ମୋଦି ସରକାରଙ୍କ ଅର୍ଥନୈତିକ ସଂସ୍କାର ପାଇଁ ଗରିବ ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଛି: ଲେଖାଶ୍ରୀ

ଯୋଜନାବଦ୍ଧ ଭାବେ ଚଞ୍ଚକତା କରି ଗରିବଙ୍କ ଟଙ୍କାକୁ ହଡପ୍ କରିବାର ରାଜ୍ୟ ସରକାରଙ୍କ ବାରମ୍ବାର ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ ଓ ଗରୀବମାରଣ ନୀତିକୁ ସ୍ପଷ୍ଟ କରୁଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ଼ଃ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ମୋଦି ସରକାରଙ୍କ ଅର୍ଥନୈତିକ ସଂସ୍କାର ପାଇଁ ଗରିବ ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଛି

ମୋଦି ସରକାରଙ୍କ ଅର୍ଥନୈତିକ ସଂସ୍କାର ପାଇଁ ଗରିବ ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଛି

  • Share this:
News18 Odia Digital

ଭୁବନେଶ୍ବର: ସମାଜର ତଳସ୍ତରରେ ବାସ କରୁଥିବା ସବୁଠୁ ଗରୀବ ଲୋକ କିଭଳି ବିକାଶର ଲାଭ
ପାଇପାରିବ ଓ ଗରିବଙ୍କ ଉତ୍‌ଥାନକୁ ପ୍ରାଥମିକତା ଦେଇ କେନ୍ଦ୍ରରେ ମୋଦି ସରକାର କାର୍ଯ୍ୟରତ। ୨୦୧୪ ମସିହା ପୂର୍ବରୁ ଉପା ସରକାର ସମୟରେ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଦୁର୍ବଳ ଥିଲା। ଅନ୍ତଦ୍ୟୋୟକୁ ପ୍ରାଥମିକତା ଦେଇ ଆର୍ଥିକ ଦୁର୍ବଳ ଅନଗ୍ରସର ଲୋକଙ୍କୁ ଦେଶର ଆର୍ଥିକ ଅର୍ଥନୈତିକ ବ୍ୟବସ୍ଥା ସହ ଯୋଡ଼ି ହେବା ପାଇଁ ମୋଦି ସରକାର ବହୁ ସଂସ୍କାର ଆଣିଛନ୍ତି ଓ ଏହା ଦ୍ୱାରା ଗରିବ ଲୋକମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇଛି ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ବର୍ତ୍ତମାନ ବିଭିନ୍ନ ସରକାରୀ ଯୋଜନାର ଲାଭ ସିଧାସଳଖ ହିତାଧିକାରୀମାନଙ୍କ ପାଖକୁ ପହଞ୍ଚିପାରୁଛି। ଦେଶ ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ୯୦ ଦଶକରେ ଆରମ୍ଭ ହୋଇଥିବା ଅର୍ଥନୈତିକ ସଂସ୍କାରକୁ ବିଶ୍ଳେଷଣ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଳିଷ୍ଠ ଅର୍ଥନୀତି ସଂସ୍କାରକ ଭାବେ ଉଭା ହେବେ।

ଅନ୍ୟପଟେ ଯୋଜନାବଦ୍ଧ ଭାବେ ଚଞ୍ଚକତା କରି ଗରିବଙ୍କ ଟଙ୍କାକୁ ହଡପ୍ କରିବାର ରାଜ୍ୟ ସରକାରଙ୍କ ବାରମ୍ବାର ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ ଓ ଗରୀବମାରଣ ନୀତିକୁ ସ୍ପଷ୍ଟ କରୁଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ଼ଃ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଜରିଆରେ ଦେଶର ୪୫ କୋଟିରୁ ଅଧିକ ଗରିବ ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ପ୍ରାୟ ୧ ଲକ୍ଷ ୭୬ ହଜାର ୮୦୦ କୋଟି ଟଙ୍କା ଡିପୋଜିଟ୍ ହୋଇଛି। ସମୁଦାୟ ଜନଧନ ଖାତାର ୫୫ ପ୍ରତିଶତ ହୋଇଛନ୍ତି ମହିଳା। ଓଡ଼ିଶାରେ ୭୪ ଲକ୍ଷ ୨୦ ହଜାର ୬୬୫ ପରିବାରର (୯୯.୮୫ ପ୍ରତିଶତ) ବ୍ୟାଙ୍କ ଆକାଉଣ୍ଟ ରହିଛି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା
ଯୋଜନାରେ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ବାର୍ଷିକ ମାତ୍ର ୧୨ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କାର ମାଗଣା ଦୁର୍ଘଟଣା ବୀମା ସୁବିଧା ଯୋଗାଇ ଦିଆଯାଉଛି ଓ ବର୍ତ୍ତମାନ ସୁଦ୍ଧା ୨୮.୧୯ କୋଟି ଲୋକ ଉପକୃତ ହୋଇଛନ୍ତି।

ଜନଧନ ଆଧାର ମୋବାଇଲକୁ ଯୋଡ଼ିବା ଫଳରେ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିଛି। ଡିବିଟି କାରଣରୁ ଆର୍ଥକ ସହାୟତା ବାଟମାରଣା ହୋଇନପାରି। ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ଓ ଗରୀବ ଓ ବଞ୍ଚିତମାନଙ୍କ ଆର୍ଥିକ ସୁରକ୍ଷା ସୁନିଶ୍ଚିତ ହୋଇଛି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବାର୍ଷିକ ୩୩୦ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁରକ୍ଷା ମିଳୁଛି। ଅଟଳ ପେନସନ ଯୋଜନାରେ ୬୦ ବର୍ଷ ପରେ ମାସିକ ପେନସନ ଗ୍ୟାରେଣ୍ଟି ଦେଉଛି ଓ ବର୍ତ୍ତମମାନ ସୁଦ୍ଧା ୪ କୋଟିରୁ ଉର୍ଦ୍ଧ୍ୱ ପଞ୍ଜିକୃତ ହୋଇଛନ୍ତି। ସେହିପରି ମୁଦ୍ରା ଯୋଜାନାରେ ୩୪.୪୨କୋଟି ଋଣ ଆକାଉଣ୍ଟ ଜରିଆରେ ଉଦ୍ୟୋଗୀମାନଙ୍କୁ ୧୮.୬୦ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ଉଠା ଦୋକାନୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ସହଜ ଲଘୁ-ଋଣ ଜରିଆରେ ବର୍ତମାନ ସୁଦ୍ଧା ୩୦ଲକ୍ଷ ଉଠା ଦୋକାନୀଙ୍କୁ ୩୨୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି ବୋଲି କହିଛନ୍ତି ଲେଖାଶ୍ରୀ।

ଅପ୍ ଇଣ୍ଡିଆ ଯୋଜନାରେ ଉଦ୍ୟୋଗ ପ୍ରତିଷ୍ଠା ଲାଗି ୧.୩୫ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଓ ମହିଳା ଉଦ୍ୟୋଗୀମାନଙ୍କୁ ୧୪,୫୦୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି। ଦିନଦୟାଲ-ଅନ୍ତଦ୍ୟୋୟ ରାଷ୍ଟ୍ରୀୟ ଜୀବିକା ମିଶନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଦେଶର ୮.୨୪ କୋଟି ଗ୍ରାମୀଣ ମହିଳାମାନଙ୍କୁ ୭୫.୬୫ ଲକ୍ଷ ଏସଏଚଜି ଜରିଆରେ ଆର୍ଥିକ ସଶକ୍ତିକରଣ କରାଯାଇଛି ଓ ଆଗାମୀ ୨୦୨୪ ମସିହା ସୁଦ୍ଧା ଏହି ସଂଖ୍ୟାକୁ ୧୦ କୋଟି କରିବା ପାଇଁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି । ୨.୯୪ କୃଷକଙ୍କୁ କିସାନ କାର୍ଡ଼ ଜରିଆରେ ୩.୨୨ଲକ୍ଷ କୋଟି ଟଙ୍କାର କ୍ରେଡିଟ ସୁବିଧା ଯୋଗାଇ ଦିଆଯାଇଛି। ଝିଅ ପିଲାଙ୍କ ଭବିଷ୍ୟତକୁ ଧ୍ୟାନ ରଖି ସୁକନ୍ୟା ସମୃଦ୍ଧି ଯୋଜନାରେ ସର୍ବାଧିକ ସୁଧ ସହିତ ୨.୭୩ କୋଟି ଆକାଉଣ୍ଟ ଜରିଆରେ ୧.୧୯ ଲକ୍ଷ କୋଟି ଟଙ୍କାର ସଞ୍ଚିତ କରାଯାଇଛି। କେବଳ ବ୍ୟାଙ୍କ ଜରିଆରେ ନୁହେଁ ବରଂ ଅପହଞ୍ଚଚ ଅଞ୍ଚଳରେ ପୋଷ୍ଟ ଅଫିସ ଜରିଆରେ ବ୍ୟାଙ୍କି ସୁବିଧା ଯୋଗାଇ ଦିଆଯାଉଛି। ମୋଦି ସରକାରଙ୍କ ଆର୍ଥିକ ସଂସ୍କାର କାରଣରୁ ଦେଶର ଜିଡିପି ୧୦ ପ୍ରତିଶତରୁ ଅଧିକ ଅଛି, ରପ୍ତାନୀ ୪୦ ବିଲିୟନ ଡଲାରରେ ପହଞ୍ଚିଛି, ବିଦେଶ ପୁଞ୍ଜିନିବେଶ ବୃଦ୍ଧି ପାଇଛି। ଜିଏସଟି, ଶ୍ରମ, ବ୍ୟାଙ୍କ, ଜମି ଓ କୃଷି କ୍ଷେତ୍ର ଇତ୍ୟାଦିର ଅର୍ଥନୀତି ଉପରେ ପରିଣାମ ସୁଦୁର ପ୍ରସାରୀ ହେବ ବୋଲି କହିଛନ୍ତି ଲେଖାଶ୍ରୀ।

ସେ ଆହୁରି କହିଛନ୍ତି ଯେ ଅନ୍ୟ ପଟେ ଡିବିଟି କାରଣରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଦୁର୍ନୀତିଗ୍ରସ୍ତ ଶାସକ ବିଜେଡି ଚଞ୍ଚକତା କରି କେନ୍ଦ୍ରୀୟ ଅନୁଦାନ ଅର୍ଥକୁ ହରିଲୁଟ୍ କରୁଛି। ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ରାଜ୍ୟ ଶାସନ ଗାଦିକୁ ଜାବବୁଡି ଧରିବା ପାଇଁ ଗରିବଙ୍କ ଲୋକଙ୍କ ସରଳତାର ସୁଯୋଗ ନେଉଛନ୍ତି। ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ରୀୟ ଆର୍ଥିକ ସହାୟତାକୁ ନିଜ ଯୋଜନା କହି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର। ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ପ୍ରତି କେଜି ଚାଉଳ ପିଛା ୨୯ ଟଙ୍କା ହିସାବରେ ସମସ୍ତ ହିତାଧିକାରଙ୍କ ଟଙ୍କା ବାବଦରେ କେନ୍ଦ୍ର ସରକାର ନିଜ ଅଂଶ ରାଜ୍ୟ ସରକାରଙ୍କୁ ପ୍ରଦାନ କରୁଛନ୍ତି। ମାତ୍ର ରାଜ୍ୟ ସରକାର କେଜି ପ୍ରତି ୧୫ ଟଙ୍କିଆ ଚାଉଳ ଯୋଗାଇ ବଳକା ୧୫ ରୁ ୧୭ ଟଙ୍କା ହଡପ୍ କରୁଛନ୍ତି। ଏହା କେବଳ ମହାଦୁର୍ନୀତି ନୁହେଁ ବରଂ ଗରିବ ଲୋକଙ୍କ ପ୍ରତି ପ୍ରତାରଣା।

ସେପଟେ ଲେଖାଶ୍ରୀଙ୍କ ଅଭିଯୋଗର ଜବାବ ବିଜେଡି ରଖିଥିବା ବେଳେ କଂଗ୍ରେସ ବି ପ୍ରତିକ୍ରିୟା ରଖିଛି। ରାଜ୍ୟ ସରକାର ସବୁବେଳେ ବ୍ୟାଙ୍କ ସେବାକୁ ପ୍ରାଧାନ୍ୟ ଦେଇଛନ୍ତି। ଅଧିକ ବ୍ୟାଙ୍କ ସେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ମଧ୍ୟ ସୁଫଳ ମିଳୁନି। କେନ୍ଦ୍ର ସରକାର ଜାଣିଶୁଣି ବ୍ୟାଙ୍କ ସେବା ଅବହେଳା କରୁଛନ୍ତି। ଲୋକ ଉପକୃତ ହେଇପାରୁନାହାଁନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଉମାସାମନ୍ତରାୟ।

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ଜନଧନ ଯୋଜନାରେ ଗରିବ ଲୋକଙ୍କ ଲାଭ ହେଉନି, ବ୍ୟାଙ୍କ ଲାଭ ପାଉଛନ୍ତି।ଏଥିରେ ଲୋକଙ୍କୁ କିଛି ସୁବିଧା ମିଳୁନି। ବ୍ୟାଙ୍କ ସେବା ନାହିଁ ଲୋକଙ୍କୁ ଦୂରଦୂରାନ୍ତକୁ ଯିବାକୁ ପଡୁଛି।
Published by:Lipina Das
First published: