ନଡ୍ଡା-ମନମୋହନ ଭେଟଘାଟ; ରାଜ୍ୟ ବିଜେପିରେ ହେବ ବଡ଼ ପରିବର୍ତ୍ତନ!

୨୦୨୪ରେ ମିଶନ ୧୨୦ ପାଇଁ ଶୀଘ୍ର ହୋଇପାରେ ଆକ୍ସନ ପ୍ଲାନ। ଦିଲ୍ଲୀରୁ ଫେରି ନୂଆ ଟିମ୍ ଗଢିବେ ମନମୋହନ ସାମଲ ।

ନଡ୍ଡା-ମନମୋହନ ଭେଟଘାଟ;

ନଡ୍ଡା-ମନମୋହନ ଭେଟଘାଟ;

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ବିଜେପିର ହୋଇପାରେ ପୁନଃଗଠନ। ନୂଆ ଟିମ୍ ଗଠନ କରିପାରନ୍ତି ରାଜ୍ୟ ବିଜେପି କ୍ୟାପଟେନ ମନମୋହନ ସାମଲ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟିବା ପରେ ରାଜ୍ୟ ପଦ୍ମ କ୍ୟାମ୍ପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା। ୨୦୨୪ରେ ମିଶନ ୧୨୦ ପାଇଁ ଶୀଘ୍ର ହୋଇପାରେ ଆକ୍ସନ ପ୍ଲାନ। କେଉଁ କେଉଁ ପ୍ରସଙ୍ଗକୁ ଅସ୍ତ୍ର କରି ବିଜେପି, ରାଜ୍ୟ ସରକାର ବିରୋଧ ଲଢିବ ସେନେଇ ମଧ୍ୟ ନଡ୍ଡା-ମନମୋହନ ଆଲୋଚନା ହୋଇଥିବା ଶୁଣିବାକୁ ମିଳୁଛି।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟିବା ପରେ ରାଜ୍ୟ ପଦ୍ମ କ୍ୟାମ୍ପରେ ଏହାକୁ ନେଇ ଚର୍ଚ୍ଚା ଜୋରଦାର। ଦିଲ୍ଲୀରେ ନଡ୍ଡାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ନେଇ ଟୁଇଟ କରି ସୂଚନା ଦେଇଛନ୍ତି ମନମୋହନ। ବିଶେଷ କରି ଦଳୀୟ ସଂଗଠନ ନେଇ ବିଷଦ ଭାବେ ଆଲୋଚନା ହୋଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଆଗକୁ ସାଧାରଣ ନିର୍ବାଚନ। ତେଣୁ ରାଜ୍ୟ ବିଜେପିର ସାଙ୍ଗଠନିକ ସ୍ଥିତି ନେଇ ନଡ୍ଡା ସହ ମନମୋହନ କରିଛନ୍ତି ସିଧାସଳଖ ୱାନ-ଟୁ-ୱାନ। ସେପଟେ ପଞ୍ଚାୟତ, ବ୍ଲକ, ଜିଲା ଏବଂ ରାଜ୍ୟସ୍ତରୀୟ ନୂଆ ଟିମ ପାଇଁ ନଡ୍ଡା ମଧ୍ୟ ଗ୍ରୀନ ସିଗନାଲ ଦେଇଥିବା ଜଣାପଡିଛି। ବିଶେଷ କରି ପଶ୍ଚିମ, ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ଦଳର ସଙ୍ଗଠନ ମଜବୁତ ପାଇଁ ଜୋର ଦେଇଛନ୍ତି ନଡ୍ଡା। ଏହାକୁ ନେଇ ବିଜେପି ରଣନୀତି ଆରମ୍ଭ କରିଦେଇଥିବା ଦଳୀୟ ନେତା କହିଛନ୍ତି।

ଏହି ଲୋକଙ୍କୁ ମିଳିବ ପକ୍କା ଘର; ସରକାର ଜାରି କଲେ ନୂଆ ଲିଷ୍ଟ

ନିର୍ବାଚନ ପାଇଁ ପାଗ ଭିଡିସାରିଛି ବିଜେପି। ଝାରସୁଗୁଡା ଭୋଟ ସରିଛି କି ନାହିଁ ମନମୋହନଙ୍କୁ ଦିଲ୍ଲୀ ଡକାରା,ଏନେଇ ସଂକେତ ଦେଉଛି। ହେଲେ ସମୀକ୍ଷକ ଏହାକୁ ଟିକେ ଭିନ୍ନ ନଜରରେ ଆକଳନ କରୁଛନ୍ତି। ଗୋଟିଏ ପଟେ ଉପନିର୍ବାଚନରେ ବିଜେପିର ପ୍ରଦର୍ଶନ ଏବଂ ୨୪ରେ ମିଶନ ୧୨୦କୁ ନଜରେ ରଖି କେନ୍ଦ୍ରୀୟ ନେତୃତ୍ୱ ଅଙ୍କ କସିବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ରାଜ୍ୟ ରାଜନୀତିରେ ମଧ୍ୟ ବିଜେଡି-ବିଜେପି ମଧ୍ୟରେ ଚାଲିଛି ତୁ ତୁ ମେଁ ମେଁ। ମୁଖ୍ୟମନ୍ତ୍ରୀ କେନ୍ଦ୍ରର ଡବଲ ଇଞ୍ଜିନ ସରକାରକୁ ନେଇ ଆଟାକ କରୁଥିବା ବେଳେ କାଉଣ୍ଟର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରି ସମୟରେ କେଉଁ କେଉଁ ପ୍ରସଙ୍ଗରେ ବିଜେଡି ବିରୋଧରେ ଅସ୍ତ୍ର କରିବ ବିଜେପି, ସେନେଇ ମଧ୍ୟ ନଡ୍ଡା-ମନମୋହନ ଆଲୋଚନା ହୋଇଥିବ ଶୁଣିବାକୁ ମିଳୁଛି।
Published by:Soumya Das
First published: