• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ନୂଆ ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ; ଦଳର ସଙ୍ଗଠନ ସଜାଡ଼ିବା ଉପରେ ଦେବେ ଗୁରୁତ୍ୱ

ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ନୂଆ ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ; ଦଳର ସଙ୍ଗଠନ ସଜାଡ଼ିବା ଉପରେ ଦେବେ ଗୁରୁତ୍ୱ

ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ବିଜେପିର ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ପାଇବା ପରେ ସୁନୀଲ ବଂଶଲଙ୍କ ଏହା ହେବ ପ୍ରଥମ ଓଡ଼ିଶା ଗସ୍ତ ।

ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ନୂଆ ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ; ଦଳର ସଙ୍ଗଠନ ସଜାଡ଼ିବା ଉପରେ ଦେବେ ଗୁରୁତ୍ୱ

ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ନୂଆ ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ; ଦଳର ସଙ୍ଗଠନ ସଜାଡ଼ିବା ଉପରେ ଦେବେ ଗୁରୁତ୍ୱ

  • Share this:
News 18 Odia Digital

ଭୁବନେଶ୍ୱର; ଆସନ୍ତା ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଜ୍ୟ ବିଜେପିର ନୂଆ ପ୍ରଭାରୀ ସୁନୀଲ ବଂଶଲ ।  ପୁରୀରେ ଚଳିତ ମାସ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟ ବିଜେପିର ପଦାଧିକାରୀଙ୍କ ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେ ବଂଶଲ ।  ଚଳିତ ମାସ ୧୦ ତାରିଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବଂଶଲଙ୍କୁ ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ସମେତ ଓଡ଼ିଶାର ପ୍ରଭାରୀ ଭାବରେ ନିଯୁକ୍ତି ଘୋଷଣା କରିଥିଲେ । ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ବିଜେପିର ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ପାଇବା ପରେ ସୁନୀଲ ବଂଶଲଙ୍କ ଏହା ହେବ ପ୍ରଥମ ଓଡ଼ିଶା ଗସ୍ତ ।



ରାଜ୍ୟ ବିଜେପିର ସୂଚନା ଅନୁସାରେ, ନିକଟରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଗସ୍ତ ସମୟରେ ସେ ପ୍ରାୟ ଦୁଇଘଣ୍ଟା ଧରି ଦଳୀୟ ନେତା ଓ ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । କିନ୍ତୁ ଆଲୋଚନା ସମୟରେ ତାଙ୍କ ଫୋକସରେ ଥିଲା ଦଳୀୟ ସଂଗଠନକୁ ସଜାଡ଼ିବା ଉପରେ ପ୍ରାଥମିକତା । ଏବେ ନୂତନ ଭାବରେ ଦଳୀୟ ପ୍ରଭାରୀ ନିଯୁକ୍ତି ପାଇବା ପରେ ଏହି ସଙ୍ଗଠନକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦେବେ ସୁନୀଲ ବଂଶଲ ।

ରାଜ୍ୟ ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୁରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ତିନିଦିନିଆ ଏହି ପ୍ରଶିକ୍ଷଣ ଶିବିରରେ ବିଜେପିର ସମସ୍ତ ବିଧାୟକ ଓ ସାଂସଦ ଯୋଗଦେବା ସହିତ ବିଭିନ୍ନ ସାଙ୍ଗଠନିକ ଜିଲ୍ଲାର କର୍ମକର୍ତ୍ତା, ଜିଲ୍ଲା ସଭାପତି , ଜିଲ୍ଲା ପ୍ରଭାରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ଦଳର ଏକ ନିୟମିତ ପ୍ରକ୍ରିୟା ହୋଇଥିଲେ ମଧ୍ୟ ୨୦୨୪ ର ସାଧାରଣ ନିର୍ବାଚନ ଓ ଅମିତ ଶାହଙ୍କ ଟାସ୍କକୁ ପ୍ରାଥମିକତା ଦେଇ ଏହି ବୈଠକରେ ଅନେକ ପ୍ରସଙ୍ଗ ଆଲୋଚନା ପରିସରକୁ ଆସିବ। ସେ ଦୃଷ୍ଟିରୁ ଏହି ପ୍ରଶିକ୍ଷଣ ଶିବିର ଓ ସୁନୀଲ ବଂଶଲଙ୍କ ଉପସ୍ଥିତି ବେଶ୍ ଗୁରୁତ୍ୱ ବହନ କରେ।

ଏହି ପ୍ରସଙ୍ଗରେ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁଙ୍କ ମତରେ ନିହାତି ଭାବରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନେକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇପାରେ । ସୁନୀଲ ବଂଶଲଙ୍କୁ ଯେଉଁ ସମୟରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଭାବେ ଦାୟିତ୍ବ ଦିଆଯାଇଛି ତାହା ସ୍ପଷ୍ଟ ସଂକେତ ଦେଉଛି ଯେ, ଦଳ ତାଙ୍କ ପାଖରୁ ଅନେକ କିଛି ଆଶା ରଖିଛି । ଦଳର ଫୋକସ ଏବେ ଦେଶର ଉତ୍ତର ପୂର୍ବ ରାଜ୍ୟ ଗୁଡିକ ଉପରେ ଥିବାରୁ ସୁନୀଲ ବଂଶଲଙ୍କ ଭଳି ଜଣେ ସଫଳ ଅଧିକାରୀ ଏ ଦିଗରେ ସଫଳ ହେବେ ବୋଲି ଆଶା କରାଯିବା ସ୍ୱାଭାବିକ। ତେଣୁ ସୁନିଲ ବଂଶଲଙ୍କ ଗସ୍ତ ଉପରେ ସ୍ୱାଭାବିକ ଭାବେ ରହିଛି ସମସ୍ତଙ୍କ ନଜର ।
Published by:Soubhagya Mishra
First published: