ପଦ୍ମପୁରରେ ଫୁଟିବ ପଦ୍ମ; ପ୍ରଶାସନିକ ଅଧିକାରୀଙ୍କ ଅହଙ୍କାର ନଷ୍ଟ ହେବ: ବିଧାୟକ ପ୍ରଦୀପ ପାଣିଗ୍ରାହୀ

ପଦ୍ମପୁରରେ ଫୁଲ ଫୁଟିବ । ନବୀନ ପଟ୍ଟନାୟକଙ୍କ ପ୍ରଶାସନିକ ଅଧିକାରୀଙ୍କ ଅହଂକାର ନଷ୍ଟ ହେବ । ଗୋପାଳପୁର ନିର୍ବାଚନମଣ୍ଡଳୀର ଆଲିପୁରରେ ଜନସମ୍ପର୍କ ପଦଯାତ୍ରା ସମୟରେ ଏଭଳି କହିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ପଦ୍ମପୁରରେ ଫୁଟିବ ପଦ୍ମ; ପ୍ରଶାସନିକ ଅଧିକାରୀଙ୍କ ଅହଙ୍କାର ନଷ୍ଟ ହେବ: ବିଧାୟକ ପ୍ରଦୀପ ପାଣିଗ୍ରାହୀ

ପଦ୍ମପୁରରେ ଫୁଟିବ ପଦ୍ମ; ପ୍ରଶାସନିକ ଅଧିକାରୀଙ୍କ ଅହଙ୍କାର ନଷ୍ଟ ହେବ: ବିଧାୟକ ପ୍ରଦୀପ ପାଣିଗ୍ରାହୀ

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଚାଲିଛି ଜନସମ୍ପର୍କ ପଦଯାତ୍ରା । ଆଜି ରଙ୍ଗେଇଲୁଣ୍ଡା ବ୍ଳକର ନାରାୟଣପୁର ପଞ୍ଚାୟତର ଆଲିପୁର ଗାଁରେ ଅନୁଷ୍ଠିତ ହୋଇଥିଲା ଏହି ଜନସମ୍ପର୍କ ପଦଯାତ୍ରା । ପଦଯାତ୍ରା ଅବସରରେ ଆଲିପୁର ଗାଁକୁ ବୁଲବା ସହିତ ଲୋକମାନଙ୍କ ସୁଖଦୁଃଖ ପଚାରି ବୁଝିଥିଲେ । ଗାଁରେ ଲାଗି ରହିଥିବା କିଛି ସମସ୍ୟାକୁ ନେଇ ମଧ୍ୟ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ସ୍ଥାନୀୟ ବାସିନ୍ଦାମାନେ ବିଧାୟକଙ୍କୁ ଜଣାଇଥିଲେ । ତୁରନ୍ତ ଆଲିପୁରରେ ରହିଥିବା ସମସ୍ୟାର ସମାଧାନ କରିବା ନିମନ୍ତେ ମଧ୍ୟ ପ୍ରତିଶୃତି ଦେଇଥିଲେ ବିଧାୟକ ଡ଼ା. ପ୍ରଦୀପ କୁମାର ପାଣିଗ୍ରାହୀ ।



"ଆଉ କିଛି ଦିନ ପରେ ପଦ୍ମପୁରରେ ନିର୍ବାଚନ ହେବ । ତେଣୁ ଏହି ନିର୍ବାଚନରେ ପଦ୍ମପୁର ବାସିନ୍ଦା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବା ଉଚିତ । କାରଣ ପଦ୍ମପୁରରେ ବିଜେଡ଼ି ଶାସନକୁ ସଚେତନତା କରାଇବା ପାଇଁ, ନବୀନ ପଟ୍ଟନାୟକଙ୍କ ପ୍ରଶାସନର ଅହଂକାର ପାଇଁ ପଦ୍ମପୁର ବାସିନ୍ଦା ଫୁଲକୁ ଭୋଟ ଦେବାର ଆବଶ୍ୟକତା ରହିଛି । ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଗଲାଣି । ନବୀନ ବାବୁ ଓ ତାଙ୍କ ପରିବାରକୁ ୩୧ ବର୍ଷର ଶାସନ କରିବା ନିମନ୍ତେ ଜନସାଧାରଣ ସମୟ ଦେଇଛନ୍ତି । ଯେଉଁ ମୁଖ୍ୟମନ୍ତ୍ରୀ ଜନସାଧାରଣ ଓ ବିଧାୟକଙ୍କ କଥା ଶୁଣିବେ ନାହିଁ । ପ୍ରଶାସନିକ ଅଧିକାରୀଙ୍କ କଥାରେ ସମସ୍ତ ପ୍ରକାରର ନିଷ୍ପତ୍ତି ନେବେ ତେବେ ଗଣତନ୍ତ୍ର କେଉଁଠି ରକ୍ଷା ହେଲା ବୋଲି ପ୍ରଶ୍ନ କରିଛନ୍ତି," ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।" ଆଜି ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଲୋକେ ଗୁହାରି କରିବା ସମୟରେ ସେମାନେ ସନ୍ଦେହରେ ରହୁଛନ୍ତି । ନିରପକ୍ଷ ତଦନ୍ତ ହେବ କି ନାହିଁ । ତାଙ୍କର ସମସ୍ୟାର ସମାଧାନ ହେବ ନା ସେଭଳି ଫାଇଲରେ ହିଁ ରହିଯିବ । ଯଦି ଜିଲ୍ଲା ଅଫିସ ଗୁଡ଼ିକ ନିରପେକ୍ଷ ରହିଥାନ୍ତା ତେବେ ଲୋକେ ପରିବର୍ତ୍ତନ ଚାହୁଁନଥାନ୍ତେ ।

୨୦୧୯ ନିର୍ବାଚନରେ ମୋତେ ହରାଇବା ପାଇଁ ଚେଷ୍ଟା କରିଥିଲେ । ଅଫିସିଆଲ ଏଜେନ୍ସି ଓ ପଲିଟିକାଲ ଲୋକଙ୍କୁ ଲଗାଇ ହରାଇବାକୁ ଚେଷ୍ଟା କରିଥିଲେ । ପ୍ରଦୀପ ପାଣିଗ୍ରାହୀର ଲେଖାଟା ଛିଡ଼େଇଦେବେ ବୋଲି ଭାବିଥିଲେ । କିନ୍ତୁ ପ୍ରଦୀପ ପାଣିଗ୍ରାହୀ ଏତେ ଦୁର୍ବଳ ନାହିଁ । ମୁଁ ବର୍ତ୍ତମାନ ସ୍ବାଧିନ ଅଛି । କିନ୍ତୁ ନବୀନ ପଟ୍ଟନାୟକଙ୍କ ପ୍ରତି ଆଜି ପର୍ଯ୍ୟନ୍ତ କୌଣସି ଖରାପ ମନୋଭାବ ନାହିଁ ବୋଲି କହିଛନ୍ତି," ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।
Published by:Soubhagya Mishra
First published: