ଜଗନ୍ନାଥଙ୍କ ଦର୍ଶନକୁ ସୌଭାଗ୍ୟର କଥା କହିଲେ ବିଜେପିର ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ
- News18 Odia
- Last Updated :
- Cuttack, India
News18 Odia Digital
ପୁରୀ: ପୁରୀରେ ପହଞ୍ଚି ଜଗନ୍ନାଥଙ୍କ ଆଶିର୍ବାଦ ନେଲେ ବିଜେପି ସର୍ବଭାରତୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ। ଜଗନ୍ନାଥଙ୍କ ଦର୍ଶନକୁ ସୌଭାଗ୍ୟର କଥା ବୋଲି କହିବା ସହ ଆଗାମୀ ନିର୍ବାଚନରେ ବିଜେପି ରାଜ୍ୟରେ ସରକାର ଗଠନ ନେଇ ସେ ଦୃଢ଼ ଆଶାବାଦୀ ବୋଲି ପ୍ରତିକ୍ରିୟା ରଖିଛନ୍ତି।
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଆଗାମୀ ୨୯ ତାରିଖ ପୁରୀ ଗସ୍ତ ପାଇଁ ସୂଚନା ଦେବା ସହ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ଦୁଷ୍ୟନ୍ତ। ଭୁବନେଶ୍ୱର ଜନତା ମଇଦାନରେ ୨୫୦୦୦ ବୁଥ ଓ ମଣ୍ଡଳ ସ୍ତରୀୟ କର୍ମୀଙ୍କୁ ନେଇ କାର୍ଯ୍ୟକ୍ରମରେ ଯୋଗ ଦେବେ ନଡ୍ଡା। ପରେ ପୁରୀରେ ପହଞ୍ଚି ବିଜେପି ମହିଳା ମୋର୍ଚ୍ଚା, ବିଜେପି ଯୁବ ମୋର୍ଚ୍ଚା ଓ ବିଜେପି ମୋର୍ଚ୍ଚା ସହ କରିବେ ଆଲୋଚନା।
ଗତ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ପୁରୀରେ ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଶେଷପରେ କର୍ମୀମାନେ ଉତ୍ସାହିତ ଥିବା ବେଳେ ଦୁଷ୍ୟନ୍ତ ଓ ୨୯ ତାରିଖରେ ଜେ.ପି ନଡ୍ଡାଙ୍କ ଗସ୍ତ ବିଜେପି ପାଇଁ ଖୁବ ଗୁରୁତ୍ୱ ବହନ କରିବ। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଉପସ୍ଥିତ ରହି ଦୁଷ୍ୟନ୍ତଙ୍କ ସୋମବାରର ପୁରୀ ଗସ୍ତରେ ତାଙ୍କୁ ସ୍ୱାଗତ କରିଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।