ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆସନ୍ତା ୨୩ ତାରିଖରେ ଆୟୋଜିତ ହେବ BJPର ୨ ଦିନିଆ କାର୍ଯ୍ୟକାରିଣୀ ବୈଠକ

ଆସନ୍ତା ୨୩ ତାରିଖରେ ଆୟୋଜିତ ହେବ BJPର ୨ ଦିନିଆ କାର୍ଯ୍ୟକାରିଣୀ ବୈଠକ

କାର୍ଯ୍ୟକାରିଣୀରେ ଯୋଗ ଦେବେ ବିଜେପି ରାଜ୍ୟ ପ୍ରଭାରୀ ଡ଼ଃ ପୁରନ୍ଦେଶ୍ୱରୀ ଓ ସହ ପ୍ରଭାରୀ ବିଜୟ ପାଲସିଂ ତୋମାର। ଉଭୟ ଆସନ୍ତା ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ଭୁବନେଶ୍ବରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତା ୨୩ ତାରିଖରେ ଆୟୋଜିତ ହେବ BJPର ୨ ଦିନିଆ କାର୍ଯ୍ୟକାରିଣୀ ବୈଠକ
ଆସନ୍ତା ୨୩ ତାରିଖରେ ଆୟୋଜିତ ହେବ BJPର ୨ ଦିନିଆ କାର୍ଯ୍ୟକାରିଣୀ ବୈଠକ
  • News18 Odia
  • Last Updated: November 21, 2021, 5:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବଳ ଜୁଟାଉଛି ବିଜେପି। ଖାସ୍‌ କରି ବିଜୁ ଜନତା ଦଳକୁ କିଭଳି ଆସନ୍ତା ଦୁଇଟି ନିର୍ବାଚନରେ ଚେକ୍ ଦେଇ ହେବ, ସେ ନେଇ ପ୍ରସ୍ତୁତି ଆରମ୍ଭ କରୁଛି ଦଳ । ବିଶେଷ କରି ଆସନ୍ତା ୨୩ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏହା ଉପରେ ଫୋକ୍‌ସ ରଖିବାକୁ ଦଳ ଯୋଜନା କରିଛି । ବିଜେପିର ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଗୋଲକ ମହାପାତ୍ର କହିଛନ୍ତି, ‘‘ଆସନ୍ତା ୨୩ ତାରିଖରୁ ରାଜ୍ୟ ବିଜେପିର ଏହି ଦୁଇ ଦିନିଆ କାର୍ଯ୍ୟକାରିଣୀ । କାର୍ଯ୍ୟକାରିଣୀରେ ଯୋଗ ଦେବେ ବିଜେପି ରାଜ୍ୟ ପ୍ରଭାରୀ ଡ଼ଃ ପୁରନ୍ଦେଶ୍ୱରୀ ଓ ସହ ପ୍ରଭାରୀ ବିଜୟ ପାଲସିଂ ତୋମାର। ଉଭୟ ଆସନ୍ତା ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ଭୁବନେଶ୍ବରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ସହିତ ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟର ୩ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଓ ବିଶ୍ବେଶ୍ଵର ଟୁଡୁ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସ୍ଥିତିରେ ରାଜ୍ୟରେ ରାଜନୈତିକ ପରିସ୍ଥିତିକୁ ନେଇ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବ। ଏହା ସହ କେନ୍ଦ୍ରର ଜନମଙ୍ଗଳକାରୀ ଯୋଜନା ଓ ଏହାର ସଫଳ ରୂପାୟନ ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ମୁଖ୍ୟତଃ ରାଜ୍ୟରେ ହେବାକୁ ଯାଉଥିବା ପୌର ଓ ପଞ୍ଚାୟତ ନିର୍ବାଚନ ଉପରେ ରହିବ ଫୋକସ୍।’’

ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି ଯେ ରାଜ୍ୟର ମିଶନ ୧୨୦ ପ୍ଲସ୍ ଉପରେ ଫୋକସ୍ ଥିବାରୁ ତା' ପୂର୍ବରୁ ଏହି ସାଙ୍ଗଠନିକ ବୈଠକ ଅନେକ ଗୁରୁତ୍ବ ରଖୁଛି। ନିର୍ବାଚନ ଖସଡ଼ା ଓ ରାଜ୍ୟରେ କ୍ଷମତାସୀନ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ୍ । ମୁଖ୍ୟତଃ ଏହା ଏକ ସାଙ୍ଗଠନିକ ସ୍ଥିତି ବ୍ଲିଶେଷଣ କରିବାକୁ ଏଭଳି ବୈଠକ ଜରିଆରେ ଉଦ୍ୟମ କରାଯାଇଥାଏ। ଏଥର ହେବାକୁ ଥିବା ଏହି ଦୁଇ ଦିନିଆ ବୈଠକର ପ୍ରଥମ ଦିନରେ ବିଭିନ୍ନ ବର୍ଗର ପଦାଧିକାରୀଙ୍କ ସହ ଆଲୋଚନା ଦିନ ତମାମ ରହିବ। ଦ୍ଵିତୀୟ ଦିନରେ ହେବ ବିସ୍ତୃତ ଆଲୋଚନା।

ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବଳ ଜୁଟାଉଛି ବିଜେପି


ସେହିପରି ଦଳ ପକ୍ଷରୁ କୁହାଯାଇଛି ଯେ ନିୟମିତ ବ୍ୟବଧାନରେ ବିଜେପି ଭଳି ଏକ ଶୃଙ୍ଖଳିତ ଦଳରେ ରାଜ୍ୟ କାର୍ଯ୍ୟକାରିଣୀର ଆୟୋଜନ ହୋଇଥାଏ । ଏହାର ଲକ୍ଷ୍ୟ ହେଲା ତୃଣମୂଳସ୍ତରରୁ ସର୍ବୋଚ୍ଚ ସ୍ତରରେ ଥିବା କର୍ମୀ ଓ ନେତାଙ୍କ ଭିତରେ ମତ ବିନିମୟ କରିବା, ଦଳର ସାଙ୍ଗଠନିକ ସ୍ଥିତିକୁ ସଜାଡ଼ିବାକୁ ଉଦ୍ୟମ କରିବା, କେନ୍ଦ୍ର ସରକାର ବିଭିନ୍ନ ସମୟରେ ପ୍ରସ୍ତୁତ କରୁଥିବା ନୀତି ଓ ଯୋଜନାର ସଫଳ ରୂପାୟନ ନେଇ ଚର୍ଚ୍ଚା କରିବା ତଥା ଦଳର ନୀତି ଓ ଆଦର୍ଶକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହା ସହିତ ଦଳୀୟ ପଦାଧିକାରୀ ଓ ନେତାଙ୍କ ଭିତରେ ମତ ବିନିମୟ କରିବାର ଏକ ମାହୋଲ ସୃଷ୍ଟି କରିବା ମଧ୍ୟ ଏଭଳି କାର୍ଯ୍ୟକ୍ରମର ଲକ୍ଷ୍ୟ । ସେହିଭଳି ରାଜ୍ୟରେ କ୍ଷମତାସୀନ ସରକାରଙ୍କ ଦୋଷ ଦୁର୍ବଳତାକୁ ବାଛିବା ଓ ସାଧାରଣ ଭୋଟରଙ୍କୁ ସେ ବାବଦରେ ଅବଗତ କରାଇବା ପାଇଁ ଉଦ୍ୟମ କରିବା ଏହାର ଲକ୍ଷ୍ୟ ।

ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, ‘‘ପ୍ରତିଟି ରାଜନୌତିକ ଦଳ ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ଅନେକ ଗୁରୁତ୍ୱ ବହନ କରେ । ବିଶେଷ କରି ବିଜେପି ଭଳି ଏକ ରାଷ୍ଟ୍ରୀୟ ଦଳରେ ଏଭଳି କାର୍ଯ୍ୟକ୍ରମ ଅନୁଶାସନରେ ପରିଣତ ହୋଇଛି । ପ୍ରତି ୩ ମାସରେ ଥରେ ଦଳୀୟ ସଙ୍ଗଠନକୁ ଅନୁଶୀଳନ କରିବା ଓ ଆଗକୁ ବଢ଼ିବା ପାଇଁ ନୀତି ଆଦର୍ଶ ତିଆରି କରିବା ଏହାର ଲକ୍ଷ୍ୟ । ସେ ଦୃଷ୍ଟିରୁ ଏଭଳି କାର୍ଯ୍ୟକାରିଣୀର ଗୁରୁତ୍ୱ ଅଧିକ । ତେବେ ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ରାଜ୍ୟ କାର୍ଯ୍ୟକାରିଣୀ ଯଥେଷ୍ଟ ଗୁରୁତ୍ୱ ବହନ କରିଥାଏ।’’
Published by: Lipina Das
First published: November 21, 2021, 5:01 PM IST