ଭୁବନେଶ୍ବରରେ ସ୍ୱାସ୍ଥ୍ୟ ମେଳାର ଉଦଘାଟନ କଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ

ପ୍ରଧାନମନ୍ତ୍ରୀ ଜନଔଷଧି ଯୋଜନା ଅନ୍ତର୍ଗତ ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଔଷଧ ପ୍ରଦାନ କରିବା ଲକ୍ଷ୍ୟରେ ପ୍ରତି ୱାର୍ଡରେ ଜନଔଷଧି କେନ୍ଦ୍ର ଖୋଲିବାକୁ ଯୋଜନା ରହିଛି। ଏହାଦ୍ୱାରା ଭଲ ଗୁଣବତ୍ତା ମେଡ଼ିସିନ କମ୍ ଦାମରେ ମିଳିପାରିବ।

ଭୁବନେଶ୍ବରରେ ସ୍ୱାସ୍ଥ୍ୟ ମେଳାର ଉଦଘାଟନ କଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବରରେ ସ୍ୱାସ୍ଥ୍ୟ ମେଳାର ଉଦଘାଟନ କଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ

  • Share this:
News18 Odia Digital

ଭୁବନେଶ୍ବର: ବସ୍ତିବାସିନ୍ଦଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଛି ସ୍ୱାସ୍ଥ୍ୟସେବା ଶିବିର। ଶୈଳଶ୍ରୀବିହାର ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ମେଳାର ଉଦଘାଟନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସମସ୍ତ ପ୍ରାଥମିକ ଚିକିତ୍ସା ସହ ରକ୍ତ, ଇସିଜି, ଡ଼ାଇବେଟିସ ଭଳି ବିଭିନ୍ନ ପ୍ରକାର ପରୀକ୍ଷାର ସୁବିଧା ରହିଛି ମେଳାରେ।

ଆପୋଲୋ ହସ୍ପିଟାଲ ଓ ହେଲ୍ଥ ଭିଲ୍ଳା ସହଯୋଗରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ପ୍ରଥମ ଦିନରେ ତିନୋଟି ବସ୍ତିର ଲୋକେ ଉପକୃତ ହୋଇଛନ୍ତି। ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ନେଇ ମାଗଣାରେ ଚିକିତ୍ସା ସହ ଔଷଧ ମଧ୍ୟ ପାଇପାରିଛନ୍ତି। ଏହିପରି ଆଗକୁ ମଧ୍ୟ ସ୍ୱାସ୍ଥ୍ୟ ଶିବିର ବା ସ୍ୱାସ୍ଥ୍ୟ ମେଳା ଜାରି ରହିବ। ଆଗାମୀ ୪ ମାସରେ ୪୦ଟି ବସ୍ତିରେ ସ୍ଵାସ୍ଥ୍ୟ ଶିବିର କରିବାକୁ ସ୍ଥିର ହୋଇଥିବା କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱରରେ ଚାରି ଶହରୁ ଅଧିକ ବସ୍ତି ଅଛି। ସମସ୍ତଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚିବା ଲକ୍ଷ୍ୟ ରହିଛି।

"ସେବା ହିଁ ଏକମାତ୍ର ସଂକଳ୍ପ। ସେବାରେ ଆମେ ବିଶ୍ୱାସ କରୁଛୁ। ବିଭିନ୍ନ ବର୍ଗର ଲୋକ ଏଠି ସହଯୋଗ କରୁଛନ୍ତି। ତେଣୁ ମୁଁ ସମସ୍ତଙ୍କ ପାଖରେ କୃତଜ୍ଞ,’’ କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ସେହିପରି ପ୍ରଧାନମନ୍ତ୍ରୀ ଜନଔଷଧି ଯୋଜନା ଅନ୍ତର୍ଗତ ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଔଷଧ ପ୍ରଦାନ କରିବା ଲକ୍ଷ୍ୟରେ ପ୍ରତି ୱାର୍ଡରେ ଜନଔଷଧି କେନ୍ଦ୍ର ଖୋଲିବାକୁ ଯୋଜନା ରହିଛି। ଏହାଦ୍ୱାରା ଭଲ ଗୁଣବତ୍ତା ମେଡ଼ିସିନ କମ୍ ଦାମରେ ମିଳିପାରିବ।

ଭୁବନେଶ୍ୱରରେ ଥିବା ୬୭ଟି ୱାର୍ଡରେ ୬୭ଟି କେନ୍ଦ୍ର ଖୋଲିବାକୁ ଯୋଜନା ରହିଛି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଏଯାବତ ୩୫ଟି ଜନଔଷଧି କେନ୍ଦ୍ର ଖୋଲାଯାଇଥିବା ସାଂସଦ କହିଛନ୍ତି। ଏଥିସହ ଭୁବନେଶ୍ୱରରେ ଜନଔଷଧି କେନ୍ଦ୍ରର ୱେୟାର ହାଉସ କରିବାକୁ ଲକ୍ଷ୍ୟ ରହିଛି।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହମ ଫିଟ୍ ତୋ ଇଣ୍ଡିଆ ଫିଟ୍ ସ୍ଲୋଗାନ ଅନୁସାରେ ଆଉ ଏକ ପଦକ୍ଷେପ ନେବୁ। ଏନେଇ ନେଚରପଥୀ ଓ ଯୋଗକୁ ଗୁରୁତ୍ୱ ଦେଉଛୁ। ସମସ୍ତଙ୍କୁ ଆହ୍ୱାନ ଦେଉଛୁ ଆଗକୁ ଆସନ୍ତୁ। ଦଳମତ ନିର୍ବିଶେଷରେ ରାଜନୀତିରୁ ଆଗକୁ ଯାଇ ସେବାରେ ନିୟୋଜିତ ହୁଅନ୍ତୁ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

ନେଚରପଥୀ ଚିକିତ୍ସା ଦ୍ୱାରା ଅନେକ ଲୋକ ଉପକୃତ ହେଉଛନ୍ତି। ବିନା ମେଡିସିନରେ ଚିକିତ୍ସା ଦ୍ୱାରା ବିଭିନ୍ନ ରୋଗରୁ ଉପଶମ ମିଳୁଛି। ସେହିଭଳି ଯୋଗ ଦ୍ୱାରା ଉଭୟ ଶାରିରୀକ ଓ ମାନସିକ ସ୍ତରରେ ଲାଭ ମିଳୁଛି। ତେଣୁ ଉଭୟ ଚିକିତ୍ସା ପଦ୍ଧତିକୁ ଅଧିକ ଲୋକପ୍ରିୟ କରିବାକୁ ପ୍ରୟାସ କରାଯାଉଛି।
Published by:Lipina Das
First published: