ରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀ ଗଲେ ୧୨ ଜଣ ବିଜେପି ବିଧାୟକ; ଦ୍ରୌପଦୀଙ୍କୁ ସମର୍ଥନ ପାଇଁ କଲେ ଅପିଲ

ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପିର ୧୨ ଜଣ ବିଧାୟକ। ରାଷ୍ଟ୍ରର ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପଦବୀରେ ଜଣେ ଓଡ଼ିଆ ମହିଳା ବସିବାକୁ ଯାଉଥିବାରୁ ତାଙ୍କୁ ନିର୍ବାଚିତ କରିବା ଲାଗି ସୁଯୋଗ ପାଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀ ଗଲେ ୧୨ ଜଣ ବିଜେପି ବିଧାୟକ

ରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀ ଗଲେ ୧୨ ଜଣ ବିଜେପି ବିଧାୟକ

  • Share this:
News18 Odia Digital

ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ବିଧାୟକ ଟିମ। ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ସମର୍ଥକ ଓ ପ୍ରସ୍ତାବକ ପାଇଁ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପିର ୧୨ ଜଣ ବିଧାୟକ। ରାଷ୍ଟ୍ରର ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପଦବୀରେ ଜଣେ ଓଡ଼ିଆ ମହିଳା ବସିବାକୁ ଯାଉଥିବାରୁ ତାଙ୍କୁ ନିର୍ବାଚିତ କରିବା ଲାଗି ସୁଯୋଗ ପାଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି।

ଟିମରେ ସାମିଲ ଅଛନ୍ତି ବରିଷ୍ଠ ବିଜେପି ନେତା ତଥା ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ଜୟନ୍ତ ଷଡ଼ଙ୍ଗୀ, ମୋହନ ମାଝି, ବୁଧାନ ମୁର୍ମୁ, ପ୍ରକାଶ ସୋରେନ, ନବ ଚରଣ ମାଝି, ମୁକେଶ ମହାଲିଙ୍ଗ, ନାଉରି ନାୟକ, ଶଙ୍କର ଓରାମ ଦିଲ୍ଲୀ ଯାଇଛନ୍ତି। ସେହି ଟିମର ନେତୃତ୍ୱ ନେଉଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ।

ଗସ୍ତ ଆରମ୍ଭରେ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରତିକ୍ରିୟା ରଖିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ। ସେ କହିଥିଲେ, ‘‘ସବୁ ଓଡ଼ିଆଙ୍କ ପାଇଁ ଏହା ଗର୍ବର ବିଷୟ। ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହେବା ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଭାରତର ବିକାଶ ତଥା ଓଡ଼ିଶା ଉପରେ ପ୍ରଧାନମନ୍ତ୍ରୀ ବିଶେଷ ଦୃଷ୍ଟି ଦେଇ ଆସୁଛନ୍ତି। ନିରବଚ୍ଛିନ୍ନ ଭାବରେ ପୂର୍ବ ଭାରତର ବିକାଶ ରେ ପ୍ରଧାନମନ୍ତ୍ରୀ ଦୃଷ୍ଟି ଦେଇଛନ୍ତି। ଦେଶର ପ୍ରମୁଖ ପଦ ପଦବୀରେ ଓଡ଼ିଆ ଲୋକ ଅଛନ୍ତି। ସେ ସବୁ ବାଦ ଜଣେ ଓଡ଼ିଆ ମହିଳାଙ୍କୁ ଦେଶର ସର୍ବୋଚ୍ଚ ପଦବୀରେ ବସାଇବା ଓଡ଼ିଶା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହା ଶ୍ରେଷ୍ଠ ଉପହାର। ପୂର୍ବ ଭାରତର ବିକାଶ ବିଜେପି ଶସକ୍ତର କାରଣ ହେବ। କେବଳ ଦଳ ପାଇଁ ନୁହେଁ ବରଂ ସମଗ୍ର ଓଡ଼ିଶାର ଗର୍ବ ହେଉଛନ୍ତି ଦ୍ରୌପଦୀ ମୁର୍ମୁ।’’

ସେହିପରି ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର କହିଥିଲେ, ‘‘ଦଳ ମତ ଉର୍ଦ୍ଧ୍ବରେ ରହି ରାଷ୍ଟ୍ରପତି ପଦବୀ ପାଇଁ ହେବାକୁ ଯାଉଥିବା ନିର୍ବାଚନରେ ସମସ୍ତେ ତାଙ୍କୁ ସମର୍ଥନ ଜଣାଇବା ଉଚିତ୍। ଏହା ମାଟିର ଡାକ। ଦେଶରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଏଭଳି ପଦବୀରେ ଅବସ୍ଥାପିତ ହେବାକୁ ଯାଉଛନ୍ତି। ତେଣୁ ଦଳମତ ଉର୍ଦ୍ଧ୍ବରେ ରହି ତାଙ୍କୁ ସମର୍ଥନ କରିବା ଉଚିତ୍।’’

ଏହି ଅବସରରେ ଓଡ଼ିଶାର କଂଗ୍ରେସ ନେତାଙ୍କୁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସେ ଅପିଲ କରିଥିଲେ।
Published by:Lipina Das
First published: