବ ଦଳ। ଆବାସ ଯୋଜନା ଲାଗି ଆନ୍ଦୋଳନ ହେବ। ମାଗଣା ଚାଉଳ ପ୍ରସଙ୍ଗରେ ରାଜ୍ୟ ସରକାର କରିଥିବା ଚଞ୍ଚକତା ବିଷୟରେ ଲୋକଙ୍କୁ ଅବଗତ କରାଇବ। ଘରକୁ ଘର ଯାଇ ଲୋକଙ୍କୁ ବୁଝାଇବ ଦଳ।

ଏସଏଚଜିଙ୍କୁ କେନ୍ଦ୍ର ଋଣ ପ୍ରଦାନ ସହ ସୁଧ ଛାଡ଼ କରୁଛି କିନ୍ତୁ ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର। ମାଗଣା ଚାଉଳ ଏବଂ ଆବସ ଭଳି କେନ୍ଦ୍ରୀୟ ଯୋଜନାର ହାଇଜାକ୍ ପ୍ରସଙ୍ଗକୁ କରିବ ପ୍ରମୁଖ ମୁଦ୍ଦା। ରାଜନୀତିର ଅପରାଧୀକରଣକୁ ପର୍ଦ୍ଦାଫାସ କରିବ ବିଜେପି। ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳା ଅସୁରକ୍ଷିତ ପ୍ରସଙ୍ଗ ନେଇ ରାଜରାସ୍ତାରେ ଲଢେଇ କରିବ ବିଜେପି। ମଣ୍ଡି ଅବ୍ୟବସ୍ଥା ଓ ଚାଷୀ ସମସ୍ୟାକୁ ଗୁରୁତ୍ୱ ଦେବ ଦଳ।

ସେପଟେ ଆଜିର ରାଜ୍ୟ କାର୍ଯ୍ୟକାରୀଣିରେ ୧୧ ଟି ରାଜନୈତିକ ଚିଠା ପ୍ରସ୍ତାଵ ଉପରେ ମୋହର ବାଜିଛି। ଏହାକୁ ନେଇ ବୈଠକରେ ବ୍ୟାପକ ଭାବେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରକୁ ପ୍ରକୃତରେ କିଏ ଚଳାଉଛି। ରାଜ୍ୟ ସରକାରଙ୍କ ପଛରେ କିଏ ଅଛି। ମୁଖ୍ୟମନ୍ତ୍ରୀ ଏ ନେଇ ସମ୍ପୂର୍ଣ ଭାବେ ଅବଗତ ଅଛନ୍ତି ତ ? ଯଦି ଅବଗତ ନାହାନ୍ତି ତେବେ ଏ ସରକାରକୁ କିଏ ଚଳାଉଛି ? ଏ ପ୍ରସଙ୍ଗ ରାଜ୍ୟ କାର୍ଯ୍ୟକାରିଣୀରେ ଉଠିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ନିଜେ ଉପସ୍ଥିତ ଥିଲେ। ବଂଶଲ ପ୍ରଥମେ ବିଧାୟକ ଏବଂ ସାଂସଦଙ୍କ ସହ ୱାନ ଟୁ ୱାନ କରିଥିଲେ। ନଡ୍ଡା ଦେଇଥିବା ଟାସ୍କ ଉପରେ ଫିଡ଼ ବ୍ୟାକ ନେଇଥିଲେ। ପରେ ଅନ୍ୟ ତୁଙ୍ଗ ନେତାଙ୍କ ସହ କରିଥିଲେ ଆଲୋଚନା। ୨୦୨୪କୁ ନେଇ ବିଜେପିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ। ମୋଦିଙ୍କ ଦୁଇ ସୁତ୍ରୀ ମନ୍ତ୍ରରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବ। ମଣ୍ଡଳ ସ୍ତରରୁ ଆରମ୍ଭ ହେବ ଲଢେଇ। ଟାର୍ଗେଟ ଓଡ଼ିଶାରେ ସରକାର ଗଠନ। ଅଧିକରୁ ଅଧିକ ଲୋକସଭା ସିଟ ଦଖଲ ପାଇଁ ଯୋଜନା।

ଅଧିକ ଖବର ପଢ଼ନ୍ତୁ- http://ବିଶ୍ୱକପ ଦୌଡରୁ ଭାରତ ବିଦା; କାମ ଦେଲାନି ରାଜ୍ୟ ସରକାରଙ୍କ କୋଟିଏ ଟଙ୍କାର ଅଫର !
Published by:Soubhagya Mishra
First published: