ରାଜ୍ୟରେ PM ଆବାସ ଯୋଜନାରେ ଭୀଷଣ ‘‘ଦୁର୍ନୀତି’’ ହୋଇଥିବା ଅଭିଯୋଗ ଆଣିଲା ବିଜେପି

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର କରାଇଦେବାକୁ କହି ସରପଞ୍ଚମାନେ ଲୋକଙ୍କ ଠାରୁ ୧୫,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କା ଲେଖାଏଁ ଲାଞ୍ଚ ମାଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ଦୁର୍ନୀତି ହେଉଥିଲେ ପ୍ରମାଣ ଦିଅନ୍ତୁ ବୋଲି ବିଜେଡି କହିଛି ।

ରାଜ୍ୟରେ PM ଆବାସ ଯୋଜନାରେ ଭୀଷଣ ‘‘ଦୁର୍ନୀତି’’ ହୋଇଥିବା ଅଭିଯୋଗ ଆଣିଲା ବିଜେପି
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: August 12, 2020, 9:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ରାଜ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା କଥିତ ଦୁର୍ନୀତିକୁ ନେଇ ବିରୋଧୀ ଦଳ ବିଜେପି ସରକାରଙ୍କ ଉପରେ ମାଳମାଳ ଅଭିଯୋଗ ଆଣିଛି । ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ହିତାଧିକାରୀଙ୍କ ଠାରୁ ଲାଞ୍ଚ ମଗାଯାଉଛି ବୋଲି ଅଭିଯୋଗ କରିଛନ୍ତି ସେଠାରୁ ବିଜେପି ବିଧାୟକ ପ୍ରାର୍ଥୀ ଥିବା ପୃଥ୍ୱୀରାଜ ହରିଚନ୍ଦନ ।

"ରାଜ୍ୟ ସାରା ଦୁର୍ନୀତି ହେଉଛି । ସରକାର ଗୋଟିଏ ବି ପଦକ୍ଷେପ ନେବାକୁ ପ୍ରସ୍ତୁତ ନୁହଁନ୍ତି । ଚିଲିକା ବ୍ଲକ ରେ PMAY ଦରଖାସ୍ତ ଗୁଡ଼ିକ ଫୋପଡ଼ା ଯାଇଥିଲା । ଏନେଇ କିଛି ବି ତଦନ୍ତ ହେଲାନି । ଫେବୃଆରୀ ମାସରେ ନୂଆ ଦରଖାସ୍ତ ଆହ୍ଵାନ କେବଳ ଭେଳିକି ଥିଲା । ଦ୍ଵିତୀୟ ଘଟଣା ହେଲା ବାଣପୁର ବ୍ଲକ ସାହାସପୂର୍ ପଞ୍ଚାୟତର ସରପଞ୍ଚ, ଅହଲ୍ୟା ଦାସଙ୍କ ଠାରୁ ୧୫ ହଜାର ଟଙ୍କା ନେଇଥିଲେ । ସେ ଅଭିଯୋଗ ବି ନଜରକୁ ଆଣିଥିଲୁ । ଏବେ ଅଭିଯୋଗ ଆସିଛି ବାଣପୁର ବ୍ଲକ ର ରତନପୁର ଗାଁ ତୁମୁରପୁ ଟ ପଞ୍ଚାୟତରୁ। ସୁରେଶ ଚନ୍ଦ୍ର ବେହେରା ୨୦ ହଜାର ଟଙ୍କାର ପ୍ରଥମ କିସ୍ତି ୧୧ ହଜାର ଟଙ୍କା ଜବରଦସ୍ତ ସରପଞ୍ଚଙ୍କ ଭାଇ ନେଇଗଲେ। ଘର କରିପାରିଲେ ନାହିଁ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲଗାଇ ଘର ହୋଇ ନଥିବାରୁ ୨୦ ହଜାର ଟଙ୍କା ଫେରାଇବାକୁ କହିଲେ । ଏଭଳି ଭାବେ ବିଜେଡ଼ି ସରପଞ୍ଚ ମାନେ ସମଗ୍ର ୩୧୪ ବ୍ଲକରେ ସାଧାରଣ ଲୋକଙ୍କ ଅର୍ଥକୁ ହରିଲୁଟ କରୁଛନ୍ତି। ଏ ନେଇ ମୁଖ୍ୟ ମନ୍ତ୍ରୀଙ୍କୁ ଲେଖିଛୁ । ସାତ ଦିନ ଭିତରେ ମୁଖ୍ୟ ମନ୍ତ୍ରୀ ଏ ବାବଦରେ ପଦକ୍ଷେପ ନ ନେଲେ ଆମେ ଲୋକାୟୁକ୍ତ ଓ ହାଇ କୋର୍ଟଙ୍କ ଦ୍ବାରସ୍ଥ ହେବୁ,’’ କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ।

ଏହା ବି ପଢ଼ନ୍ତୁ | Odisha Plus 2 Science Result: ପ୍ରକାଶ ପାଇଲା ଫଳ; ପାସ୍ ହାର ୭୦.୨୧%; ଛାତ୍ରମାନେ ଆଗୁଆ

ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀଙ୍କ Reliance Foundation ଭାରତୀୟ ମହିଳାଙ୍କ ସଶକ୍ତିକରଣ ପାଇଁ ଆମେରିକୀୟ ଏଜେନ୍ସି ସହ କାମ କରିବ

ବିଜେପି ଅଭିଯୋଗ ର ଜବାବ ରଖିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ପ୍ରଶାନ୍ତ ଜଗଦେବ କହିଛନ୍ତି "କରୋନାକୁ କିଭଳି ମୁକାବିଲା କରିବା ତା ସହିତ ଜୀବିକା କୁ ପ୍ରାଧାନ୍ୟ ଦେବା ଆମ ପାଇଁଗୁରୁତ୍ୱପୂର୍ଣ୍ଣ । ଏ ଯେଉଁ ଅଭିଯୋଗ ହୋଇଛି ତାର ସତ୍ୟତା ନାହିଁ । ସରକାରଙ୍କ କୋଭିଡ଼ ପରିଚାଳନା ଯେଉଁ ଭଳି ହେଉଛି ମୁଖ୍ୟମନ୍ତ୍ରୀଙ୍କୁ ପରିଚାଳନା ପାଇଁ ଯେଉଁ ଭଳି ସମ୍ମାନ ମିଳୁଛି ତା ଉପରୁ ନଜର ହଟାଇବା ପାଇଁ ଏଭଳି ଷଡ଼ଯନ୍ତ୍ର । ୨୦୧୯ -୨୦ ଆର୍ଥିକ ବର୍ଷ ରେ ଯେଉଁ ପକ୍କା ଘର ଦେବାର ଥିଲା କରୋନା ପାଇଁ ତାହା ଏ ପର୍ଯ୍ୟନ୍ତ ଦିଆଯାଇପାରି ନାହିଁ । ଏ ସବୁ ମିଛ ଅଭିଯୋଗ। ପ୍ରଧାନମନ୍ତ୍ରୀ ଆୱସ ଘର ଏବଂ ବିଜୁ ପକ୍କା ଘର ଆଗରୁ ଚାଲିଛି ଲୋକ ପାଉଛନ୍ତି। ବାଣପୁର ବ୍ଲକରେ ଥୀବା ସବୁ କଚ୍ଚା ଘରକୁ ପକ୍କା ଘର କରିବା ମୋର ସଙ୍କଳ୍ପ ଥିଲା।ଘର ଦେବା ନେଇ ବିଭିନ୍ନ ତଦନ୍ତ ହୋଇଥିଲା । ତଦନ୍ତ ସମୟରେ ବାଦ ପଡ଼ିଥିଲେ ଯୋଗ୍ୟ ଲୋକ। ସେମାନଙ୍କୁ ବି ପକ୍କା ଘର ମିଳିବ। କିଛି ଦୁର୍ନୀତି ହୋଇ ନାହିଁ । ଯିଏ କହୁଛି ଦୁର୍ନୀତି ହୋଇଛି ବୋଲି ତା ପାଖରେ କିଛି ପ୍ରମାଣି ନାହିଁ। ସେମାନେ ମିଛରେ କହୁଛନ୍ତି''।



ସୂଚନା ଅନୁସାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ କରିବା କିଛି ନୂଆ କଥା ନୁହେଁ। କେତେବେଳେ ପ୍ରଧାନମନ୍ତ୍ରା ଆବାସ ଯୋଜନାରେ ବିଜୁ ପକ୍କାଘର ଲୋଗ କୁ ନେଇ ତ ଆଉ କେତେ ବେଳେ ଦଳିୟ କର୍ମାଙ୍କ ଆଧାରରେ ବଣ୍ଟାଯାଉଥିବା ଅଭିଯୋଗ ହେଉଛି।
Published by: Jagdish Barik
First published: August 12, 2020, 8:20 PM IST
corona virus btn
corona virus btn
Loading