ବନ୍ୟାଞ୍ଚଳ ପରିଦର୍ଶନରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର; ବିପନ୍ନଙ୍କୁ ବାଣ୍ଟିଲେ ରିଲିଫ୍

ବନ୍ୟାଞ୍ଚଳ ବୁଲି ରିଲିଫ ବାଣ୍ଟିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ବିଧାୟକ ଜୟନ୍ତ ଷଡଙ୍ଗୀ ଚଳାଇଲେ ରିଲିଫ୍ ଟ୍ରଲି ।

ବନ୍ୟାଞ୍ଚଳ ପରିଦର୍ଶନରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ବନ୍ୟାଞ୍ଚଳ ପରିଦର୍ଶନରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

  • Share this:
News 18 Odia Digital

ପୁରୀ; ସଦର ନିର୍ବାଚନ ମଣ୍ଡଳୀର ବନ୍ୟାଞ୍ଚଳ ବୁଲି ରିଲିଫ ବାଣ୍ଟିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ବୀର ହରେକୃଷ୍ଣପୁର ପଞ୍ଚାୟତ ଉତ୍ତର ଭୋଇସାହି ଗ୍ରାମରେ ପହଞ୍ଚିଥିଲେ ବିଧାୟକ ଜୟନ୍ତ ଷଡଙ୍ଗୀ, ସମ୍ୱିତ ପାତ୍ର ଓ କାର୍ଯ୍ୟକର୍ତ୍ତାମାନେ । ସ୍ଥାନୀୟ ଅଞ୍ଚଳର ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରିଛନ୍ତି  l ବିଧାୟକ ନିଜେ ରିଲିଫ ବୋଝେଇ ଟ୍ରଲି ଚଳାଉଥିବା ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ ଟ୍ରଲିରୁ ସମ୍ବିତ ପାତ୍ର ରିଲିଫ ସାମଗ୍ରୀ ନେଇ ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ବାଣ୍ଟୁଥିଲେ ।



ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ବାଣ୍ଟିବା ସହ ଲୋକମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ ବିଧାୟକଙ୍କ ସହ ସମ୍ୱିତ ପାତ୍ର । ଯଥା ସମ୍ଭବ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ଏଥିସହ ବନ୍ୟାଞ୍ଚଳରେ ବୁଲିବା ପରେ ଭୁବନେଶ୍ୱରରେ ଏସଆରସିଙ୍କୁ ସାକ୍ଷାତ କରିଛନ୍ତି ।
Published by:Soubhagya Mishra
First published: