BJYMର ପ୍ରଶ୍ନ: MLAମାନେ ଏୟାରପୋର୍ଟରେ ମଦ ପିଇ କାଣ୍ଡ କରିବା CMଙ୍କ ଜୀବନବ୍ୟାପୀ ସାଧନା କି?

ବିଧାୟକମାନେ ମଦ୍ୟପାନ କରି ଯେଉଁ କାଣ୍ଡ ଭିଆଇଲେ ତାହା ମୁଖ୍ୟମନ୍ତ୍ରୀଙ୍କ ଜୀବନ ବ୍ୟାପୀ ସାଧାନ କି? ବେସରକାରୀ ସଂସ୍ଥା ଦ୍ୱାରା ମିଳିଥିବା ଜାତୀୟ ପ୍ରତୀକ ଥିବା ପୁରସ୍କାର ସିଏମ କିପରି ଗ୍ରହଣ କଲେ: ବିଜେପି ଯୁବ ମୋର୍ଚ୍ଚାର ପ୍ରଶ୍ନ

ଇରାଶିଷ ଆଚାର୍ଯ୍ୟ (ପ୍ରତୀକାତ୍ମକ ଛବି)

ଇରାଶିଷ ଆଚାର୍ଯ୍ୟ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ କଲା ବିଜେପି ଯୁବ ମୋର୍ଚ୍ଚା। ବିମାନବନ୍ଦରରେ ମଦ୍ୟପାନ କରି ବିଧାୟକମାନେ ଯେଉଁ କାଣ୍ଡ ଭିଆଇଲେ ତାହା ମୁଖ୍ୟମନ୍ତ୍ରୀଙ୍କ ଜୀବନବ୍ୟାପୀ ସାଧନ କି ବୋଲି ପ୍ରଶ୍ନ କରିଛନ୍ତି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ।

ଦିଲ୍ଲୀ ବିମାନବନ୍ଦରରେ ମଦ୍ୟପାନ କରି ତୁମୁଳ କାଣ୍ଡ କରିଥିବା ବିଧାୟକ ବ୍ୟମୋକେଶ ରାୟ ଓ ପ୍ରଣବ ବଳବନ୍ତରାୟଙ୍କ ନାଁ ନେଇ ଟାର୍ଗେଟ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା। ତିନି ଦିନ ତଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପୁରସ୍କାର ପାଇଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବହୁ ଯୁବ ନେତା ଯାଇଥିଲେ। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ୪ ତାରିଖରେ ଦିଲ୍ଲୀ ବିମାନ ବନ୍ଦରରେ ବିଧାୟକ ଓ ଯୁବ ନେତା ମାନେ ମଦ ପିଇ ମାତାଲ ହୋଇ ଯେଉଁ କାଣ୍ଡ ଭିଆଇଲେ ତାହା କଣ ନବୀନ ବାବୁଙ୍କ ଜୀବନବ୍ୟାପୀ ସାଧନା କି? ମଦ୍ୟପାନ କରି ପାଇଲଟ ସହ ଯୁକ୍ତି ତର୍କ କରିଥିଲେ ଫଳରେ ସେମାନଙ୍କୁ ଇଣ୍ଡିଗୋ ଫ୍ଲାଇଟ A320 ରେ ଅଣା ଯାଇନଥିଲା, ସେମାନଙ୍କ ଲଗେଜ ଆସିଥିଲେ ବି ସେମାନେ ସେହି ଫ୍ଲାଇଟରେ ଆସିପାରିନଥିଲେ। ଏହି ଘଟଣାରେ ରାଷ୍ଟ୍ରୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି। ରାଜ୍ୟରେ ନିଶା କାରବାର ବଢୁଥିବା ଖବର ବିଜେଡ଼ି ନେତାଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।

ଆହୁରି ମଧ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି କହିଛନ୍ତି ଜାତୀୟ ପ୍ରତୀକକୁ କୌଣସି ବେସରକାରୀ ସଂସ୍ଥା ଦ୍ୱାରା ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ନିୟମ ରହିଛି। ମାତ୍ର ମୁଖ୍ୟମନ୍ତ୍ରୀ ପାଇଥିବା ପୁରସ୍କାରରେ ଜାତୀୟ ପ୍ରତୀକ ରହିଛି ତାହା ପରେ ବି କେମିତି ମୁଖ୍ୟମନ୍ତ୍ରୀ ସେ ପୁରସ୍କାର ଗ୍ରହଣ କଲେ?

ପୁରସ୍କାରର ସେଲିବ୍ରେସନ ଆୟୋଜନ ପାଇଁ ଭୁବନେଶ୍ୱର ଯେଉଁ ଭିଡ଼ ହେଲା ଲୋକେ ଅସୁବିଧାର ସମ୍ମୁଖୀନ ହେଲେ ଓ ଲୋକେ ହସ୍ପିଟାଲ ଯାଇ ପାରିଲେନି ସେଥିପାଇଁ ଦାୟୀ କିଏ? ବିଜୁ ଜନତା ଦଳ କଣ ଆଇନରୁ ଉର୍ଦ୍ଧ୍ଵରେ। ପୋଲିସ କାହିଁକି ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନେଇନାହିଁ ବୋଲି ପ୍ରଶ୍ନ ପଚାରିଲା ବିଜେପି ଯୁବ ମୋର୍ଚ୍ଚା। ଖବର ଲେଖା ହେବା ପର୍ଯ୍ୟନ୍ତ ବିଜେଡ଼ି ପକ୍ଷରୁ କୌଣସି ପ୍ରତିକ୍ରିୟା  ଆସିନାହିଁ।
Published by:Soumya Das
First published: