News18 Odia Digital
ଭୁବନେଶ୍ୱର: ଚାଷୀ କାନ୍ଦୁଛି ଧାନ ମଣ୍ଡିରେ। ନବୀନ ହସୁଛି ପଦ୍ମପୁରରେ। ଗାନ୍ଧି ମୂର୍ତ୍ତି ତଳେ ଚାଷୀ ପ୍ରସଙ୍ଗକୁ ନେଇ ପ୍ରତିବାଦ ସମୟରେ ଏପରି ଗୀତ ଗାଇଛନ୍ତି ବିଜେପି ବିଧାୟକ ଭାସ୍କର ମଢେଇ।
ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ଗର୍ଜିଛି ବିଜେପି। ସମବାୟ ଋଣ, ଫସଲ ବୀମା, ଇନପୁଟ ସହାୟତା ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଅଭିଯୋଗ କରି ଗୃହରେ ବର୍ଷିଛି। ପ୍ରଶ୍ନକାଳ ଆରମ୍ଭରୁ ପଡ଼ିଆମ ନିକଟରେ ପ୍ଲା କାର୍ଡ ଧରି ପ୍ରତିବାଦ କରିଥିଲା ବିଜେପି। ଗୃହ ସ୍ୱାଭାବିକ ନ ହେବାରୁ ସାଢେ଼ ୧୧ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ହୋଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଶୂନ୍ୟ କାଳ ଆରମ୍ଭରୁ ବିଜେପି ସଦସ୍ୟ ସମାନ ପ୍ରସଙ୍ଗ ଉଠାଇ ନାରାବାଜି କରିବା ସହ କକ୍ଷତ୍ୟାଗ କରିଥିଲା। ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେପ୍ରତିବାଦ କରିଥିଲା ବିଜେପି।
ବିଜେପି ଅଭିଯୋଗ କରିଛି ଚାଷୀ ମରୁଛି ରାଜରାସ୍ତାରେ। ନବୀନ ଯାଇଛନ୍ତି ପଦ୍ମପୁର ପ୍ରଚାରରେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଚାଷୀ ସମସ୍ୟାକୁ ନେଇ ବିଧାନସଭା ଆରମ୍ଭରୁ ବିଜେପି ପ୍ରତିବାଦ କରୁଛି। ଇନପୁଟ ସହାୟତା କାହାକୁ ମିଲିବ ସେ ତଥ୍ୟ ନାହିଁ। ମୁଖ୍ୟମନ୍ତ୍ରୀ ବିଧାନସଭା ଛାଡ଼ି ପ୍ରଚାରରେ ଯାଇଛନ୍ତି। ମନ୍ତ୍ରୀ ଓ ବିଧାୟକ ମାନେ ପ୍ରଚାରରେ ଯାଇଛନ୍ତି। ଲୋକଙ୍କ ସମସ୍ୟା ଆଲୋଚନା ନ କରି ପଦ୍ମପୁର ପ୍ରଚାର୍ ରେ ଯାଇଛନ୍ତି। ଧାମନଗର ନିର୍ବାଚନ ହାରିବା ପରେ ପଦ୍ମପୁର ରେ ହାରିବା ଭୟ ଘାରିଛି। ବିଜେଡି କୁ ଜିତେଇବାକୁ ପଦ୍ମପୁର ଯାଇଛନ୍ତି।
ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଗୃହ କାର୍ଯ୍ୟରେ ଭାଗ ନେବା ପାଇଁ ମନେଇବାକୁ ସରକାରୀ ଦଳ ମୁଖ୍ୟ ସଚେତକ ଓ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯାଇଥିଲେ ବି ମଙ୍ଗିନଥିଲେ ବିଜେପି ସଦସ୍ୟ। ଶୂନ୍ୟକାଳରେ ଚାଷୀ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ରାଜ୍ୟ ସରକାରଙ୍କୁ ବି ସମାଲୋଚନା କରିଥିଲେ। ବିଜେଡି ବି କେନ୍ଦ୍ର ଉପରେ ବର୍ଷିଥିଲ।।
ରାଜସ୍ବ ମନ୍ତ୍ରୀ କହିଛନ୍ତି ଚାଷୀଙ୍କ ପ୍ରତି ବିଜେପିର ଆନ୍ତରିକତା ନାହି। ଦଳୀୟ କାର୍ଯକ୍ରମ କରୁଛନ୍ତି। ଯଦି ଚାଷୀଙ୍କ ପ୍ରତି ଆନ୍ତରିକତା ଥାନ୍ତା ଆଜି ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ଭାଗ ନେଇ ଉପସ୍ଥାପନ କରି ପାରିଥାନ୍ତେ।
ଏ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ବିଜେପି ବିଧାୟକ ମାନେ ବିଧାନ ସଭାରେ ତାଙ୍କ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି। କେନ୍ଦ୍ର ସରକାର କାହିଁକି ପ୍ରାଇଭେଟ୍ ବୀମା କମ୍ପାନୀ ନା ପଠାଇଲେ ରାଜ୍ୟ ସରକାର କାହିଁକି ଗ୍ରହଣ କଲେ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।