ଗୋଳିଆ ହେଲାଣି ବ୍ରହ୍ମଗିରି ରାଜନୀତି; ସଞ୍ଜୟଙ୍କୁ ଲଳିତେନ୍ଦୁଙ୍କ ଭର୍ସନା

ସଞ୍ଜୟ ଦାସ ବର୍ମାଙ୍କ ବିସ୍ଫୋରକ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ।

ସଞ୍ଜୟଙ୍କୁ ଲଳିତେନ୍ଦୁଙ୍କ ଭର୍ସନା

ସଞ୍ଜୟଙ୍କୁ ଲଳିତେନ୍ଦୁଙ୍କ ଭର୍ସନା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଗୋଳିଆ ହେଲାଣି ବ୍ରହ୍ମଗିରି ରାଜନୀତି। ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମାଙ୍କ ବିସ୍ଫୋରକ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ। ଅନେକ ବର୍ଷ ଧରି ଦୁର୍ନୀତିର ପ୍ରସଙ୍ଗ ଭାରତୀୟ ଜନତା ପାର୍ଟି କହି ଆସୁଛି। ଆଜି ତାଙ୍କ ଦଳର ପ୍ରଭାବଶାଳୀ ଏବଂ ଆଗଧାଡିର ନେତା ତାଙ୍କ ମୁହଁରୁ ଏ ଦୁର୍ନୀତିର କଥା ଆସିଯାଇଛି।

ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସଞ୍ଜୟଙ୍କ ବିଦେଶୀ ଶକ୍ତି ଓଡ଼ିଶାକୁ ଲୁଟ ପାଇଁ ଚାହୁଁଥିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, "ଆଗକୁ ଆହୁରି ବିସ୍ଫୋରକ ତଥ୍ୟ ଆସିବ । ତାଙ୍କରି ଦଳର ନେତା ଅର୍ଥାତ ବିଜେଡି ଦଳର ନେତା ହିଁ ଏପରି ବିସ୍ଫୋରକ ତଥ୍ୟ ଆଗକୁ ରଖିବେ । ଡେରିରେ ହେଉ ପଛେ ଦଳର ନେତା ମୁହଁ ଖୋଲିବା ଆରମ୍ଭ କରିଛନ୍ତି।’’

ଲଳିତେନ୍ଦୁ ଆହୁରି କହିଛନ୍ତି, ‘‘କେବଳ ସେ ନୁହଁନ୍ତି ସାରା ଓଡ଼ିଶାରେ ତାଙ୍କରି ଦଳର ନେତାମାନେ ତାଙ୍କ ଦଳର ଦୁର୍ନୀତି କଥା କହିବାକୁ ଆରମ୍ଭ କଲେଣି, ଆହୁରି ଅନେକ ନେତା ଅନେକ କଥା ବାହାରକୁ ଆସିବ। ଶାସନ କ୍ଷମତା ଏବଂ ପଦବୀରେ ଥିଲାବେଳେ ଏ ପ୍ରସଙ୍ଗ ଉଠାଇ ଥିଲେ ଭଲ ହୋଇଥାନ୍ତା। ଡେରିରେ ହେଉ ପଛେ ତାଙ୍କ ପରେ ଅନେକ ନେତା କହିବା ଆରମ୍ଭ କରିବେ। ଆଗକୁ ବିସ୍ପୋରକ ତଥ୍ୟ ଆସିବ।’’ ଝିଆରୀ ଉପାସନା ବିଜେଡିକୁ ଯିବା ପ୍ରଶ୍ନରେ କହିଲେ, ‘‘ଉପାସନା କେଉଁଠି କି ଯିବ ମୁଁ କହି ପାରିବି ନାହିଁ।’’

ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିସ୍ଫୋରକ ବୟାନ ଦେଇ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛନ୍ତି ପୂର୍ବତନ ବିଧାୟକ ତଥା ବ୍ରହ୍ମଗିରିର ଟାଣୁଆ ନେତା ସଞ୍ଜୟ ଦାସବର୍ମା।

ଗତ ୧୩ ତାରିଖରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ସଞ୍ଜୟ କହିଥିଲେ ଯେ ଆମେ ସଂଘର୍ଷ କରୁଛୁ ପୁରୀ ସଦର ପାଇଁ, ଆମେ ସଂଘର୍ଷ କରୁଛୁ କୃଷ୍ଣପ୍ରସାଦ ବ୍ଲକର ବିକାଶ ପାଇଁ, ଏତିକି ବେଳେ କିଛି ବ୍ୟକ୍ତିମାନେ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି ଭୁବନେଶ୍ବରରୁ। ଷଡ଼ଯନ୍ତ୍ର ଭୁବନେଶ୍ବରରୁ ଆରମ୍ଭ ହୋଇ ପୁରୀଠାରେ ପହଞ୍ଚି ୧୧ ପଞ୍ଚାୟତରେ ପସିବାକୁ ଚେଷ୍ଟା କରୁଛି।

ସଞ୍ଜୟ ଜନସମାବେଶରେ ବ୍ରହ୍ମଗିରି ସହ ପରୋକ୍ଷରେ ତାଙ୍କ ବିରୋଧରେ ଚାଲୁଥିବା ଷଡ଼ଯନ୍ତ୍ର ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ କର୍ମୀ ଓ ତାଙ୍କ ସମର୍ଥକଙ୍କ ଆହ୍ହାନ ଦେଇଥିବା ଚର୍ଚ୍ଚା ହେଉଛି।

ସଞ୍ଜୟ କହିଥିଲେ, ‘‘କିଛି ବିଦେଶୀ ଶକ୍ତି ଓଡ଼ିଶାର ଖଣିଜ ସମ୍ପଦ, ଓଡ଼ିଶାର ପ୍ରାଚୁର୍ଯ୍ୟ, ଓଡ଼ିଶାର ରତ୍ନଭଣ୍ଡାରକୁ ଭାବୁଛନ୍ତି ଲୁଣ୍ଠନ କରି ପଲାଇବେ। ବ୍ରିଟିଶ ସରକାରକୁ ଏଇ ଜାତିର କିଛି ଲୋକ ନିଶାର୍ଦ୍ଦ ରାତିରେ ଓଡ଼ିଶାର ଶେଷ ସ୍ବାଧୀନ ଦୁର୍ଗ ଦଖଲ କରିବା ପାଇଁ ବାଟ ଦେଖାଇ ଦେଇଥିଲେ, ଆଜି ମଧ୍ୟ ଓଡ଼ିଶାରେ ସେହି ଭଳି ଶକ୍ତି ସକ୍ରିୟ ଅଛନ୍ତି।’’

ଏହିଭଳି ଶକ୍ତିକୁ ପରାହତ କରିବା ସହ ବ୍ରହ୍ମଗିରିର ସ୍ବାଭିମାନକୁ ପୁନଃପ୍ରତିଷ୍ଠା କରିବାକୁ କର୍ମୀ ସମାବେଶରେ ଆହ୍ବାନ ଦେଇଛନ୍ତି ସେ। ସିଧାସଳଖ ଦଳ କିମ୍ବା କାହାର ନାଁ ନନେଇ ସଞ୍ଜୟ ବିସ୍ଫୋରକ ବୟାନ ଦେଇଥିଲେ। କହିଥିଲେ ଏବେ ପରିସ୍ଥିତି ବଦଳିଛି।

ସେଥିପାଇଁ ନିଜ ସମର୍ଥକମାନଙ୍କୁ ସତର୍କ ରହିବାକୁ ସଞ୍ଜୟ କହିଥିଲେ। ଖାଲି ଏତିକି ନୁହେଁ ସେ ଆହୁରି କହିଥିଲେ, ‘‘କିଛି ଲୋକ ଭାବୁଛନ୍ତି ଆମେ ଯାହା ନିଷ୍ପତ୍ତି ନେବୁ ସମସ୍ତେ ତାକୁ ଗ୍ରହଣ କରିନେବେ କିନ୍ତୁ ସେ ବ୍ୟତିକ୍ରମ। ମୁଁ କହିବାକୁ ଚାହେଁ ଓଡ଼ିଶାର ଅଣ କଂଗ୍ରେସ ଯୁବ ଆନ୍ଦୋଳନରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଯେଉଁ ସ୍ବାଭିମାନୀ ଓଡ଼ିଶାର ଗଠନରେ ଆମେ ଯେଉଁମାନେ ବ୍ରତୀ ହୋଇଥିଲୁ, ଆମେ ମରିଯିବୁ ସିନା ସାଲିସ ରାଜନୀତିରେ ବ୍ରହ୍ମଗିରିକୁ ଭସାଇ ଦେବୁନାହିଁ।’’
Published by:Lipina Das
First published: