- News18 Odia
- Last Updated :
- Other, India
News 18 Odia Digital
ଭୁବନେଶ୍ୱର: ଚଳିତ ମାସ ୨୯ ଓ ୩୦ ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତ ସମୟରେ ରାଜ୍ୟରେ ସାଙ୍ଗଠନିକ ସ୍ଥିତିର ବିସ୍ତୃତ ସମୀକ୍ଷା କରିବେ ନଡ୍ଡା । ଏହା ସହିତ କଟକରେ ମଧ୍ୟ ବିଶାଳ ରୋଡ଼ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ମନ୍ତ ଗୌତମଙ୍କ ସୂଚନା ଦେଇଛନ୍ତି। ଜେ ପି ନଡ୍ଡାଙ୍କ ଦୁଇ ଦିନିଆ ଗସ୍ତର ପ୍ରଥମ ଦିନରେ ଜେ ପି ନଡ୍ଡା କାର୍ଯ୍ୟକର୍ତାଙ୍କ ସହିତ କରିବେ ମାରାଥନ ବୈଠକ। ମୁଖ୍ୟତଃ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କଣ ରହିବ ଦଳର ରଣନୀତି, କିଭଳି ବିଭିନ୍ନ ବର୍ଗର ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁଫଳ ପହଞ୍ଚି ପାରିବ ତାହା ଉପରେ ବିସ୍ତୃତ ଆଲୋଚନା କରାଯିବ ।
ସେ ଆହୁରି କହିଛନ୍ତି ଯେ, ଭୁବନେଶ୍ୱର ଜନତା ମଇଦାନରେ ପ୍ରାୟ ୨୫ ହଜାର କାର୍ଯ୍ୟକର୍ତା ଙ୍କୁ କରିବେ ସମ୍ବୋଧନ । ଏହା ସହ ସଙ୍ଗଠନର ପ୍ରମୁଖ ପଦାଧିକାରୀଙ୍କ ସହ ମଧ୍ୟ କରିବେ ଆଲୋଚନା । ଏହାବାଦ ବୁଦ୍ଧିଜୀବୀ ସମ୍ମଳନୀ କରିବା ସହ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟତଃ ପୁରୀ,କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଦଳୀୟ ସଂଗଠନ କୁ ମଜଭୁତ କରିବେ ଜେ ପି ନଡ୍ଡା ବୋଲି ଦଳ ପକ୍ଷରୁ ସୂଚନା ଦେଇଛନ୍ତି।
ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଓଡ଼ିଶା ଆସୁଛନ୍ତି ଦଳର ବିଭିନ୍ନ କର୍ମକର୍ତ୍ତା। ମୂଖ୍ୟତଃ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବାରମ୍ବାର ଆସୁଛନ୍ତି କ୍ଷେତ୍ରୀୟ ପ୍ରଭାରୀ। ବିଜେପି ରାଜ୍ୟ କାର୍ୟଳୟରେ ବିଭିନ୍ନ ବୈଠକର ଆୟୋଜନ ହୋଇଛି। ନିକଟରେ ଜେପି ନଡ୍ଡାଙ୍କ ଗସ୍ତ ନେଇ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେସ୍ୱରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା ମନମୋହନ ସାମଲ, ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।ମୁଖ୍ୟତଃ ଦଳୀୟ ସଂଗଠନ କୁ ବ୍ୟାପକ ଓ କ୍ରିୟାଶୀଳ କରିବା ଏହି ଗସ୍ତର ଲକ୍ଷ୍ୟ। ମୋଟ ଉପରେ ଜେ ପି ନଡ୍ଡାଙ୍କ ଗସ୍ତକୁ ନେଇ ଦଳର ନେତା ଓ କର୍ମକର୍ତ୍ତା ଉତ୍ସାହିତ ବୋଲି କହିଛନ୍ତି ଗୋଲକ ମହାପାତ୍ର।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।