BJPର ମିଶନ ୧୨୦@ଓଡ଼ିଶା; ୨୦୨୪ ନିର୍ବାଚନ ପାଇଁ ଜୋରସୋରରେ ଅଙ୍କ କଷା

ଦୁଇ ଦିନିଆ ଓଡ଼ିଶା ଗସ୍ତ କାଳରେ ବଂଶଲ ଦଳର ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ ସମେତ ତୁଙ୍ଗ ନେତାଙ୍କ ସହ କରିଛନ୍ତି ମାରାଥନ ବୈଠକ। ସେହପରି ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲା ପ୍ରଭାରୀଙ୍କ ସହ କରିଛନ୍ତି ୱାନ ଟୁ ୱାନ।

୨୦୨୪ ନିର୍ବାଚନ ପାଇଁ ବିଜେପିର ଅଙ୍କ କଷା

୨୦୨୪ ନିର୍ବାଚନ ପାଇଁ ବିଜେପିର ଅଙ୍କ କଷା

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ଟାସ୍କ ଦେଲେ ଗୃହମନ୍ତ୍ରୀ ଅମିତ ଶାହ। ଅଙ୍କ କଷିଲେ ରାଜ୍ୟ ପ୍ରଭାରୀ ଭାବେ ଦାୟିତ୍ୱ ନେଇଥିବା ସୁନୀଲ ବଂଶଲ। ମିଶନ ୧୨୦@ଓଡ଼ିଶା। ବିଜେପିର ଟାର୍ଗେଟରେ ୨୦୨୪। କିଭଳି ସଫଳ କରି ହେବ ରଣନୀତି। ସେ ନେଇ ବିଜେପିର ନୂଆ ପ୍ରଭାରୀ ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ।

ଦୁଇ ଦିନିଆ ଓଡ଼ିଶା ଗସ୍ତ କାଳରେ ବଂଶଲ ଦଳର ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ ସମେତ ତୁଙ୍ଗ ନେତାଙ୍କ ସହ କରିଛନ୍ତି ମାରାଥନ ବୈଠକ। ସେହପରି ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲା ପ୍ରଭାରୀଙ୍କ ସହ କରିଛନ୍ତି ୱାନ ଟୁ ୱାନ।

ବିଜେପି କୋର କମିଟି ଓ ପଦାଧିକରୀ ବୈଠକ ଶେଷ। ବୁଧବାର ଅଙ୍କ କଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ। ଏନେଇ ବଂଶଲ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ।

ସେପଟେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ ବିଜେପିର କୋର କମିଟି ଓ ରାଜ୍ୟ ବୈଠକରେ ତିନି ମାସିଆ ଖସଡ଼ା ପ୍ରସ୍ତୁତ ହୋଇଛି। ଅସାନ୍ତା ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

ସେପ୍ଟେମ୍ବର ୧୩, ୧୪ ଓ ୧୫ ତାରିଖରେ ପୁରୀରେ ହେବ ରାଜ୍ୟ ବିଜେପିର ପ୍ରଶିକ୍ଷଣ ଶିବିର। ରାଜ୍ୟର ୩୭ ହଜାର ବୁଥରେ ବିଜେପି କରିବ ଆନ୍ଦୋଳନ। ବଜେପି ମିଶନ ୨୦୨୪ କିଭଳି ସଫଳ କରି ହେବ ସେ ନେଇ ବୁଧବାର ଅଙ୍କ କଷିଛନ୍ତି ବିଜେପି ସୁନୀଲ ବଂଶଲ।

ଦ୍ଵିତୀୟ ଦିନରେ ମାରଥନ ବୈଠକ କରି ପଦାଧିକାରୀ ଓ କୋର କମିଟିଙ୍କ ସହ ଆଲୋଚନା କରିଛନ୍ତି। ପ୍ରଥମେ ବସିଥିଲା କୋର କମିଟି ବୈଠକ। ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଟୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ପ୍ରମୁଖ ଉପସ୍ଥିତି ଥିଲେ। ପରେ ରାଜ୍ୟ ପଦାଧିକରୀ ବୈଠକରେ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ଜିଲା ପ୍ରଭାରୀ ଓ ଦଳର ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଉପସ୍ଥିତ ଥଲେ।

ରାଜ୍ୟ ସରକାରଙ୍କ ବିଫଳତାକୁ କିଭଳି ଲୋକଙ୍କ ଅବଗତ କରାଯିବ। ମୋଦି ସେକାରଙ୍କ ସଫଳତା ଲୋକଙ୍କ ପାଖରେ କିଭଳି ପହଞ୍ଚିବ। ସେ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ରାଜ୍ୟ ସରକାରଙ୍କ ବିରୋଧରେ କେଉଁ ପ୍ରସଙ୍ଗକୁ ଅସ୍ତ୍ର କରି ଦଳ ଆଗାମୀ ଦିନରେ ଆନ୍ଦୋଳନ ଓହ୍ଲାଇବ।

ଅନ୍ୟପଟେ ବିଜେପି ବୈଠକ ଉପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଓଡ଼ିଶା ଗସ୍ତକୁ ନେଇ ଦଳୀୟ ନେତା ବେଶ୍ ଉତ୍ସାହିତ। ତାଙ୍କ ସାଙ୍ଗଠନିକ ଦକ୍ଷତା ଓ ରାଜନୈତିକ ଗୋଟି ଚାଳନା ବିଜେପି ପାଇଁ ଫଳ ପ୍ରଦ ହେବ। ଯାହା ୨୦୨୪ରେ ବିଜେପିକୁ ସହାୟକ ହେବ। ରାଜ୍ୟ ପ୍ରଭାରୀ ଯେଉଁ ରଣନୀତି କରିଛନ୍ତି ବିଜେପି ନିଶ୍ଚୟ କ୍ଷମତାକୁ ଆସିବ। ୨୦୨୪ରେ ବଡ଼ ପରିବର୍ତ୍ତନ ହେବ।
Published by:Lipina Das
First published: