କମି ଯାଉଛି ଜାତୀୟ ଦଳର ପତିଆରା; ବଢୁଛି ଆଞ୍ଚଳିକ ଦଳର ପ୍ରଭାବ; ଉପ ନିର୍ବାଚନକୁ ନେଇ ଭିନ୍ନ ଭିନ୍ନ ମତ

ଓଡ଼ିଶାରେ ନବୀନ, ପଶ୍ଚିମବଙ୍ଗରେ ମମତା, ଆନ୍ଧ୍ର ପ୍ରଦେଶରେ ଜଗନ, ତେଲେଙ୍ଗାନାରେ କେସିଆର, ତାମିଲନାଡୁରେ ଷ୍ଟାଲିନ୍ । ଏହି ସବୁ ରାଜ୍ୟରେ ଚାଲିଛି ଆଞ୍ଚଳିକ ଦଳର ରାଜ। ଏକକ ସଂଖ୍ୟାଗରିଷ୍ଠ ନେଇ ଜାତୀୟ ଦଳକୁ ଏମାନେ ଚକମା ଦେବାରେ ମାହିର। ଦେଶରେ ମୋଦି ବା ବିଜେପି ଲହର ଅନେକ ସ୍ଥାନରେ କାମ କରୁଥୁବା ବେଳେ ଏଠାରେ କିନ୍ତୁ କାମ କରୁପାରୁନି।

କମି ଯାଉଛି ଜାତୀୟ ଦଳର ପତିଆରା

କମି ଯାଉଛି ଜାତୀୟ ଦଳର ପତିଆରା

  • Share this:
News18 Odia Digital

ଭୁବନେଶ୍ବର: ଛତିଶଗଡ଼ ମହାରାଷ୍ଟ୍ର ବିହାର ଓ ପଶ୍ଚିମବଙ୍ଗରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପି ଚିତପଟାଙ୍ଗ ମାରିଛି। ଏଭଳି ସ୍ଥିତି ପରେ ବିଜେଡି କହିଲା ସବୁଆଡେ ଆଞ୍ଚଳିକ ଦଳ ବଢୁଛନ୍ତି। କଂଗ୍ରେସ କହିଲା ୨୦୨୪ ନିର୍ବାଚନରେ କଂଗ୍ରେସ ଓ ଆଞ୍ଚଳିକ ଦଳ ପ୍ରଭାବ ବଢ଼ିବ। ବିଜେପିର କହିବା କଥା ୪ ରାଜ୍ୟର ନିର୍ବାଚନରେ ଦଳ ସଫଳ ହୋଇଛି ଉପନିର୍ବାଚନ ଫଳାଫଳ କିଛି ଫରକ ପଡ଼ିବନି।

ଓଡ଼ିଶାରେ ନବୀନ, ପଶ୍ଚିମବଙ୍ଗରେ ମମତା, ଆନ୍ଧ୍ର ପ୍ରଦେଶରେ ଜଗନ, ତେଲେଙ୍ଗାନାରେ କେସିଆର, ତାମିଲନାଡୁରେ ଷ୍ଟାଲିନ୍ । ଏହି ସବୁ ରାଜ୍ୟରେ ଚାଲିଛି ଆଞ୍ଚଳିକ ଦଳର ରାଜ। ଏକକ ସଂଖ୍ୟାଗରିଷ୍ଠ ନେଇ ଜାତୀୟ ଦଳକୁ ଏମାନେ ଚକମା ଦେବାରେ ମାହିର। ଦେଶରେ ମୋଦି ବା ବିଜେପି ଲହର ଅନେକ ସ୍ଥାନରେ କାମ କରୁଥୁବା ବେଳେ ଏଠାରେ କିନ୍ତୁ କାମ କରୁପାରୁନି।

କେବଳ ବିଜେପି ନୁହେଁ କଂଗ୍ରେସକୁ ମଧ୍ୟ ଭୋଟର କରିଛନ୍ତି ନାକଚ। ସଦ୍ୟ ସମାପ୍ତ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ମହାରାଷ୍ଟ୍ରରେ ହୋଇଥିବା ଉପ ନିର୍ବଚନରେ ବିଜେପିର ଯାଦୁ ଫିକା ପଡ଼ି ଯାଇଛି। ସବୁଠୁ ବଡ଼ କଥା ହେଉଛି ନିଜ ପକେଟରେ ଥିବା ପଶ୍ଚିମବଙ୍ଗର ଆସାନସୋଲ ଆସନଟି ବିଜେପି ହାତରୁ ଯାଇଛି। ତେବେ ୨୦୨୪ ସାଧାରଣ ନିର୍ବାଚନରେ କଣ ହେବ ସ୍ଥିତି। ବିଜେପି ଆଉ ଥରେ କ୍ଷମତାକୁ ଫେରିବାକୁ ସକ୍ଷମ ହେବ ନା କଂଗ୍ରେସ ଆଞ୍ଚଳିକ ଦଳ ପ୍ରଭାବଶାଳୀ ହେବେ।

ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି। ସଦ୍ୟ ସମାପ୍ତ ଚାରୋଟି ରାଜ୍ୟର ଉପ ନିର୍ବାଚନରେ ବିଜେପି ସବୁଆଡେ ହାରିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ମହାରାଷ୍ଟ୍ର ଓ ଛତିଶଗଡ଼ ଉପ ନିର୍ବାଚନରେ କଂଗ୍ରେସ ବାଜି ମାରିଥିବା ବେଳେ ବିହାରରେ ଆରଜେଡି ପଶ୍ଚିମବଙ୍ଗରେ ଟିଏମସି ବାଜି ମାରି ନେଇଛି। ତେଣୁ ୨୦୨୪ରେ କଂଗ୍ରେସ ଓ ଆଞ୍ଚଳିକ ଦଲଗୁଡିକର ପ୍ରଭାବ ଦେଖିବାକୁ ମିଳିବ ବୋଲି କହିଛି କଂଗ୍ରେସ।

ସେପଟେ ଆଞ୍ଚଳିକ ଦଳ ମାନଙ୍କର ପ୍ରଭାବ ବଢୁଥିବା କହିଛି ଶାସକ ବିଜେଡି। ଜାତୀୟ ଦଳ ଠାରୁ ଆଞ୍ଚଳିକ ଦଳଗୁଡିକ ଉପରେ ଲୋକେ ଭରସା କରୁଥିବା କହିଛି ଶାସକ ଦଳ। ଏ ନେଇ ବିଜେପି ନିଜ ମନକୁ ବୁଝାଇବା ଭଳି ଓଡ଼ିଶାରେ ପଞ୍ଚାୟତ ନିର୍ବଚନ ସହ ୫ ରାଜ୍ୟରେ ହୋଇଥିବା ବିଧାନସଭାର ଉଦାହରଣ ଦେଇଛି। ଦଳ କହିଛି କିଏ କେଉଁ ଆସନରେ ଜିତିଲା ବଡ଼ କଥା ନୁହେଁ, ସେଠାରେ କିଏ କେତେ ପ୍ରତିଶତ ଭୋଟ ହାତେଇଛି? ଓଡ଼ିଶାରେ ୩୨ ପ୍ରତିଶତ ଭୋଟ ପାଇଛି ଦଳ। ସେହିଭଳି ୟୁପି ସମେତ ଗୋଆ, ମଣିପୁର , ଉତ୍ତରାଖଣ୍ଡରେ ବିଜେପିକୁ ଲୋକ ବହୁମତ ଦେଇଛନ୍ତି। ବାକି ପଶ୍ଚିମବଙ୍ଗ, ଛତିଶଗଡ଼ ଓ ମହାରାଷ୍ଟ୍ରରେ ହୋଇଥିବା ଉପ ନିର୍ବଚନର କୌଣସି ସମ୍ପର୍କ ନାହିଁ। ତାକୁ ନେଇ ଜାତୀୟ ରାଜନୀତିରେ ପ୍ରଭାବ ପଡ଼ିଛି କହିବା ଠିକ ନୁହେଁ।

ସେପଟେ ରାଜନୀତି ବିଶାରଦଙ୍କ କହିବା କଥା ହେଉଛି, ଜାତୀୟ ଦଳ ଜାତୀୟ ପ୍ରସଙ୍ଗରେ ରହିଯାଉଛନ୍ତି। ବିଭିନ ରାଜ୍ୟର ମୌଳିକ ସମସ୍ୟା ସହିତ ସେମାନେ ରାହୁନାହାଁନ୍ତି। ଯାହାକି ଲୋକଙ୍କ ଜୀବନ ଓ ଜୀବିକା ସହିତ ଜଡିତ ସେହି ସମସ୍ୟା ସହିତ ଆଞ୍ଚଳିକ ଦଳର ନେତା ଓ କର୍ମୀ ରହୁଥିବାରୁ ସେମାନେ ଲୋକଙ୍କ ଅସ୍ଥାଭାଜିତ ହେଉଛନ୍ତି। ରାଜ୍ୟ ବା ଆଞ୍ଚଳିକ ସମସ୍ୟା ଯଥା ଜଙ୍ଗଲ, ଜମି, ପାଣି, ସଂସ୍କୃତି, ପରମ୍ପରା, ଭାଷା ଠାରୁ ଜାତୀୟ ସ୍ତରର ନେତା ଦୂରେଇ ରହୁଥିବାରୁ ଲୋକ ମଧ୍ୟ ତାଙ୍କ ଠାରୁ ଦୂରେଇ ଯାଉଛନ୍ତି। ଗତ ୧୦ ବର୍ଷ ହେବ ଭାରତୀୟ ରାଜନୀତିରେ ଆଞ୍ଚଳିକ ଶକ୍ତି ମାନେ ବେଶୀ ମୁଣ୍ଡ ଟେକିଛନ୍ତି। ତାହାର କାରଣ ହେଉଛି ଜାତୀୟ ଦଳ ଅପେକ୍ଷା ଏମାନେ ଅଧିକ ଲୋକଙ୍କ ଭାବଧାରା ସହିତ ଜଡ଼ିତ।
Published by:Lipina Das
First published: