ନବୀନ ନିବାସରେ BJP ବିଧାୟକଙ୍କ ବୈଠକ ପରେ ରାଜନୀତିରେ ପ୍ରଶ୍ନ: ‘ପାପୀ କିଏ ଓ ପବିତ୍ର କିଏ?’

ମୁଖ୍ୟ ମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ BJPର ପ୍ରତିନିଧି ଦଳ ନବୀନ ନିବାସ ଭିତରକୁ ଯାଇ ତାଙ୍କୁ ଭେଟିଥିଲେ ବି ସେହି ଟିମରେ ଥିବା BJP ବିଧାୟକ ଜୟ ନାରାୟଣ ମିଶ୍ର ଯାଇ ନ ଥିଲେ । ତା’ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଏକ ମନ୍ତବ୍ୟକୁ ନେଇ ଏହି ପ୍ରଶ୍ନ ଉଠିଥିଲା ।

ନବୀନ ନିବାସରେ BJP ବିଧାୟକଙ୍କ ବୈଠକ ପରେ ରାଜନୀତିରେ ପ୍ରଶ୍ନ: ‘ପାପୀ କିଏ ଓ ପବିତ୍ର କିଏ?’
ପ୍ରତାପ ଜେନା (ବାମ); ବିଜେପି MLAଙ୍କ ଗହଣରେ ନବୀନ; (ଡାହାଣ) ଜୟନାରାୟଣ ମିଶ୍ର
  • News18 Odia
  • Last Updated: March 18, 2021, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଧାନ ସଭା ବାହାରେ ତିନୋଟି ରୋଚକ ଘଟଣା ଦେଖିବାକୁ ମିଳିଥିଲା ଗୁରୁବାର ଦିନ । ଛଅ ଦିନ ହେବ ଗୃହରେ ଜାରିଥିବା ଅଚଳାବସ୍ଥାକୁ ନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରିବାକୁ ତାଙ୍କ ବାସଗୃହ ନବୀନ ନିବାସକୁ ବିଜେପିର ବିଧାୟକମାନେ ଯାଉଥିବା ବେଳେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସଚିବାଳୟ ସାମ୍ନାରେ ମୁହାଁମୁହିଁ ହୋଇଥିଲେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । କିଛି ନେତାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ତା’ ପରେ ବିଜେପି ବିଧାୟକମାନଙ୍କ ଟିମ୍‌ ନବୀନ ନିବାସ ଆଡ଼କୁ ଆଗେଇଯାଇଥିଲା । ପଛେ ପଛେ ଆସୁଥିଲା ବିଜେଡିର ବିଧାୟକ ଓ ନେତାମାନଙ୍କ ଏକ ଟିମ୍‌ । ଏମାନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇଥିଲେ ବିଜେଡି ମହିଳା ସେଲର ନେତ୍ରୀ ଓ କାର୍ଯ୍ୟକର୍ତ୍ତାମାନେ ।

ଏହା ବି ପଢ଼ନ୍ତୁ | West Bengal Polls: ସ୍ବପନ ଦାସଗୁପ୍ତା ରାଜ୍ୟସଭାରୁ ଇସ୍ତଫା ଦେଲେ, ହେଲେ ଥମୁନି ବିବାଦ

ଶେଷରେ ମୁଖ୍ୟ ମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ବିଜେପିର ପ୍ରତିନିଧି ଦଳ ନବୀନ ନିବାସ ଭିତରକୁ ଯାଇ ତାଙ୍କୁ ଭେଟିଥିଲେ ବି ବିଜେପି ବିଧାୟକଙ୍କ ଟିମରେ ଥିବା ଜୟ ନାରାୟଣ ମିଶ୍ର ସେଠାକୁ ଯାଇ ନ ଥିଲେ। ‘‘ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯାହା କହିବାର କଥା ସେ ବିଧାନ ସଭାରେ କହିବେ । ମୁଁ ନବୀନ ନିବାସ ଯିବିନି । ନବୀନ ନିବାସ ଭିତରକୁ ଯାଇ ତାଙ୍କୁ ଭେଟିବା ଆମ ବିଧାୟକ ଟିମର ପ୍ଲାନ ନ ଥିଲା,’’ କହିଥିଲେ ଜୟ ନାରାୟଣ ମିଶ୍ର ।

ନବୀନ ନିବାସ ଆସିଥିବା ବିଜେପି ବିଧାୟକମାନଙ୍କୁ ସହ ଆଲୋଚନା କରିଥିଲେ ମୁଖ୍ୟ ମନ୍ତ୍ରୀ ।


ମିଶ୍ରଙ୍କ ଅନୁପସ୍ଥିତି ବିଜେପିରେ ଟିକେ ହଇଚଇ ସୃଷ୍ଟି କରିଥିଲା । ମୁଖ୍ୟ ମନ୍ତ୍ରୀଙ୍କୁ ଭେଟି ଫେରିବା ପରେ ବିଜେପି ବିଧ୍ୟାୟିକା କୁସୁମ ଟେଟେ କହିଥିଲେ, ‘‘ଏତେ ଗହଳି ଭିତରେ ସେ (ମିଶ୍ର) କୁଆଡ଼େ ଗଲେ ଆମେ ଜାଣିପାରିଲୁ ନାହିଁ । ଯଦିଓ ନବୀନ ନିବାସକୁ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିବାର ପ୍ଲାନ୍‌ ଆମର ନ ଥିଲା, ତେଣୁ ସେଇଆ ଭାବି ସେ ଭିତରକୁ ଯାଇ ନ ଥିବେ। ସେ ବିଷୟରେ ଆଲୋଚନା ହେବ ।’’

ଏହା ବି ପଢ଼ନ୍ତୁ | ଚାଷୀଙ୍କୁ ହୋଲି ପୂର୍ବରୁ ମିଳିବ ଉପହାର! PM-KISAN ଅଷ୍ଟମ କିସ୍ତି ତାଲିକାରେ ନିଜ ନାଁ ଦେଖନ୍ତୁ

ମିଶ୍ରଙ୍କ ନବୀନ ନିବାସ ଭିତରକୁ ନ ଯିବା ଘଟଣା ଉପରେ ବିଜେଡି କହିଛି ଏହା ବିଜେପିର ନିଜ ମାମଲା, ତେଣୁ ସେମାନେ ହିଁ ସେ କଥା ବୁଝିବେ । ଏହି ଘଟଣା ପରେ ପରେ ‘‘ପାପୀ କିଏ ଓ ପବିତ୍ର କିଏ’’ ଭଳି ବୟାନକୁ ନେଇ ବିବାଦ ଉପୁଜିଥିଲା । ନବୀନ ନିବାସକୁ ଯାଇଥିବା ବିଜେପି ବିଧାୟକମାନେ ପବିତ୍ର ନା ବିଜେଡି ବିଧାୟକମାନେ ପବିତ୍ର ବୋଲି ପ୍ରଶ୍ନ ରାଜନୈତିକ ମହଲରେ ଉଡ଼ିବୁଲୁଥିଲା । ଅସଲରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଏକ ମନ୍ତବ୍ୟକୁ ନେଇ ଏହି ପ୍ରଶ୍ନ ଉଠିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ୪୦ ବର୍ଷ ବୟସରେ ବି ଲୋକଙ୍କ ହୃଦୟ ଜିତୁଛନ୍ତି ଶ୍ୱେତା ତିୱାରୀ, ଆହୁରି ବୋଲ୍ଡ ହେଉଛନ୍ତି

‘‘ନବୀନ ନିବାସ ଏକ ପବିତ୍ର ସ୍ଥାନ । ପ୍ରବାଦ ପୁରୁଷ ବିଜୁବାବୁ ଏଠାରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ଏହି ପବିତ୍ର ସ୍ଥାନରୁ ମଧ୍ୟ ବିଜୁବାବୁଙ୍କ ପରେ ତାଙ୍କୁ ସୁପୁତ୍ର ନବୀନ ବାବୁ ସଫଳତା ପାଇଛନ୍ତି । ତେଣୁ ବିଜେପି ବିଧାୟକ ଏଠାକୁ ଆସିଲେ ପବିତ୍ର ହୋଇଯିବେ,’’ କହିଥିଲେ ପ୍ରତାପ ଜେନା ।



ହେଲେ ଏହି ଉକ୍ତି ଉପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ‘‘ଆମେ ନବୀନ ନିବାସକୁ ଲୋକଙ୍କ ସ୍ୱାର୍ଥ ପାଇଁ ଆସିଛୁ । ପ୍ରତାପଙ୍କ ଏଭଳି ମନ୍ତବ୍ୟ ଶୁଣିଥିଲେ ଆମେ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯାଇ ନ ଥାନ୍ତୁ ।’’
Published by: Anand Shankar Thankur Das
First published: March 18, 2021, 11:52 PM IST