News18 Odia Digital
ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାରେ ଘଟିଥିବା ପାଞ୍ଚ ବର୍ଷୀୟା ବାଳିକା ପରୀର ଜଘନ୍ୟ ହତ୍ୟା ମାମଲାର ତଦନ୍ତ ପାଇଁ ଏକ ଏସ୍.ଆଇ.ଟି. ଗଠିତ ହେବା ପରେ ବି ବିରୋଧୀ ଳମାନେ ଥଣ୍ଡା ପଡ଼ିନାହାନ୍ତି । ସିବିଆଇ ତଦନ୍ତ ଓ କୃଷି ମନ୍ତ୍ରୀ ଅକୁଣ କୁମାର ସାହୁଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ଦାବିରେ ଲଗାତର ତୃତୀୟ ଦିନ ଧରି ବିଧାନସଭାକୁ ସେମାନେ ଅଚଳ କରିଛନ୍ତି ।
ଏସ୍.ଆଇ.ଟି. ଗଠନ ପାଇଁ କୋର୍ଟ ମନିଟରିଂ ଆରମ୍ଭ ହୋଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେବା ପରେ କଂଗ୍ରେସ ପ୍ରତିବାଦରୁ ଓହରିଥିଲା । କିନ୍ତୁ ବିଜେପି ଜାରି ରଖିଥିଲା ବିରୋଧ । ଶନିବାର ଅପରାହ୍ଣର ଅଧିବେଶନରେ ପୋଡ଼ିୟମ ଉପରକୁ ଚଢ଼ି ମାଇକ୍ ଓ କାଚ ଭାଙ୍ଗିଥିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ।
ଏହା ବି ପଢ଼ନ୍ତୁ | UKରେ ସର୍ଭେ: ଲକଡାଉନରେ ଲୋକେ ସେକ୍ସ କମ୍ କଲେ, ହେଲେ ସେମାନଙ୍କ ସମ୍ପର୍କ ଦୃଢ଼ ହେଲାପରୀ ହତ୍ୟାକାଣ୍ଡର ଏସ.ଆଇ.ଟି. ତଦନ୍ତରେ ସନ୍ତୁଷ୍ଟ ହୋଇନି ବିଜେପି । ସିବିଆଇ ତଦନ୍ତ ସହ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଜାରି ରଖିଛି ପ୍ରତିବାଦ । ବିଗତ ଦୁଇ ଦିନ ଭଳି ଶନିବାର ବି ବିଧାନସଭା ଅଚଳ ହୋଇଥିଲା । ଶନିବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏସଆଇଟି ତଦନ୍ତ ନେଇ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଥିଲେ ।

ମୃତା ବାଳିକା ପରୀର ବାପା ଓ ମା’ ବିଧାନ ସଭା ସାମନାରେ କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ ।
କୃଷି ମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ନାରାବାଜି କରିଥିଲା ବିଜେପି । ହୋହଲ୍ଲା ଭିତରେ ମୁଖ୍ୟ ମନ୍ତ୍ରୀଙ୍କ ଏସ.ଆଇ.ଟି. ବିବୃତି ଉପରେ ସ୍ପଷ୍ଟୀକରଣ ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଖୁବ୍ ଶୀଘ୍ର ଏସ.ଆଇ.ଟି. ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ କହିଥିଲେ । ଏହା ପରେ କଂଗ୍ରେସ ପ୍ରତିବାଦରୁ ଓହରି ଯାଇଥିଲା, କିନ୍ତୁ ଶାନ୍ତ ପଡ଼ି ନ ଥିଲେ ବିଜେପି ବିଧାୟକମାନେ । ପାଟିତୁଣ୍ଡ ଜାରି ରହିବାରୁ ଗୃହକୁ ଅପରାହ୍ଣ ୩ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଏହା ବି ପଢ଼ନ୍ତୁ | ଚୀନର ଗବେଷକମାନେ କହୁଛନ୍ତି କରୋନା ଭାଇରସ୍ ଭାରତରୁ ଆରମ୍ଭ ହୋଇ ବିଶ୍ୱକୁ ବ୍ୟାପିଥିଲା!‘‘ଏସ୍.ଆଇ.ଟି. ଗଠନକୁ ନେଇ ବିରୋଧୀ ଦଳମାନଙ୍କ ପକ୍ଷରୁ ଅନେକ ପ୍ରଶ୍ନ ଉଠୁଥିଲା । ହେଲେ ଏହା ଉପରେ ମୁଖ୍ୟ ମନ୍ତ୍ରୀଙ୍କ ବିବୃତି ପରେ ସବୁ ସ୍ପଶ୍ଟ ହୋଇଛି । କୋର୍ଟର ମନିଟରିଂରେ ଏକ ଏସ୍.ଆଇ.ଟି. ଗଠନ ହେବ । ଜଲଦି ଏ ନେଇ ଏକ ବିଜ୍ଞପ୍ତି ଜାରି ହେବ. ଗୃହ ବିଭାଗ ଏ ନେଇ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛି,’’ କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ‘‘ବିଭିନ୍ନ ମାମଲାରେ ସରକାର, ସରକାରଙ୍କ କର୍ମକର୍ତ୍ତା ଓ ସରକାରୀ ଦଳ ଉପରେ କିଛି ନା କିଛି ଅଭିଯୋଗ ଆସୁଛି । ସେ ଆଲୋଚନା ଆମେ ବିଧାନ ସଭାରେ ଥୋଇବୁ ନା ନୟାଗଡ଼ରେ ବାନ୍ଧି ହୋଇ ରହିଯିବୁ? ଏମିତି ହେଲେ ଲୋକେ ବୁଝିବେ ଯେ ସରକାର ଓ ବିରୋଧୀ ଦଳଙ୍କ ମଧ୍ୟରେ ମାମଲା ଫିକ୍ସ-ଅପ୍ ହୋଇଯାଇଛି ଓ ବିରୋଧୀ ଦଳମାନେ ସରକାରଙ୍କ ସହ ହାତ ମିଳାଇ ଆଲୋଚନାକୁ ବାତିଲ୍ କରୁଛନ୍ତି ।’’

ଗତ ଜୁନ୍ ୨୩ ତାରିଖରେ ନୟାଗଡ଼ ସଦର ଥାନା ଯଦୁପୁର ଅଞ୍ଚଳରେ ଘଟିଥିଲା ଲୋମହର୍ଷକ ହତ୍ୟା ।
ହେଲେ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ଦୃଢ଼ ଭାବେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ବହିଷ୍କାର ଦାବି କରିଥିଲେ । ‘‘ମନ୍ତ୍ରୀ ଇସ୍ତଫା ଦେବା ଉଚିତ, ନହେଲେ ମୁଖ୍ୟ ମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ଓ ସିବିଆଇ ତଦନ୍ତ ପାଇଁ ଲେଖନ୍ତୁ । ଏସ୍.ଆଇ.ଟି. ଗଠନ ହେବ ବୋଲି ମୁଖ୍ୟ ମନ୍ତ୍ରୀ କ’ଣ ଗୋଟେ ପଢ଼ିଦେଲେ, ହେଲେ ସେ ପଢ଼ିବା ପାଠଟା କିଏ ବୁଝୁଛି ମୁଁ ତାହା ଜାଣେନି,’’ କହିଛନ୍ତି ନାୟକ ।
ଅପରାହ୍ଣର ଅଧିବେଶନ ଆରମ୍ଭ ହେବା ମାତ୍ରେ ପୁଣି ବିରୋଧ ଆରମ୍ଭ କରି ଦେଇଥିଲେ ବିଜେପି ସଦସ୍ୟମାନେ । ଗୃହ ଚଳାଇବାକୁ ଦେଇ ନ ଥିଲେ ସେମାନେ । ଥରକୁ ଥର ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପୋଡିୟମ ଉପରକୁ ଚଢ଼ି ମାଇକ ସହ କାଚ ଭାଙ୍ଗିଥିଲେ । ହଟ୍ଟଗୋଳ ନ କମିବାରୁ ରବିବାର ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପଚି । ବିରୋଧୀଙ୍କ ଏଭଳି ଆଚରଣକୁ କଡ଼ା ସମାଲୋଚନା କରିଛି ଶାସକ ଦଳ ।
ଏହା ବି ପଢ଼ନ୍ତୁ | ବାହାଘର ସିଜିନରେ ସୁନା ଓ ରୂପାର ଦାମ୍ ବଦଳିଲା; ଜାଣନ୍ତୁ ଆପଣଙ୍କ ସହରରେ ନୂଆ ଦାମ୍‘‘ରାଜ୍ୟର ଅନେକ ସମସ୍ୟା ଅଛି ଯାହା ବିଷୟରେ ଲୋକ ପ୍ରତିନିଧିମାନେ ବିଧାନ ସଭାରେ କହିପାରିବେ । ଗତ କିଛି ଦିନ ଧରି ଯେମିତି ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି, ତାହା ଯେଉଁମାନେ କରୁଛନ୍ତି ସେମାନେ ଲୋକଙ୍କର ଉପକାର କରୁନାହାନ୍ତି । ସେମାନେ ଭବିଷ୍ୟତରେ ଏଥି ପାଇଁ ଉତ୍ତରଦାୟୀ ହେବେ,’’ କହିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ।
ଶନିବାର ଦିନ ଗୃହରେ କେବଳ ଆଲୋଚନା ଜରିଆରେ ପାରିତ ହୋଇଥିଲା ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚଦାବି । ଏହାକୁ ଛାଡ଼ିଦେଲେ ବାକି ସବୁ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍ ଜରିଆରେ ପାରିତ ହୋଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।