ଗାନ୍ଧି ମାର୍ଗ ପାଲଟିଲା ରଣାଙ୍ଗନ; ବିଜେପି କର୍ମୀଙ୍କ ଉପରକୁ ପୋଲିସର ଲାଠିମାଡ଼

ଲୋୟର ପିଏମଜିରେ ହାତାହାତି ହୋଇଛନ୍ତି ପୋଲିସ ଓ ବିଜେପି କର୍ମୀ । ଲାଠି ମାଡ଼ରେ କିଛି ବିଜେପି କର୍ମୀ ଲହୁଲୁହାଣ ମଧ୍ୟ ହୋଇଛନ୍ତି ।

ଗାନ୍ଧି ମାର୍ଗ ପାଲଟିଲା ରଣକ୍ଷେତ୍ର

ଗାନ୍ଧି ମାର୍ଗ ପାଲଟିଲା ରଣକ୍ଷେତ୍ର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଗାନ୍ଧି ମାର୍ଗ ପାଲଟିଲା ରଣକ୍ଷେତ୍ର । ପୋଲିସ- ବିଜେପି କର୍ମୀ ମୁହାଁମୁହିଁ । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବିରୋଧରେ ବିଜେପି ଯୁବ ମୋର୍ଚ୍ଚା(BJYM)ର ଆନ୍ଦୋଳନ ବେଳେ ପୋଲିସର ଲାଠିଚାର୍ଜ । ନବ ଦାସ ହତ୍ୟା(Naba Das Death Case) ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ବଡ ବିକ୍ଷୋଭ ଓ ଆନ୍ଦୋଳନ କରିଥିଲା ବିଜେପି ଯୁବ ମୋର୍ଚ୍ଚା ।

ବିଧାନସଭା ଘେରାଉ କରିବାକୁ ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦଳୀୟ କାର୍ଯ୍ୟାଳୟରୁ ବିରାଟ ରାଲିରେ ଆସି ଆନ୍ଦୋଳନ କରାଯାଉଥିଲା । ହଜାର ହଜାର ବିଜେପି ଯୁବ ମୋର୍ଚ୍ଚା କର୍ମୀ ବିଧାନସଭା ଭିତରକୁ ପସିବାକୁ ଉଦ୍ୟମ କରୁଥିବା ବେଳେ ଅଟକାଇଥିଲା ପୋଲିସ । ଏତିକି ବେଳେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ଲାଠିଚାର୍ଜ କରିଛି ପୋଲିସ୍ । ଘଟଣାସ୍ଥଳରେ ଭିଡ ଭିତରୁ ପୋଲିସ ଉପରକୁ ପାଣି ପାଉଚ୍ ଓ ଅଣ୍ଡାମାଡ ମଧ୍ୟ ହୋଇଛି । ଧସ୍ତାଧସ୍ତିରେ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । କିଛି ବିଜେପି କର୍ମୀ ମଧ୍ୟ ଆହତ ହୋଇଛନ୍ତି । ଅନେକ ବିଜେପି କର୍ମୀଙ୍କୁ ଗିରଫ କରାଯାଇଛି ।



ସେପଟେ ବିଧାନସଭା ଶୂନ୍ୟକାଳରେ ଶାସକ ଦଳ ସଦସ୍ୟ ମାନେ ହଙ୍ଗାମା କରିଥିଲେ । ଫଳରେ ଗୃହ ୪ଟା ଯାଏଁ ମୁଲତବି ରହିଛି । ପ୍ରଶ୍ନ କାଳ ସରିବା ମାତ୍ରେ ଶୂନ୍ୟକାଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର, ରାଜ୍ୟକୁ ଉପେକ୍ଷା କରିଥିବା ଅଭିଯୋଗ ଆଣି ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ ।
 କଂଗ୍ରେସ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଏବଂ ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ଦେଇଥିବା ମୁଲତବୀ ନୋଟିସ୍ ଉପରେ ଆଲୋଚନା ଦାବି କରି ବାଚସ୍ପତିଙ୍କ ପୋଡ଼ିୟମ ତଳେ ପ୍ରତିବାଦ କରିଥିଲେ । ପଳରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।
Published by:Soumya Das
First published: