ମାହାଙ୍ଗା ଡବଲ୍ ମର୍ଡର: ‘‘ଓଡ଼ିଶାକୁ ପଶ୍ଚିମ ବଙ୍ଗ ହେବାକୁ ଦେବୁ ନାହିଁ,’’ ଗରଜିଲେ BJP ନେତାମାନେ
ଓଡ଼ିଶାରେ ‘‘ରାଜନୈତିକ ହତ୍ୟାକାଣ୍ଡର ୧୭ଟି ମାମଲା’’ର ବର୍ତ୍ତମାନର ସ୍ଥିତି ବିଷୟରେ ରାଜ୍ୟବାସୀଙ୍କୁ ଜଣାଇବେ ବୋଲି କହିଲେ ଅପରାଜିତା । ଆଇନ ମନ୍ତ୍ରୀ କହିଲେ, ‘‘ବିଜେପି ଯାହା କରିବା କଥା କରିବ, ଆମେ ଯାହା କରିବା କଥା କରିବୁ’’।

ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ (ଡାହାଣ) ଅପରାଜିତା ଷଡ଼ଙ୍ଗୀ
- News18 Odia
- Last Updated: January 4, 2021, 10:35 PM IST
ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି । ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣା ପଛରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ନେଇ ଅଭିଯୋଗ ହେବା ପରେ ମନ୍ତ୍ରୀଙ୍କ ପାଇଁ ଅଡ଼ୁଆ ବଢିଛି । ବିଜେପି ମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଛି ।
ଏହି ହତ୍ୟା ଘଟଣାକୁ ନେଇ ଖୋଲା ଚେତାବନୀ ଦେଇ ବିଜେପି ଅଭିଯୋଗ କରିଛି ଯେ ଦୁର୍ନୀତିକୁ ଲୋକଲୋଚନକୁ ଆଣିବାର ଏହା ପରିଣାମ । ଘଟଣାକୁ ନେଇ ବିଜେପି ନେତାମାନେ ସରକାରଙ୍କୁ ଚାରି ଆଡୁ ଘେରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଭୁବନେଶ୍ୱର ସାଂସଦ ତଥା ବିଜେପି ଜାତୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ କହିଛନ୍ତି, ‘‘ମାହାଙ୍ଗାରେ ଜଘନ୍ୟ ଅପରାଧ ଘଟିଛି । ଆମେ ସମସ୍ତେ ଆଶ୍ଚର୍ଯ୍ୟ ଯେ ଜଗନ୍ନାଥଙ୍କ ରାଜ୍ୟରେ ଏଭଳି ଅପରାଧ କେମିତି ଘଟିଲା । ବର୍ତ୍ତମାନ ସୁଦ୍ଧା ୧୭ଟି ରାଜନୈତିକ ହତ୍ୟା ହେଇଛି ।’’
ଦେଖନ୍ତୁ ଫଟୋ | ଗର୍ଭବତୀ ଅନୁଷ୍କା ଶର୍ମା ବୋଲ୍ଡ ଫଟୋଶୁଟ୍ କଲେ; ତାଙ୍କ ଫିଜିକାଲ୍ ଫିଟ୍ନେସ୍ ସମସ୍ତଙ୍କୁ ଚମକାଇଲା
PMAY ଯୋଜନାକୁ ନେଇ ମାହାଙ୍ଗାରେ ହତ୍ୟାକାଣ୍ଡ ଘଟିଛି ବୋଲି ଦେଇ କହିଛି ବିଜେପି । ବିଭିନ୍ନ କେନ୍ଦ୍ରୀୟ ଯୋଜନାର ନାଁକୁ ହଡ଼ପ କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ଦାବି କରି କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ଏକ ଚିଠି ଲେଖି ଅବଗତ ରାଇବେ ବୋଲି କହିଛନ୍ତି ଷଡ଼ଙ୍ଗୀ । ‘‘ରାଜନୈତିକ ହତ୍ୟାକାଣ୍ଡର ସମସ୍ତ ୧୭ଟି ମାମଲାରେ ବର୍ତ୍ତମାନର ସ୍ଥିତି କଣ ତା’ର ଅନୁସନ୍ଧାନ କରି ୧୫ ଦିନ ଭିତରେ ଓଡ଼ିଶାବାସୀଙ୍କୁ ଜଣାଇବି,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | CCTV: ଇଣ୍ଡିକେଟର୍ ନ ଦେଇ ଗାଡ଼ି ମୋଡ଼ିଦେଲା; ପଛରୁ ଆକ୍ଟିଭାରେ ଆସୁଥିବା ଝିଅଟିର ମୃତ୍ୟୁ ହେଲା
ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଚିନ୍ତାଜନକ ହୋଇଛି । ‘‘ପ୍ରଧାନ ମନ୍ତ୍ରୀ ଆବସ ଯୋଜନାରେ ସରକାରୀ ଦଳର ନେତାମାନେ ଚୋରି କରିବା ଆରମ୍ଭ କରିଛନ୍ତି । ଗରିବ ଲୋକମାନଙ୍କ ହକକୁ ମାରିବାକୁ ଆରମ୍ଭ କରିଛନ୍ତି । ଯିଏ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବ ତାକୁ ହତ୍ୟା କରିବେ । ଏଭଳି ଜଘନ୍ୟ ସ୍ଥିତି କେବେ ଓଡ଼ିଶାର ରାଜନୀତିର ଇତିହାସରେ ନ ଥିଲା । ନବୀନ ବାବୁଙ୍କ ସମୟରେ ଦେଖିବାକୁ ପାଉଛୁ । କଂଗ୍ରେସ ଶାସନ ସମୟରେ ଯେମିତି ବିରୋଧୀଙ୍କୁ ଗୁଣ୍ଡାରାଜ କରି ଆଇନ ଶୃଙ୍ଖଳାକୁ ହାତକୁ ନେଇ ବିରୋଧୀ ଦଳକୁ ଚାପିବାକୁ ଅପାଚେଷ୍ଟା କଂଗ୍ରେସ କରୁଥିଲା ଆଜି ବିଜେଡି ସମାନ ରାସ୍ତାକୁ ଓହ୍ଲାଇଛି,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: SSC CGLରେ ୬,୦୦୦ରୁ ଅଧିକ ଖାଲି ପଦ ପାଇଁ ବିଜ୍ଞପ୍ତି ବାହାରିଛି; ଆବେଦନ କରନ୍ତୁ
‘‘ଯଦି ଏତାଲାରେ ନାଁ ଥିବା ୧୩ ଜଣଙ୍କୁ ପୋଲିସ ୪୮ ଘଣ୍ଟା ମଧ୍ୟରେ ଅଟକ ରଖି ପଚରା ଉଚାର କରିବାର ପଦକ୍ଷେପ ନ ନେବ ତେବେ ବିଜେପି ଆନ୍ଦୋଳନ ପନ୍ଥା ଆପଣାଇବ । ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ । ସରକାରଙ୍କ ମନ୍ତ୍ରୀମାନଙ୍କୁ ଆମେ ବିରୋଧ କରିବୁ । ସେମାନେ ଯେଉଁ ଜାଗାକୁ ଯିବେ ସେଠି ତାଙ୍କୁ କଳା ପତାକା ଦେଖା ଯିବ । କୋଣସି ପବ୍ଲିକ ଫଙ୍କସନରେ ମୁଖ୍ୟ ମନ୍ତ୍ରୀଙ୍କ ଠୁ ଆରମ୍ଭ କରି ମନ୍ତ୍ରୀମାନଙ୍କୁ କାର୍ଯ୍ୟକ୍ରମ କରିବାକୁ ଦିଆ ଯିବନାହିଁ,’’ କହିଛନ୍ତି ହରିଚନ୍ଦନ ।
ଏହି ହତ୍ୟାକାଣ୍ଡକୁ ନେଇ ଅବିଭକ୍ତ କଟକ ଜିଲ୍ଲାରେ ଥାନା ଓ ବ୍ଲକ ଆଗରେ ପ୍ରତିବାଦ ହେଉଥିବା ଦର୍ଶାଇ ସେ କହକିଛନ୍ତି ଯେ ସରକାର ଯଦି ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରନ୍ତି ତା’ର ଫଳାଫଳ ‘‘ଭୟଙ୍କର’’ ହେବ । ‘‘ଓଡ଼ିଶାକୁ ଆମେ ପଶ୍ଚିମ ବଙ୍ଗ କରିବାକୁ ଦେବୁ ନାହିଁ,’’ କହିଛନ୍ତି ହରିଚନ୍ଦନ ।

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ
କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ କହିଛନ୍ତି ଯେ ମାହାଙ୍ଗା ହତ୍ୟା ମାମଲରେ ଏତାଲାରେ ଆଇନ ମନ୍ତ୍ରୀଙ୍କ ନାଁ ଥିବା ସତ୍ତ୍ୱେ ହାଇ କୋର୍ଟ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ମନ୍ତ୍ରୀ ଯୋଗଦେବା ଲଜ୍ଜାଜନକ । ‘‘ନବୀନ ନିଜେ ହୋମ ମିନିଷ୍ଟର । ତେଣୁ ଏ ସବୁକୁ ଆଡ଼େଇ ନ ଦେଇ ଯାହା ନାଁରେ ଯାହା କେସ୍ ଅଛି ତାକୁ ବାହାର କରି ଦଣ୍ଡ ଦେବା ଉଚିତ । ତା’ହେଲେ ଯାଇ ଆଇନ ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ବାସ ଆସିବ,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରି ନିଆଁ ଲଗାଇଲେ; ୨୬ ଜଣ ଗିରଫ ହେଲେ
ହେଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା ନିଜ ବିରୋଧରେ ଆଶିଥିବା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ‘‘ଯେତେବେଳେ ଓଡ଼ିଶାରେ କିଛି ଘଟଣା ଘଟୁଛି ଦୋଷୀ ଗିରଫ ହେଉ ଓ ଦଣ୍ଡ ପାଉ ବୋଲି ସମସ୍ତେ ଲକ୍ଷ ରଖିବା ଉଚିତ। କିନ୍ତୁ ବିରୋଧୀ ରାଜନୈତିକ ଦଳମାନେ ଏହା ଚାହୁଁଛନ୍ତି କି ନାହିଁ ତାହା ଏକ ବଡ଼ ପ୍ରଶ୍ନବାଚୀ । ଏହି ଘଟଣାକୁ ରାଜନୈତିକ ରୂପ ଦେବାକୁ ବିଜେପି ଚାହୁଁଛି । ବିଜେପି ରାଜନୈତିକ ବିରୋଧୀ ଭାବେ ଏଭଳି ରାଜନୈତିକ କାର୍ଯ୍ୟକଳାପ କରୁଛି । ଆମ ନାଁରେ ଏତାଲା ହୋଇଛି । ସବୁ ତଦନ୍ତରେ ଜଣାପଡ଼ିବ ।’’
ଜେନା କହିଛନ୍ତି ଯେ ବ୍ୟକ୍ତିଗତ ଭାବେ ତାଙ୍କର ଉଦ୍ୟମ ରହିବ କେମିତି ଏହି ଡବଲ୍ ମର୍ଡ଼ର ହତ୍ୟା ଘଟଣାର ଦୋଷୀ ଗିରଫ ହେବେ ଓ କଠୋରରୁ କଠୋର ଦଣ୍ଡ ପାଇବେ । ‘‘ବିଜେପି ଯାହା କରିବା କଥା କରିବ, ଆମେ ଯାହା କରିବା କଥା କରିବୁ,’’ କହିଛନ୍ତି ଆଇନ ମନ୍ତ୍ରୀ ।