ଓଡ଼ିଶା ହେବ BJPର ଗଡ଼? ମୋଦି ସରକାରଙ୍କ ସଫଳତା ଉପରେ ଦଳ ଲିଫଲେଟ ବାଣ୍ଟିବ

ବିଜେପି ଉନ୍ମୋଚନ କରିଥିବା ଲିଫଲେଟରେ ବିପର୍ଯ୍ୟୟ ସମୟରେ ଓଡିଶା ପ୍ରତି କେନ୍ଦ୍ରର ସହଯୋଗ ଓ ଗତ ୬ ବର୍ଷରେ ଓଡିଶା ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନର ସମ୍ପୂର୍ଣ ହିସାବ ରହିଛି । ଘର ଘର ବୁଲି ଏହି ଲିଫଲେଟ ବାଣ୍ଟିବେ ବିଜେପି କର୍ମୀ ।

ଓଡ଼ିଶା ହେବ BJPର ଗଡ଼? ମୋଦି ସରକାରଙ୍କ ସଫଳତା ଉପରେ ଦଳ ଲିଫଲେଟ ବାଣ୍ଟିବ
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଉନ୍ମୋଟନ କରିଥିବା ଲିଫଲେଟ୍ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଦ୍ଵିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛି ବିଜେପି । ଓଡିଶା ପାଇଁ ମୋଦି ସରକାରଙ୍କ ସହାୟତାକୁ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତ ଲିଫଲେଟକୁ ଆଜି ବିଜେପି କାର୍ଯ୍ୟାଳୟରେ ଲଞ୍ଚ କରାଯାଇଛି ।

କୋଭିଡ ପରିସ୍ଥିତି ଯୋଗୁଁ ଟେକ୍ନୋଲୋଜି ପ୍ଲାଟଫର୍ମ ବ୍ୟବହାର କରି ମୋଦି ସରକାରଙ୍କ ଦିତୀୟ  ପାଳି ପ୍ରଥମ ବର୍ଷ ପୂର୍ତ୍ତି ପାଳିବାକୁ ଯୋଜନା କରିଛି ବିଜେପି । ଗତ କାଲି ଜନସମ୍ବାଦ ଭର୍ଚୁଆଲ ରାଲି କରି କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସହ ବିଜେପି ସଙ୍ଗଠନକୁ ବଢେଇବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆହ୍ୱାନ କରିଛନ୍ତି ।

ଆଜି ରିଲିଜ୍‌ ହୋଇଥିବା ଲିଫଲେଟରେ ବିପର୍ଯ୍ୟୟ ସମୟରେ ଓଡିଶା ପ୍ରତି କେନ୍ଦ୍ରର ସହଯୋଗ ଓ ଗତ ୬ ବର୍ଷରେ ଓଡିଶା ପାଇଁ କେନ୍ଦ୍ର ସରକାର କେତେ ଅନୁଦାନ ଦେଇଛନ୍ତି ତା’ର ସମ୍ପୂର୍ଣ ହିସାବ ରହିଛି । ଘର ଘର ବୁଲି ଏହି ଲିଫଲେଟ ବଣ୍ଟନ କରିବେ ବିଜେପି କର୍ମୀ ।

ଏହି କ୍ୟାମ୍ପେନକୁ ବୁଥ ସ୍ତରକୁ ନେବା ସହ ୩୭ ହଜାର ବୁଥରେ ପହଞ୍ଚିବା ଦଳ ଲକ୍ଷ ରଖିଛି । ସାମାଜିକ ଦୂରତା ଅବଲମ୍ବନ କରି ଜଣେ ଦୁଇ ଜଣ କର୍ମୀ ପ୍ରତି ପରିବାର ନିକଟରେ ପହଞ୍ଚିବାକୁ ଦଳ ଯୋଜନା କରିଛି। ମାସେ ବ୍ୟାପୀ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ସାମ୍ବାଦିକ ସମ୍ମିଳନୀରେ ସମୀର ମହାନ୍ତିଙ୍କ ସହ ଅନ୍ୟ ବିଜେପି ନେତାଗଣ ।


ଓଡିଶାକୁ ବିଜେପିର ଅଭେଦ୍ୟ ଗଡ଼ କରିବା ପାଇଁ ଅମିତ ଶାହ କାଲି ଯେଉଁ ଆହ୍ୱାନ ଦେଇଥିଲେ ଏହା ତାହାର ଆରମ୍ଭ ବୋଲି କୁହାଯାଉଛି । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ସଫଳତାକୁ ନେଇ ଲୋକଙ୍କ ନିକଟତର ହେବାକୁ ଦଳ ତିଆରି କରିଛି ରୋଡ଼ମ୍ୟାପ । ‘‘ଓଡିଶାକୁ ବିଜେପିର ଅଭେଦ୍ୟ ଗଡ଼ କର । ବିଜେପି କ୍ଷମତାକୁ ଆସିଲେ ଓଡ଼ିଶାର ବିକାଶ ହେବ,’’ ଗତ କାଲି ବିଜେପିର ଜନ ସମ୍ବାଦ ରାଲିରେ ମୋଦି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷରେ ଓଡ଼ିଶା ପାଇଁ ହିସାବ ନିକାସ ଦେବା ସହ ଏଭଳି ଆହ୍ୱାନ ଦେଇଥିଲେ ଶାହ । ଏହାକୁ ନେଇ ବିଜେପି ଷ୍ଟ୍ରଟେଜି ତିଆରି କରିବ ବୋଲି କହିଛନ୍ତି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର।

‘‘ସଙ୍ଗଠନ ଦଳ ପାଇଁ ଅମ୍ଳଜାନ । ତେଣୁ ଅନ୍ୟ ରାଜ୍ୟରେ ବିଜେପିର ଯେପରି ଅଭେଦ୍ୟ ସଙ୍ଗଠନ ହୋଇଛି, ଓଡିଶାରେ ବି ସେମିତି କରାଯିବ,’’ କହିଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର । ତେବେ ବଜେପି କେତେ ବେଳେ କେଉଁ ଷ୍ଟ୍ରଟେଜି ଗ୍ରହଣ କରିବ ଓ ଆଗକୁ କଣ ଷ୍ଟ୍ରଟେଜି ନେବ ତାହା କେବଳ ଦଳକୁ ଜଣା ।

କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ପଲିଟିକାଲ ଲାଇନକୁ ନେଇ ଏବେ ରାଜ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି: ‘‘ଏହା କେବଳ ତାଙ୍କ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ । ବିଜେଡି ସଦା ବେଳେ ଲୋକଙ୍କ ସହିତ ଅଛି ଓ କାମ କରୁଛି । ତାଙ୍କ ସରକାରଙ୍କୁ ବର୍ଷେ ପୂର୍ତ୍ତି ଅବସରରେ ଦଳ ଏପରି କାର୍ଯ୍ୟକ୍ରମ କରୁଛି । ବିଜେଡି ଏଥିରେ ବ୍ୟତିବ୍ୟସ୍ତ ନୁହେଁ ।’’

କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସିଧାସଳଖ ଆକ୍ଷେପ କରି କହିଛନ୍ତି: ‘‘ନିର୍ବାଚନ ପୂର୍ବରୁ ୧୨୦+ ନାରା ଦେଉଥିଲେ, ହେଲେ ୨୩ରେ ସୀମିତ ରହିଲେ । ଏହି ଗଡ଼ରେ ବିଜେଡି-ବିଜେପି ନିର୍ବାଚନ ପୂର୍ବରୁ ଏକ ହୋଇସାରିଛନ୍ତି ।’’

‘‘ରାଜନୀତିରେ କୌଣସି ଦଳର ଗଡ଼ ବୋଲି କିଛି ନ ଥାଏ । କର୍ମୀଙ୍କୁ ଉତ୍ସାହିତ କରିବାପାଇଁ  ଶାହଙ୍କ ଏହି ଆହ୍ୱାନ ନିଶ୍ଚିତ ଇନ୍ଧନ ଯୋଗାଇବ,’’ କହିଛନ୍ତି ରାଜନୈତିକ ସମୀକ୍ଷକ କେ. ରବି ।

ଏହା ବି ପଢ଼ନ୍ତୁ: 

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 9, 2020, 8:32 PM IST
corona virus btn
corona virus btn
Loading