News18 Odia Digital
ଭୁବନେଶ୍ୱର: ୨୦୨୪ ପାଇଁ ବିଜେପିର ସମରସଜ୍ଜା। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ଡିସେମ୍ବର ୨୮ ତାରିଖରେ ନଡ୍ଡାଙ୍କ ଓଡିଶା ଗସ୍ତ। ଦୁଇଟି ଲୋକସଭା କ୍ଷେତ୍ରରେ ହେବ ପ୍ରବାସ କାର୍ଯ୍ୟକ୍ରମ । କନ୍ଧମାଳ ଓ ପୁରୀ ଲୋକସଭା କ୍ଷେତ୍ରକୁ ଗସ୍ତ କରିବେ ନଡ୍ଡା।
ବିଜେଡିକୁ ଚେକ ଦେବା ପାଇଁ ନୂଆ ଷ୍ଟାଟେଜି କରିଛି ବିଜେପି। କନ୍ଧମାଳ ଓ ପୁରୀ ଲୋକସଭା କ୍ଷେତ୍ରକୁ ଗସ୍ତ କରିବେ ନଡ୍ଡା । କିଛି ଦିନ ପୂର୍ବରୁ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଦିନିକିଆ ଓଡିଶା ଗସ୍ତ କରି ଧାନଗର ଏବଂ ପଦ୍ମପୁର ଉପନିର୍ବାଚନର କରିଛନ୍ତି ପୋଷ୍ଟମର୍ଟମ କରିଛନ୍ତି। ଦଳୀୟ ନେତାଙ୍କୁ ୨୪ ପାଇଁ ଟାସ୍କ ଦେଇଛନ୍ତି। ଏବେ ନଡ୍ଡା ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କଠାରୁ ଫିଡ଼ବ୍ୟାକ ନେବେ। କନ୍ଧମାଳ ଓ ଶଙ୍ଖ କ୍ଷେତ୍ରରୁ ନଡ୍ଡା ଓଡିଶା ଦଖଲର ପ୍ରସ୍ତୁତ କରିବେ ବ୍ଲୁ ପ୍ରିଣ୍ଟ। ନୂଆ ବର୍ଷରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନୂଆ ଯୋଜନା। ଟାର୍ଗେଟରେ ୨୦୨୪ । ଆଉ ବିଜେପି ଫୋକସ ପଏଣ୍ଟ ହେଉଛି ଓଡିଶା ଦଖଲ। କର୍ମୀ ସମ୍ମିଳନୀ ଓ ସାଧାରଣ ସଭା କରିବେ । ରାଜ୍ୟ ନେତୃତ୍ୱ ଓ ଜିଲ୍ଲା ସ୍ତରର ନେତୃତ୍ୱଙ୍କ ସହ ସମୀକ୍ଷା ଏବଂ ଆଲୋଚନା କରିବେ ନଡ୍ଡା । ସଙ୍ଗଠନ ବିସ୍ତାର ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ହୋଇପାରେ ଆଲୋଚନା । ୨୦୨୪ ପାଇଁ ଏବେଠୁ କସରତ ଆରମ୍ଭ। ବିଜେପି ଏହାକୁ ନେଇ ପାଗ ଭିଡ଼ିଛନ୍ତି। ଯାହାର ମଙ୍ଗ ଧରିବେ ନିଜେ ରାଷ୍ଟ୍ରୀୟ ଅଧ୍ୟକ୍ଷ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତକୁ ନେଇ ବିଜେପି କ୍ୟାମ୍ପ ବେଶ ଉତ୍ସାହିତ। ରାଜ୍ୟ ସଭାପତି ସମୀର ମହାନ୍ତି ଏନେଇ କହିଛନ୍ତି ନଡ୍ଡାଙ୍କ ଓଡିଶା ଗସ୍ତ ଦଳ ପାଇଁ ବେଶ ସହାୟକ ହେବ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦ୍ଵିତୀୟ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ କନ୍ଧମାଳ ଓ ପୁରୀ ଲୋକସଭା କ୍ଷେତ୍ରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନ କିପରି ମଜବୁତ ହେବ। ତାକୁ ନେଇ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ ନଡ୍ଡା। ନୂଆ ବର୍ଷରେ ନୂଆ ଯୋଜନା। ୨୪ ପାଇଁ ଦଳକୁ ଏବେଠୁ ପ୍ରସ୍ତୁତ କରିବା ପାଇଁ ରଣନୀତି କରିପାରନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ।
ସେହିପରି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ଦଳର ସଙ୍ଗଠନ କିଭଳି ମଜବୁତ ହେବ। ତାକୁ ନେଇ ନଡ୍ଡା କରିବେ ମାନସ ମନ୍ଥନ। ତା ସହ ଦଳୀୟ ନେତାଙ୍କ ସହ କରିବେ ଆଲୋଚନା।
ଅନ୍ୟପଟେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କନ୍ଧମାଳ ଓ ପୁରୀ ଦୁଇଟି ଲୋକସଭା କ୍ଷେତ୍ରକୁ ଯିବେ। କନ୍ଧମାଳର ବାଲିଗୁଡା ଓ ପୁରୀ ଲୋକସଭା କ୍ଷେତ୍ରର ଚିଲିକାଠାରେ ସେ ସାଧାରଣ ସଭା କରିବେ, କର୍ମୀ ମାନଙ୍କୁ ଉଦବୋଧନ ଦେବେ। ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ବାଲିଗୁଡା ଯିବେ, ପରେ ଚିଲିକା ଯିବାର କାର୍ଯ୍ୟକ୍ରମ ଅଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।