• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା; ରତ୍ନଭଣ୍ଡାର ପ୍ରସଙ୍ଗରେ କଲେ ଆଲୋଚନା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା; ରତ୍ନଭଣ୍ଡାର ପ୍ରସଙ୍ଗରେ କଲେ ଆଲୋଚନା

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁରୀ ଗସ୍ତରେ ଆସି ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ରତ୍ନଭଣ୍ଡାର ପ୍ରସଙ୍ଗରେ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା; ରତ୍ନଭଣ୍ଡାର ପ୍ରସଙ୍ଗରେ କଲେ ଆଲୋଚନା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା; ରତ୍ନଭଣ୍ଡାର ପ୍ରସଙ୍ଗରେ କଲେ ଆଲୋଚନା

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁରୀ ଗସ୍ତରେ ଆସି ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ରତ୍ନଭଣ୍ଡାର ପ୍ରସଙ୍ଗରେ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ବିଜେପି ପକ୍ଷରୁ ଖଣ୍ଡୁଆ ସହିତ ସ୍ୱାଗତ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ରଙ୍କ ସହ ବହୁ ବିଜେପି ନେତା ଓ କର୍ମୀ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ଫେରିବା ସମୟରେ ଗାଡିରେ ଥାଇ ହାତ ହଲାଇ ଲୋକଙ୍କୁ ଅଭିବାଦନ କରିବା ସହ ଜୟ ଜଗନ୍ନାଥ କହିଥିଲେ । ଜେପି ନଡ୍ଡାଙ୍କ ମନ୍ଦିର ଦର୍ଶନ ସମୟରେ ବ୍ରହ୍ମଗିରି ବିଧାୟକ ଉପସ୍ଥିତ ଥିବା ବେଳେ ପୁରୀ ବିଧାୟକ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

ସେପଟେ ଭିତର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଜେପି ନଡ୍ଡାଙ୍କ କୌଳିକ ପଣ୍ଡା ତାଙ୍କ ବାପାଙ୍କ ଦସ୍ତଖତ ଦେଖାଇବା ସହ ଯାତ୍ରୀ ଗୁମାସ୍ତା ରେକର୍ଡ଼ରେ ନଡ୍ଡାଙ୍କ ଦସ୍ତଖତ କରାଇଥିଲେ। ତା ପରେ ଲକ୍ଷ୍ମୀ ମନ୍ଦିର ଦର୍ଶନ କରି ରତ୍ନଭଣ୍ଡାର ପ୍ରସଙ୍ଗରେ ସେବାୟତଙ୍କ ସହ ଆଲୋଚନା କରିଥିବା କହିଛନ୍ତି ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ।

ପୁରୀ ଅଠରନଳାରେ ତାଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ , ଚାନ୍ଦୁଆ ସହ ଏକ ବିରାଟ ଫୁଲମାଳା ଦେଇ ସ୍ୱାଗତ କରିଥିଲେ ବିଜେପିର ଶତାଧିକ କର୍ମୀ । ବିରାଟ ଶୋଭାଯାତ୍ରାରେ ମେଫେୟାର ହୋଟେଲରେ ପହଞ୍ଚିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଗତକାଲି ପୁରୀରେ ଅବସ୍ଥାନ କରିବା ପରେ ଆଜି ସକାଳ ୭.୩୦ରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିବା ପରେ ୮.୪୫ରେ ତାଳବଣିଆ ହେଲିପ୍ୟାଡରୁ ହେଲିକ୍ୟାପ୍ଟର ଯୋଗେ ଭଦ୍ରକ ତିହିଡି ଗସ୍ତ କରିଥିଲେ । ସେଠାରେ ପହଞ୍ଚି ସ୍ୱର୍ଗତ ବିଷ୍ଣ ସେଠୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି ।
Published by:Soubhagya Mishra
First published: