ରାଜ୍ୟ ସରକାରଙ୍କ ମହିଳା ଓ ଜନ ବିରୋଧୀ କାର୍ଯ୍ୟକଳାପ ବିରୋଧରେ ଗାଁକୁ ଗାଁ ବୁଲିବ ବିଜେପି

ରାଜ୍ୟ ସରକାରଙ୍କ ମହିଳା ଓ ଜନ ବିରୋଧୀ କାର୍ଯ୍ୟକଳାପ ବିରୋଧରେ ଗାଁ ଗାଁକୁ ଯାଇ ଅବଗତ କରାନ୍ତୁ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା; ସମୀର ମହାନ୍ତି

ରାଜ୍ୟ ସରକାରଙ୍କ ମହିଳା ଓ ଜନ ବିରୋଧୀ କାର୍ଯ୍ୟକଳାପ ବିରୋଧରେ ଗାଁକୁ ଗାଁ ବୁଲିବ ବିଜେପି

ରାଜ୍ୟ ସରକାରଙ୍କ ମହିଳା ଓ ଜନ ବିରୋଧୀ କାର୍ଯ୍ୟକଳାପ ବିରୋଧରେ ଗାଁକୁ ଗାଁ ବୁଲିବ ବିଜେପି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟରେ କ୍ରମାଗତ ବୃଦ୍ଧି ପାଇଚାଲିଥିବା ମହିଳା ସମସ୍ୟା ( Womens Problem ) ପ୍ରସଙ୍ଗରେ ମହିଳା ମୋର୍ଚ୍ଚା ପଦାଧିକାରୀଙ୍କ ସହ ରାଜ୍ୟ ସଭାପତିଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ( Important meeting )  ହୋଇଛି । ମହିଳା ସଶକ୍ତୀକରଣକୁ ନେଇ କେନ୍ଦ୍ରରେ ମୋଦି ସରକାର ( Modi Government )  ପ୍ରତିଶୃତିବଦ୍ଧ । ଦେଶର ମାଆ ଓ ଭଉଣୀମାନଙ୍କୁ ଆର୍ଥିକ ସ୍ୱାବଲମ୍ୱୀ କରିବା ସହିତ ରାଷ୍ଟ୍ର ନିର୍ମାଣରେ ତାଙ୍କ ଅବଦାନ ସୁନିଶ୍ଚିତ ହୋଇପାରିଲେ ଯାଇ ବାସ୍ତବରେ ସଶକ୍ତୀକରଣ ସମ୍ଭବ ହୋଇପାରିବ । ଏଥିପାଇଁ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ରାଷ୍ଟ୍ରୀୟ ଗ୍ରାମୀଣ ଆଜିବୀକା ମିଶନ ଜରିଆରେ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।



ରାଜ୍ୟ ସରକାର ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି, ଶିଷ୍ଟାଚାରକୁ ଭୁଲି ଯାଇ ଯୋଜନାକୁ ‘ମିଶନ ଶକ୍ତି’ ( Mission Shakti ) ନାମରେ ବ୍ରାଣ୍ଡିଂ କରି ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି । କପି ପେଷ୍ଟର ବିଜେଡି ସରକାର ( BJD Government )  କେବଳ ଭୋଟ ବ୍ୟାଙ୍କ ପଲିଟିକ୍ସ କରୁଛି । ପ୍ରକୃତ ପକ୍ଷେ କୌଣସି ଯୋଜନାବଦ୍ଧ ଉଦ୍ୟମ ନାହିଁ । ସେହିପରି ମୋଦି ସରକାରଙ୍କ ସମସ୍ତ ଜନହିତକର ଯୋଜନା ଗୁଡିକୁ ନିଜ ନାମରେ ବ୍ରାଣ୍ଡିଂ କରିବା ସହିତ ପ୍ରକୃତ ହିତାଧିକାରୀଙ୍କୁ ଏହାର ସୁଫଳରୁ ବଞ୍ଚିତ କରି ଶାସକ ବିଜେଡିର କର୍ମୀମାନଙ୍କୁ ଲାଭାନ୍ୱିତ କରାଯାଉଛି, ଯାହାକି ଅତ୍ୟନ୍ତ ଉଦ୍‌ବେଗଜନକ ଏବଂ ଜନବିରୋଧୀ ଅଟେ ବୋଲି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଚାଉଳଠାରୁ ଆରମ୍ଭ କରି ବାସଗୃହ, ପାଇଖାନା, ପାନୀୟ ଜଳ ଭଳି ଅନେକ କେନ୍ଦ୍ରୀୟ ଯୋଜନାକୁ ହଡପ୍ କରି ନିଜ ନାମରେ ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ରାଜ୍ୟର ମାଆ ଓ ଭଉଣୀଙ୍କୁ ସଶକ୍ତୀକରଣ କରିବା ବଦଳରେ ଶୋଷଣ କରାଯିବା ଅତ୍ୟନ୍ତ ଲଜ୍ଜାଜନକ । ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ରାଜ୍ୟ ସରକାରଙ୍କ ମହିଳା ଓ ଜନ ବିରୋଧୀ କାର୍ଯ୍ୟକଳାପ ବିରୋଧରେ ରାଜ୍ୟର ଗାଁ ଗାଁକୁ ଯାଇ ଅବଗତ କରିବେ ବୋଲି ସମୀର ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଅନୀତା ପଟ୍ଟନାୟକ, ସାଧାରଣ ସଂପାଦକ ଗୋଲକ ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ମହିଳାମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଷ୍ଟ୍ରୀୟ ମହିଳାମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଜାତା ପାଢୀ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାନେତ୍ରୀ ଅର୍ପିତା ଅପରାଜିତା ବଡଜେନା, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଗଣମାଧ୍ୟମ ମୁଖ୍ୟ ସୁଚରିତା ଜେନାମଣ. ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜିକା ଶତରୂପା ମିଶ୍ରଙ୍କ ସମେତ ରାଜ୍ୟ ବିଜେପିର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।

https://odia.news18.com/news/sport/two-hockey-special-trains-will-run-for-the-hockey-world-cup-tv-11012023-ssd-dsb-147513.html
Published by:Soubhagya Mishra
First published: